ଖୁବଶୀଘ୍ର ବଜାରକୁ ଆସିବ Realme ର ଫ୍ଲିପ୍ ଏବଂ ଫୋଲ୍ଡିଂ ଫୋନ୍, ଏହି କମ୍ପାନିଙ୍କ ସହ ହେବ ଟକ୍କର
24/03/2023 at 6:55 PM

ନୂଆଦିଲ୍ଳୀ, ୨୪/୦୩: ଦିନ ଥିଲା ଯେତେବେଳେ ବଜାରରେ ଫ୍ଲିପ୍ ଫୋନ୍ ଏବଂ ଫୋଲ୍ଡିଂ ଫୋନ୍ ଲୋକଙ୍କ ଖୁବ୍ ପସନ୍ଦ ଥିଲା। ହେଲେ ନିକଟ ଅତୀତରେ ଏହି ଫୋନ୍ ଗୁଡ଼ିକ ଏହାର ଚାହିଦା ହରାଇଥିଲା। କିନ୍ତୁ ପୁଣି ଥରେ ନୂତନ ଯୁଗର ଫୋଲ୍ଡିଂ ସ୍ମାର୍ଟଫୋନ୍ ସହ ବଜାରକୁ ଫେରିଥିଲା ସାମସଙ୍ଗ୍। ସାମସଙ୍ଗ ୨୦୧୯ ରେ Galaxy Z Fold 4 ଏବଂ Flip 4 ଲଞ୍ଚ କରିଥିଲା।
ତେବେ ଏହି ସମୟରେ ବଜାରରେ ଅନ୍ୟ କମ୍ପାନୀମାନେ ମଧ୍ୟ ସେମାନଙ୍କର ଫ୍ଲିପ୍ ଫୋନ୍ ସହ ଟକ୍କର ମିଳିଥିଲା। ଆଉ ଏବେ ଏହି କ୍ରମରେ ଚାଇନିଜ୍ ସ୍ମାର୍ଟଫୋନ୍ ନିର୍ମାତା ରିୟଲ ମି ମଧ୍ୟ ସାମିଲ୍ ହୋଇଛି। କମ୍ପାନି ଏହି ସେଗମେଣ୍ଟରେ ଏଣ୍ଟ୍ରି କରିବାକୁ ଯାଉଛି।
ତେବେ ଏନେଇ କୌଣସି ଅଧିକାରୀକ ବିବୃତ୍ତି ଦିଆଯାଇନଥିବାବେଳେ। ରିୟଲ ମି ର ପୂବର୍ତନ ଭାରତ ମୁଖ୍ୟ ନିକଟରେ ଏନେଇ କିଛି ସଙ୍କେତ ଦେଇଥିଲେ। ଯେଉଁଥିରୁ କମ୍ପାନୀ ଏହି ଦିଗରେ କାମ କରୁଥିବା ନେଇ ସଙ୍କେତ ମିଳିଥିଲା। କୁହାଯାଉଛି ଚଳିତ ବର୍ଷ ଶେଷ ବେଳକୁ ଏହି ଫୋନ୍ ଲଞ୍ଚ ହୋଇପାରେ। ପୂର୍ବରୁ ମଧ୍ୟ କମ୍ପାନି ଫ୍ଲିପ୍ ଫୋନ୍ ଲଞ୍ଚ କରୁଥିବା ନେଇ କୁହାଯାଉଥିଲା କିନ୍ତୁ ଏଭଳି କିଛି ଫୋନ୍ ଲଞ୍ଚ ହୋଇନଥିଲା।