ପ୍ୟାଣ୍ଟ ତ ସମସ୍ତେ ପିନ୍ଧନ୍ତି, ହେଲେ ପ୍ୟାଣ୍ଟ ଜିପ୍‌ରେ ଲେଖାଯାଇଥିବା YKKର ଅର୍ଥ କ’ଣ ଜାଣନ୍ତି କି?

Published By : Prameya-News7 Bureau | January 11, 2019 IST

ଅଧିକାଂଶ ସମୟରେ ଏକା ଥିଲେ କିମ୍ୱା କାମ ନଥିଲେ ଆମେ ଅନେକ କଥା ଚିନ୍ତା କରୁଥାଉ। କିନ୍ତୁ କିଛି ଚିନ୍ତାଧାରା କେବଳ କିଛି ମୂହୁର୍ତ୍ତ ପାଇଁ ଥାଏ। ତେବେ ଏମିତି ଅନେକ ଜିନିଷ ଅଛି ଯାହାକୁ ଲୋକମାନେ ଧ୍ୟାନ ଦିଅନ୍ତି ନାହିଁ। କିନ୍ତୁ ଟିକିଏ ଧ୍ୟାନ ଦେଲେ ଅନେକ ଗୁରୁତ୍ୱପୂର୍ଣ ଓ ରୋଚକ ତଥ୍ୟ ହାସଲ ହୋଇଥାଏ। ଏଇ ଜେମିତି ପ୍ୟାଣ୍ଟ  ଚେନ୍‌ରେ ଲେଖାଥାଏ ୱାଇକେକେ । ତାର ଅର୍ଥ କଣ?

{"id":72757,"width":595,"height":595}

ଜିନ୍ସ ଆଜିକାଲି ଫ୍ୟାଶନର ମୁଖ୍ୟ ଅଂଶ। ଜିନ୍ସ ପିନ୍ଧିବା ଅନେକ ଲୋକ ପସନ୍ଦ କରନ୍ତି କିନ୍ତୁ ଜିନ୍ସର ଏକ ମୁଖ୍ୟ ବିଷୟରେ କେବେ କେହି ଧ୍ୟାନ ଦିଅନ୍ତି ନାହିଁ। ଜିନ୍ସ ପ୍ୟାଣ୍ଟରେ ଥିବା ଚେନରେ YKK ଲେଖାଯାଇଥାଏ। କିନ୍ତୁ ଏହାର କାରଣ କେହି ଜାଣନ୍ତି ନାହିଁ। ତେବେ ଜାଣନ୍ତୁ ଜିନ୍ସ ଚେନରେ YKK ଲେଖା ଯିବାର କାରଣ କଣ।

{"id":72758,"width":592,"height":531}

ପ୍ରକୃତରେ YKK ର ଫୁଲ ଫର୍ମ Yoshida Kogyo Kabushikigaisha। YKK ବିଶ୍ୱର ପ୍ରଥମ ଚେନ କମ୍ପାନୀ ନିର୍ମାଣ କରିଥିଲା। ଏହି କମ୍ପାନୀ ୭୧ଟି ଦେଶରେ ଅଛି। ୧୯୩୪ ମସିହାରେ ଟୋକ୍ୟୋର ଟଡାଓ ୟୋଶିଦା ନାମକ ଜଣେ ବେପାରୀ YKKର ଆରମ୍ଭ କରିଥିଲେ।

{"id":72759,"width":595,"height":395}

ହୁଏତ ଏହି ତଥ୍ୟଟି ଆପଣଙ୍କ ପାଇଁ ଛୋଟିଆ ହୋଇପାରେ । ତେବେ ଏହି ଛୋଟିଆ ତଥ୍ୟ ପଛରେ ରହିଛି ଲକ୍ଷ ଲକ୍ଷ ଲୋକଙ୍କ ଜୀବୀକା । ପ୍ୟାଣ୍ଟର ଜିପ୍‌ ବ୍ୟତୀତ ୱାଇକେକେ ବିଭିନ୍ନ କନା ଓ ବ୍ୟାଗରେ ଲାଗୁଥିବା ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ତିଆରି କରୁଛି । ଏହି କମ୍ପାନୀର ସବୁଠୁ ବଡ ପ୍ଲାଣ୍ଟ ଆମେରିକାର ଜର୍ଜିଆରେ ରହିଛି । ଏହି ପ୍ଲାଣ୍ଟରେ ପ୍ରତ୍ୟେକ ଦିନ ୭୦ ହଜାର ଜିପ ତିଆରି ହୋଇଥାଏ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.