ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଅର୍ଚ୍ଚନା ନାଗ ମାମଲା: ରିମାଣ୍ଡ ଅବଧି ସରିବା ପରେ ଖଗେଶ୍ୱରଙ୍କୁ କୋର୍ଟ ଚାଲାଣ କଲା ED   

24/11/2022 at 5:24 PM

ଭୁବନେଶ୍ୱର ୨୪/୧୧: ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ରିମାଣ୍ଡ ସମୟ ସୀମା ସରିଛି। ୩ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରିବାପରେ ଖଗେଶ୍ବରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଦଲତ ଚାଲାଣ କରିଛି। କୋର୍ଟ ଚାଲାଣ ବେଳେ ଖଗେଶ୍ବର ପାତ୍ରଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ‘‘ମୁଁ ନିର୍ଦ୍ଦୋଷ, ସମୟକୁ ଅପେକ୍ଷା କର’’ ସୂଚନାଥାଉକି, ଅର୍ଚ୍ଚନାଙ୍କ ସହିତ ସମ୍ପୃକ୍ତ ରହି ବେଆଇନ୍‌ ଅର୍ଥ କାରବାର ମାମଲାରେ ଇଡି ଖଗେଶ୍ୱରଙ୍କୁ ଅଚାନକ ତାଙ୍କ ଘରୁ ଉଠାଇନେଇଥିଲା। ବ୍ଲାକ୍‌ ମେଲର୍ କୁଇନ୍‌ ଅର୍ଚ୍ଚନାଙ୍କ ଜାଲରେ କେବଳ ଖଗେଶ୍ୱର ନୁହେଁ ବରଂ ବଡ଼ ରାଜନେତା ବ୍ୟବସାୟୀ ଏବଂ ଧନଶାଳୀ ବ୍ୟକ୍ତି ଫସିଥିବା ଜଣାପଡ଼ିଛି।

ଏହା ପୂର୍ବରୁ ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାର ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ କରିଛି। ସୂଚନାଥାଉକି, ଅର୍ଚ୍ଚନାଙ୍କ ବେଆଇନ୍‌ ଅର୍ଥ କାରବାର ଅଭିଯୋଗରେ ଇଡି ଏବେ ଜୋର୍‌ସୋର୍‌ ତଦନ୍ତ ଚଲାଇଛି। ମଙ୍ଗଳବାର ଅର୍ଚ୍ଚନାଙ୍କ ସହିତ ଲିଙ୍କ୍‌ ଥିବା ବ୍ୟବସାୟୀ ଅମିୟ ଦାସଙ୍କୁ ଇଡି ଜେରା କରିଥିଲା। ଏହାପରେ ଦ୍ୱିତୀୟ ଥର ପାଇଁ ଓଡ଼ିଆ ସିନେମା ପ୍ରଯୋଜକ ଅକ୍ଷୟ ପରିଜା ଏବଂ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀଙ୍କୁ ମଧ୍ୟ ଇଡି ଜେରା କରିଛି।

ଏମାନଙ୍କ ମଧ୍ୟରୁ କେହିବି ଗିରଫ ହୋଇ ପାରନ୍ତି ବୋଲି ସନ୍ଦେହ କରାଯାଉଥିଲା। ସେଥିପାଇଁ ଗିରଫ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଇଡି କାର୍ଯ୍ୟାଳୟରେ ବୁଧବାର ଡାକ୍ତରୀ ଟିମ୍‌ ପହଞ୍ଚିଥିଲେ। ତେବେ ଏହି ମାମଲରେ ଅର୍ଚ୍ଚନାଙ୍କ ନାଗ ଫାସରେ ଆଉ କାହାର ସମ୍ପୃକ୍ତି ରହିଛି ତାହା ବିଭାଗୀୟ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି।

   Related Posts