ହୋଟେଲରେ କାହିଁକି ବିଛା ଯାଇଥାଏ ଧଳା ଚାଦର : ଜାଣନ୍ତୁ

Published By : Prameya-News7 Bureau | July 11, 2019 IST

ଯେତେବେଳେ ଆମେ ଘରୁ ବାହାରିଥାଉ ଆମକୁ ହୋଟେଲ ସହାୟତା ନେବାକୁ ପଡ଼ିଥାଏ। ଆମେ ସବୁ ହୋଟେଲରେ ଧଳା ଚାଦର ଦେଖିଥାଉ। ଏପରି ପରିସ୍ଥିତିରେ ଆମ ମନରେ ପ୍ରଶ୍ନ ଉଠିଥାଏ ଯେ ବାସ୍ତବରେ ସମସ୍ତ ହୋଟେଲରେ ଧଳା ଚାଦରର ପ୍ରୟୋଗ କାହିଁକି କରାଯାଇଥାଏ। ଏହା ଅନ୍ୟ ରଙ୍ଗ ତୁଳନାରେ ଅଧିକ ମଇଳା ହୋଇଥାଏ।

{"id":132651}

ଧଳା ରଙ୍ଗ ସୁଖ ଏବଂ ଶାନ୍ତିର ପ୍ରତୀକ ହୋଇଥାଏ। ଯେତେବେଳେ ଆମେ ଧଳା ରଙ୍ଗ ଦେଖିଥାଉ ସେତେବେଳେ ଆମେ ଶାନ୍ତି ଅନୁଭବ କରିଥାଉ। ଏହା ଆମ ଆଖିକୁ ଶାନ୍ତି ପହଞ୍ଚାଇଥାଏ। ଏହି କାରଣ ଯୋଗୁଁ ହୋଟେଲରେ ଧଳା ଚାଦର ବିଛାଯାଇଥାଏ।

{"id":132654}

ଧଳା ବେଡଶିଟ ଯୋଗୁଁ ଅସନା ହେଲେ ହୋଟେଲ କର୍ମଚାରୀଙ୍କ ଶୀଘ୍ର ନଜର ପଡ଼ିଥାଏ। ଏବଂ ଏହାକୁ ତୁରନ୍ତ ଧୋଇବା ପାଇଁ ପଠାଯାଇଥାଏ। ଏହା ବ୍ୟତୀତ ଧଳା ବେଡଶିଟକୁ ବ୍ଲିଚ୍ କରିବା ଦ୍ବାରା ପୁଣି ଥରେ ସେହି ଚମକ ଏବଂ ସୁନ୍ଦରତା ମିଳିଥାଏ।

{"id":132655}

ଧଳା ରଙ୍ଗର ବେଡଶିଟ ଲୋକଙ୍କୁ ମାନସିକ ଅବସାଦରୁ ମୁକ୍ତ ରଖିଥାଏ। ଯାହା ଦ୍ବାରା ହୋଟେଲରେ ଆସିଥିବା ଯାତ୍ରୀଙ୍କୁ ଖୁବ୍ ଶାନ୍ତି ମିଳିଥାଏ। ଏହା ଏକ ମନୋ ବୈଜ୍ଞାନିକ କାରଣ ମଧ୍ୟ। ଏପରି ପରିସ୍ଥିତିରେ ଆପଣ ମଧ୍ୟ ନିଜ ରୁମର ସୈାନ୍ଦର୍ଯ୍ୟ ବଢ଼ାଇବା ପାଇଁ ଧଳା ବେଡସିଟ ପ୍ରୟୋଗ କରି ପାରିବେ।

{"id":132656}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.