ମାର୍ଚ୍ଚ ୨୪ ଗୁରୁତ୍ୱପୂର୍ଣ୍ଣ ଦିନ, ଜଣାପଡିବ କରୋନା ସଂକ୍ରମଣରେ ଦେଶର ବାସ୍ତବ ସ୍ଥିତି

Published By : Prameya-News7 Bureau | March 23, 2020 IST

ନୂଆଦିଲ୍ଲୀ ୨୩।୩: କରୋନା ଭାଇରସ୍‌କୁ ନେଇ ୨୪ ମାର୍ଚ୍ଚ ମଙ୍ଗଳବାର ଦେଶଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଦେଶରେ ଏପର୍ଯ୍ୟନ୍ତ ଭୂତାଣୁ ସଂକ୍ରମଣର ସମ୍ପୂର୍ଣ୍ଣ ସ୍ଥିତି ଜଣାପଡିବା ସହ ଏହା କମ୍ୟୁନିଟି ସ୍ତରରେ ବ୍ୟାପିଲାଣି କି ନା ତାହା ସ୍ପଷ୍ଟ ହୋଇଯିବ। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ମଙ୍ଗଳବାର ଏ ନେଇ ତାଙ୍କ ରିପୋର୍ଟ ପ୍ରଦାନ କରିବେ।

{"id":242960,"sizeSlug":"large"}

ତେବେ ଦିନକ ପୂର୍ବରୁ ମହାମାରୀ ବିଶେଷଜ୍ଞ ଡା.ଆର.ଆର.ଗଙ୍ଗାଖେଡକର ସମୂଦାୟ( କମ୍ୟୁନିଟି)ରେ ଭୂତାଣୁ ପ୍ରସାରିତ ହେଲାଣି କି ନା ସେ ନେଇ ଏବେ ନିର୍ଦ୍ଧିଷ୍ଟ ଭାବେ କିଛି କୁହାଯାଇପାରିବନି ବୋଲି କହିଥିଲେ। ତେବେ ଆମେ ଏବେ ମ୍ୟାଥମେଟିକାଲ ମଡେଲିଂ ଉପରେ କାମ କରୁଛୁ ଓ ଏ ନେଇ ମଙ୍ଗଳବାର ହିଁ ଯାହା କିଛି କୁହାଯାଇ ପାରିବ ବୋଲି କହିଥିଲେ।

{"id":242961,"sizeSlug":"large"}

ଏହା ଛଡା ଡା.ଗଙ୍ଗାଖଡକରଙ୍କ ସୂଚନା ଅନୁସାରେ ମଙ୍ଗଳବାର ପରିସ୍ଥିତିର ସବୁଠୁ ଭଲ ଓ ଅତ୍ୟନ୍ତ ମନ୍ଦ ଦିଗନେଇ ମଧ୍ୟ ଗବେଷଣା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି। ସେହିପରି ସଂକ୍ରମଣ ରୋକିବା ଲାଗି ଆଇସିଏମଆର ତାଙ୍କର ରଣନୀତି ଏବେ ବଦଳାଇଛନ୍ତି। ନିଶ୍ୱାସ ପ୍ରଶ୍ୱାସ ସମ୍ବଦ୍ଧିତ ସମସ୍ୟା ନେଇ ହସ୍ପିଟାଲରେ ଭର୍ତ୍ତି ସମସ୍ତ ରୋଗୀ ଓ ଜ୍ୱର ଓ ଖାସ ଅଭିଯୋଗ ନେଇ ହସ୍ପିଟାଲ ଯାଉଥିବା ରୋଗୀଙ୍କ ଏବ ସିଓଭିଆଇଡି-୧୯ ଯାଞ୍ଚ କରିବାକୁ ଆଇସିଏମଆର ନିଷ୍ପତ୍ତି ନେଇଛନ୍ତି।

