ଶରୀରରେ ଯଦି ବିନା ଆଘାତରେ ଦେଖାଯାଏ ନୀଳ ଦାଗ : ତେବେ ନଜରଅନ୍ଦାଜ କରନ୍ତୁ ନାହିଁ,ହୋଇପାରେ ଏହି ୪ଟି କାରଣ

Published By : Prameya-News7 Bureau | August 17, 2019 IST

ଆମେ ସମସ୍ତ ଛୋଟ ଛୋଟ ସମସ୍ୟାକୁ ନଜରଅନ୍ଦାଜ କରି ବଡ଼ ଭୁଲ୍ କରି ଦେଇଥାଉ। ସେହିପରି ଶରୀରରେ ଦେଖାଯାଉଥିବା ନୀଳ ରଙ୍ଗର ଦାଗ ମଧ୍ୟ ଏହି ସାଧାରଣ ସମସ୍ୟା ମଧ୍ୟରୁ ଜଣେ। ଶରୀରରେ ପଡ଼ୁଥିବା ଏହି ନୀଳ ଦାଗ ଅନେକ ପ୍ରକାରର ରୋଗର ସଙ୍କେତ ଦେଇଥାଏ। ଏଥିପାଇଁ ଏହାକୁ ନଜରଅନ୍ଦାଜ କରିବା ଅନୁଚିତ୍। ଠିକ୍ ସମୟରେ ସାବଧାନ ହୋଇ ତୁରନ୍ତ ଡାକ୍ତରଙ୍କୁ ସମ୍ପର୍କ କରନ୍ତୁ।

{"id":145178}

ତ୍ବଚାର ଆଖପାଖରେ ଥିବା ରକ୍ତବାହିନୀ ଜମିଗଲେ ଏହି ନୀଳ ରଙ୍ଗ ଶରୀରରେ ଦେଖାଯାଇଥାଏ। ଏହା ଦ୍ବାରା ତ୍ବଚା ତଳେ ରକ୍ତ ଲିକ୍ ହେବା ଆରମ୍ଭ ହୋଇଯାଇଥାଏ। ଏହା ବ୍ୟତୀତ ନୀଳ ପଡ଼ିବାର ଅନ୍ୟାନ୍ୟ କାରଣ ମଧ୍ୟ ହୋଇପାରେ। ଆସନ୍ତୁ ଜାଣିବା

{"id":145179}

ବେଳେବେଳେ ସାମାନ୍ୟ ଆଘାତ ଲାଗିଯାଇଥିଲେ ମଧ୍ୟ ଏପରି ଦାଗ ଦେଖାଯାଇଥାଏ। ପ୍ରକୃତରେ ତ୍ବଚାରେ ଆଘାତ ଲାଗିଲେ ରକ୍ତ ଚାରିଆଡ଼େ କୋଶିକାରେ ବିଛାଇ ହୋଇଯିବା ଫଳରେ ଶରୀରରେ ଏପରି ନୀଳ ଦାଗ ଦେଖାଯାଇଥାଏ। ଏହା ବ୍ୟତୀତ ନୀଳ ଦାଗ ବୟସ ବଢ଼ିଲେ ପୋଷଣ ଅଭାବରେ ମଧ୍ୟ ଦେଖାଯାଇଥାଏ।  

{"id":145180}

ଏପରି ଦାଗ ପଡ଼ିବାର ଆଉ ଏକ କାରଣ ହେଉଛି ଖାଦ୍ୟରେ ପୋଷକ ତତ୍ତ୍ବର ଅଭାବ। ରକ୍ତ ଜମାଟ ଏବଂ ଘା ଶୁଖିବାରେ ଭିଟାମିନ୍ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏପରି ପରିସ୍ଥିତିରେ ଶରୀରକୁ ଜରୁରୀ ମାତ୍ରାରେ ପୋଷକ ତତ୍ତ୍ବ ମିଳି ପାରିନଥାଏ। ଯାହା ଫଳରେ ଶରୀରରେ ନୀଳ ରଙ୍ଗର ଦାଗ ଦେଖାଯାଇଥାଏ। ଭିଟାମିନ କେ,ଭିଟାମିନ୍ ସି ଅଭାବରୁ ମଧ୍ୟ ନୀଳ ରଙ୍ଗର ଦାଗ ଶରୀରରେ ପଡ଼ିଥାଏ।

