ସୁରକ୍ଷା ପାଇଁ ମହିଳା ଅଙ୍ଗରକ୍ଷୀଙ୍କୁ ନିୟୋଜିତ କରିଛନ୍ତି କିଙ୍ଗ୍ ଖାନ୍, ଜାଣନ୍ତୁ ଏହା ପଛର କାରଣ…
1/03/2023 at 9:18 PM

ନୂଆଦିଲ୍ଲୀ, ୦୧/୦୩: ସୁପରଷ୍ଟାର ଏବଂ ବଲିଉଡ୍ କିଙ୍ଗ୍ ଖାନ୍ ଶାହରୁଖ୍ଙ୍କୁ କିଏ ନଜାଣେ। ନିଜ ଅଭିନୟ ପାଇଁ ସେ ଦେଶବାସୀଙ୍କ ଠାରୁ ଆରମ୍ଭ କରି ବିଦେଶରେ ଲୋକପ୍ରିୟ ହୋଇପାରିଛନ୍ତି। ଜଣେ ରୋମାଣ୍ଟିକ୍ ହିରୋ ଭାବରେ ମଧ୍ୟ ସେ ଖୁବ୍ ପରିଚିତ। ‘ଦିଲ୍ ଓ୍ବାଲେ ଦୁଲହନିଆ ଲେ ଜାଏଙ୍ଗେ’, ‘କୁଛ୍ କୁଛ୍ ହୋତା ହେ’ ଭଳି ଫିଲ୍ମରେ ତାଙ୍କର ଅଭିନୟକୁ ଆଜିବି ପ୍ରସଂଶା କରାଯାଏ। ଯେଉଁଥିପାଇଁ କୋଟି କୋଟି ଫ୍ୟାନ୍ଙ୍କ ହୃଦୟରେ ରାଜ୍ କରୁଛନ୍ତି ଶାହରୁଖ। କେବଳ ଯେ ନିଜର ଅଭିନୟକୁ ନେଇ ନୁହେଁ ବରଂ ନିଜର ଜୀବନଶୈଳୀକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥାଏ। ଶାହରୁଖଙ୍କ ଗୋଟିଏ ଝଲକ ପାଇଁ ମଧ୍ୟ ଫ୍ୟାନ୍ ଚାହି ରହିଥାନ୍ତି।
ଷ୍ଟାରଙ୍କୁ ଦେଖିବା ପାଇଁ ଫ୍ୟାନମାନେ ସବୁବେଳେ ଉତ୍ସାହିତ ରହିଥାନ୍ତି। ଆଉ ଅନେକ ସମୟରେ ନିଜ ପ୍ରିୟ ଅଭିନେତା/ଅଭିନେତ୍ରୀଙ୍କୁ ଭେଟିବା ପାଇଁ ଫ୍ୟାନ୍ଙ୍କ ପ୍ରବଳ ଭିଡ଼ ହୋଇଥାଏ। ଯାହାକୁ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇପଡ଼େ। ଏଥିପାଇଁ ବଡ଼ ବଡ଼ ସେଲିବ୍ରିଟିମାନେ ନିଜ ସୁରକ୍ଷା ପାଇଁ ଅଙ୍ଗରକ୍ଷୀଙ୍କୁ ନିୟୋଜିତ କରିଥାନ୍ତି। ତେବେ କ’ଣ ଆପଣ ଜାଣନ୍ତି ଯେ ଶାହରୁଖ ନିଜର ସୁରକ୍ଷା ପାଇଁ ମହିଳା ଅଙ୍ଗରକ୍ଷୀଙ୍କୁ ନିୟୋଜିତ କରିଛନ୍ତି।
ପ୍ରକୃତରେ ଶାହାରୁଖ ଫ୍ୟାନଙ୍କ ମଧ୍ୟରେ ଅଧିକାଂଶ ମହିଳା ମଧ୍ୟ ରହିଛନ୍ତି। ତେବେ ଏହାହିଁ କାରଣ ଯେ ଶାହାରୁଖ ଖାନ୍ ମହିଳା ଅଙ୍ଗରକ୍ଷୀ ନିଯୁକ୍ତ କରିଛନ୍ତି। ଶାହାରୁଖ ତାଙ୍କର ମହିଳା ଫ୍ୟାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ମହିଳା ଅଙ୍ଗରକ୍ଷୀଙ୍କୁ ନିୟୋଜିତ କରିଛନ୍ତି। ଏନେଇ ନିଜେ ଶାହରୁଖ ଇଣ୍ଡିଆ ଟୁଡେ କନକ୍ଲେଭ ୨୦୧୭ ରେ କହିଥିଲେ। ସେ କହିଥିଲେ ଯେ କିପରି ତାଙ୍କର ପୁରୁଷ ବଡିଗାର୍ଡମାନେ ମହିଳା ଫ୍ୟାନ୍ଙ୍କୁ ଶାହରୁଖଙ୍କ ଠାରୁ ଦୂରେଇ ରଖିବା ପାଇଁ କଠୋର ବ୍ୟବହାର କରିଥାନ୍ତି।
ଇଭେଣ୍ଟରେ ଶାହରୁଖ କହିଥିଲେ ଯେ ‘ମୋର ଅନେକ ମହିଳା ଫ୍ୟାନ ଅଛନ୍ତି ସେମାନେ ମତେ ପସନ୍ଦ କରନ୍ତି ଏବଂ ସେମାନେ ମୋ ପାଖକୁ ଆସିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏମାନଙ୍କ ଠାରୁ ସୁରକ୍ଷା ଦେବାପାଇଁ ମୋର ପୁରୁଷ ବଡିଗାର୍ଡ କିଛି କଠୋର ବ୍ୟବହାର କରିଥାନ୍ତି ଯାହା ଖରାପ ଲାଗିଥାଏ। ଆହୁରି ମଧ୍ୟ ମହିଳା ଲମ୍ବା ନଖ ମତେ କଷ୍ଟ ଦେଇଥାଏ। ଯାହାକୁ କହିବା ମଧ୍ୟ ସହଜ ହୋଇନଥାଏ। ତେଣୁ ଏହି ଦୃଷ୍ଟିରୁ ସେ ମହିଳା ଅଙ୍ଗରକ୍ଷୀ ନିୟୋଜିତ କରିଥିବା କହିଥିଲେ।