{"id":242962,"sizeSlug":"large"}

ସେହିପରି କରୋନା ସଂକ୍ରମିତଙ୍କ ସଂସ୍ପର୍ସରେ ଆସିଥିବା ଲୋକଙ୍କୁ ପଞ୍ଚମ ଓ ୧୪ତମ ଦିନରେ ଯାଞ୍ଚ ଲାଗି ମଧ୍ୟ ଆଇସିଏମଆର ନିଷ୍ପତ୍ତି ନେଇଛନ୍ତି। ସାରା ଦେଶରେ ଏବେ କରୋନା ସଂକ୍ରମଣର ଆଶଙ୍କା ଗୁରୁତର ରହିଛି। ଏଣୁ ୨୩ଟି ରାଜ୍ୟର ୮୨ଟି ଜିଲ୍ଲାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ କରିଦିଆଯାଇଛି। ଏହି ଲକ ଡାଉନ ସମୟରେ ଲୋକାଲ, ମେଟ୍ରୋ ଓ ଇଣ୍ଟରଷ୍ଟେଟ୍ ବସ୍ ଚଳାଚଳ ମଧ୍ୟ ଇତିମଧ୍ୟରେ ବନ୍ଦ ହୋଇଯାଇଛି।

{"id":242964,"sizeSlug":"large"}

ତେବେ ଜାଣନ୍ତୁ ଦେଶରେ ଏବେ କରୋନାର ସ୍ଥିତି କିପରି
ଏପର୍ଯ୍ୟନ୍ତ ବିଦେଶରୁ ଆସୁଥିବା ଲୋକେ ହିଁ ଏହି ଭୂତାଣୁର ବାହକ ବୋଲି ବୁଝାଯାଉଛି। ଏଣୁ ଏପର୍ଯ୍ୟନ୍ତ କେବଳ ଏହି ଲୋକଙ୍କ ଠାରେ ଭୂତାଣୁର ସ୍କ୍ରିନିଂ ଓ ଯାଞ୍ଚ କରାଯାଇଛି। ହେଲେ ଏବେ ଏହି ଭୂତାଣୁ ଯେଉଁମାନେ କେବେ ବିଦେଶ ଯାତ୍ରା କରିନାହାନ୍ତି ସେମାନଙ୍କ ଠାରେ ବି ଦେଖାଦେଲାଣି। ଏଣୁ ଅଧିକାରୀମାନେ ଦେଶରେ ସଂକ୍ରମଣ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଥିବାର ଭାବୁଥିଲେ। ତେବେ ସଂକ୍ରମଣ ଏବେ ତାର ତୃତୀୟ ପର୍ଯ୍ୟାୟ ଅର୍ଥାତ ସମୂଦାୟରେ ବି ସଂକ୍ରମିତ ହେବାରେ ଲାଗିଲାଣି ବୋଲି ସନ୍ଦେହ କରାଯାଉଛି।

{"id":242965,"sizeSlug":"large"}

ସାମାନ୍ୟ ଅସାବଧାନତା ହୋଇପାରେ ଘାତକ
କରୋନା ଗ୍ରାଫକୁ ଦେଖିଲେ ପ୍ରାରମ୍ଭିକ ଦିନମାନଙ୍କରେ ଏଥିଲାଗି ହୋଇଥିବା ଅବହେଳାର ପରିଣାମ ଏବେ ଇଟାଲୀ ଓ ଅନ୍ୟ ଦେଶଙ୍କୁ ଭୋଗିବାକୁ ପଡୁଛି। ବିଶେଷଜ୍ଞଙ୍କ ଅନୁସାରେ ଖରାପ ସ୍ୱାସ୍ଥ୍ୟସେବା ଓ ପରିଚାଳନା ଲାଗି ମଧ୍ୟ ସଂକ୍ରମଣ ବୃଦ୍ଧି ହେଉଛି। ଭାରତରେ କରୋନା ଜନିତ ମୃତ୍ୟୁ ଅନୁପାତ ଏବେ ୨:୧୦ ପ୍ରତିଶତ। ଏହି  ଅନୁପାତ ମୋଟ ସଂକ୍ରମିତ ଓ ମୃତକଙ୍କୁ ନେଇ  ନିର୍ଦ୍ଧାରଣ ହୋଇଛି। ତେବେ ଦେଶର ଏହି  ସ୍ଥିତି ନିକଟରେ ଡବ୍ଲୁଏଚଓଙ୍କ ଦ୍ୱାରା ନିର୍ଦ୍ଧାରିତ  ଅନୁପାତ ଠାରୁ କମ୍‌ ରହିଛି। ଡବ୍ଲୁଏଚଓ ଏଥିଲାଗି ୩:୪ ସ୍ଥିର କରିଛନ୍ତି। ତେବେ ମୃତ୍ୟୁ ହାରରୁ କରୋନା ପରିସ୍ଥିତିର ସଠିକ ଆକଳନ କରାଯାଇପାରେନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.