{"id":145181,"width":592,"height":333}

ଶରୀରରେ ନୀଳ ଦାଗ କ୍ୟାନସରର କାରଣ ମଧ୍ୟ ହୋଇପାରେ। ଏହା ବ୍ୟତୀତ କ୍ୟାନସରର ଚିକିତ୍ସା କରୁଥିବା ଏହି ଥେରାପି କାରଣରୁ ଶରୀରରେ ଏହି ପ୍ରକାରର ଦାଗ ଦେଖାଯାଇଥାଏ।

ମାର୍କେଟରେ ଏପରି ଔଷଧ ମିଳୁଛି ଯାହା ରକ୍ତକୁ ଜମାଟ ବାନ୍ଧିବାରୁ ରୋକିଥାଏ। ଯାହା ଫଳରେ ଏହି ନୀଳ ଦାଗ ଦେଖାଯାଇଥାଏ। ଏହା ବ୍ୟତୀତ ଏହା ନାଚୁରାଲ ସପ୍ଲିମଣ୍ଟେ ଯେପରିକି ବିଲୋବା ରସୁଣର ଅଧିକ ସେବନ କଲେ ଦେଖାଯାଇଥାଏ।

ନୀଳ ଦାଗ ପଡ଼ିବାର ସବୁଠୁ ବଡ଼ କାରଣ ହେଲା ଆପଣଙ୍କ ବୟସ ବୃଦ୍ଧି। ବୃଦ୍ଧ ଲୋକଙ୍କ ତ୍ବଚା ଅତ୍ୟଧିକ ପତଳା ହୋଇଯାଇଥାଏ। ଯାହା ଦ୍ବାରା ରକ୍ତବାହନକୁ ସାହାଯ୍ୟ କରୁଥିବା ଉତ୍ସ ନରମ ହୋଇଯାଇଥାଏ। ନୀଳ ଦାଗ ପଡ଼ିବା ଆରମ୍ଭ ହୋଇଯାଇଥାଏ।

ପ୍ରୋଟିନ୍ ଅଭାବରୁ ମଧ୍ୟ ଏହି ଦାଗ ଶରୀରରେ ପଡ଼ିଥାଏ। ଯେଉଁମାନେ ନିୟମିତ ଭାବେ ଅତ୍ୟଧିକ ବ୍ୟାୟାମ କରିଥାଆନ୍ତି ସେମାନଙ୍କ ତ୍ବଚାରେ ଏହିପରି ଦାଗ ଦେଖାଯାଇଥାଏ। କାରଣ ରକ୍ତବାହିକାରେ ଛୋଟ ଛୋଟ କଟ୍ ପଡ଼ିଥାଏ। ଯାହା ଦ୍ବାରା ତ୍ବଚା ଭିତରେ ଜମିଥିବା ରକ୍ତ ହୃଦୟ ଆଡ଼କୁ ଯାଉଥିବା ଦେଖାଯାଇଥାଏ। ଏହି ନୀଳ ଦାଗ ଆପେ ଆପେ ଭଲ ହୋଇଯାଇଥାଏ। କିନ୍ତୁ ଯଦି ଆପଣ ଚାହିଁବେ କିଛି ଘରୋଇ ଉପାୟ ଦ୍ବାରା ଏହାକୁ ଭଲ କରିପାରିବେ।

ଆପଣ ଏହିପରି ଦାଗକୁ ହଟାଇବା ପାଇଁ ଏଲୋବେରା ଜେଲ୍ ବ୍ୟବହାର କରି ପାରିବେ। ଆପଣଙ୍କୁ ଏହି ନୀଳ ଦାଗ ଉପରେ ୧୫ମିନିଟ୍ ଯାଏଁ ଏଲୋବେରା ଜେଲ୍ ଲଗାଇଲେ ଆପଣଙ୍କ ଏହି ଦାଗ କିଛି ଦିନ ମଧ୍ୟରେ ଭଲ ହୋଇଯିବ।

ଆପଣ ଏହିପରି ଦାଗକୁ ହଟାଇବା ପାଇଁ କଞ୍ଚା ଆଳୁ ବ୍ୟବହାର କରି ପାରିବେ। କଞ୍ଚା ଆଳୁ ପେଶି ଏହାକୁ ସେହି ସ୍ଥାନରେ ଲଗାଇବେ ।

ଆପଣ ଏହିଭଳି ଦାଗକୁ ହଟାଇବା ପାଇଁ ତଉଲିଆରେ ବରଫ ନେଇ ​‌ନେଇ ସେହି ଦାଗ ଉପରେ ରଖିବେ। ୧୫ମିନିଟ୍ ଯାଏଁ ଏହାକୁ ତା ଉପରେ ରଖିବେ । ଏହି ପରି କଲେ ଏହି ଦାଗ ଭଲ ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.