scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରିୟଲ ମାଦ୍ରିଦ୍ ଜିତିଲା ସୁପର କପ୍ ଟାଇଟଲ, ୪-୧ରେ ହାରିଲା ଏଟଲେଟିକୋ

13/01/2020 at 7:32 PM

ଜେଦ୍ଦା ୧୩।୧:  ଦିଗ୍ଗଜ ଫୁଟବଲ କ୍ଲବ ରିୟଲ ମାଦ୍ରିଦ୍ ପେନାଲ୍ଟି ସୁଟ୍ ଆଉଟ୍‌ରେ ଏଟଲେଟିକୋ ମାଦ୍ରିଦକୁ ହରାଇ ସ୍ପେନିଶ ସୁପର କପ ଟାଇଟଲ ହାସଲ କରିଛି। ମିଳିଥିବା ସୂଚନା ଅନୁସାରେ ଏଟଲାଟିକୋ ୪-୧ରେ ପରାସ୍ତ ହୋଇଛି। ରିୟଲ ମାଦ୍ରିଦ୍ ପକ୍ଷରୁ କାରବାହଲ, ରୋଡ୍କିଗୋ,ମୋଡ୍ରିକ୍ ଓ ସର୍ଜିଓ ରାମୋସ ଏହି ଗୋଲ ସ୍କୋର କରିଛନ୍ତି।

ମ୍ୟାଚ୍‌ ବିନା ଗୋଲରେ ସମାପ୍ତ ହୋଇଥିଲା। ଏଣୁ ମ୍ୟାଚ୍ ପେନାଲ୍ଟି ସୁଟ୍ ଆଉଟ୍‌କୁ ଯାଇଥିଲା। ଏଥିରେ ଏଟଲେଟିକୋ ଲାଗି କେବଳ ତ୍ରିପିଏର ଗୋଟିଏ ଗୋଲ ସ୍କୋର କରିବାକୁ ସମାର୍ଥ ହୋଇଥିଲେ। ଏହି ବିଜୟ ସହିତ ରିୟଲ ମାଦ୍ରିଦ ଏକାଦଶ ଥର ଲାଗି ଟାଇଟଲ ବିଜୟୀ ହୋଇଛି। ଏହା ପୂର୍ବରୁ କ୍ଲବ ୧୯୮୮, ୮୯ ଓ ୯୦ ମସିହାରେ ଲଗାତାର ଟାଇଟଲ ବିଜେତା ହୋଇଥିବା ବେଳେ ୧୯୯୩, ୧୯୯୭, ୨୦୦୧, ୨୦୦୩, ୨୦୦୮, ୨୦୧୨ ଓ ୨୦୧୭ରେ ବି ଚାମ୍ପିୟନ ହୋଇଥିଲା।

ଫାଇନାଲ ମ୍ୟାଚ୍‌ରେ ଉଭୟ ଟିମ୍‌କୁ ନିର୍ଦ୍ଧାରିତ ସମୟ ସୀମାରେ ଅନେକ ସୁଯୋଗ ମିଳିଥିଲା। ହେଲେ କେହି କାହା ଉପରେ ଗୋଲ ସ୍କୋର କରିପାରିନଥିଲେ।  ଏଥିରେ ଅତିରିକ୍ତ ସମୟରେ ରିୟଲ ମାଦ୍ରିଦର ଫେଡେୱେରବୋର୍ଡେଙ୍କୁ ରେଡକାର୍ଡ ମିଳିବାରୁ ଟିମ୍ ୧୦ ଜଣ ଖେଳାଳିରେ ସୀମିତ ହୋଇଯାଇଥିଲା। ତେବେ ଟିମ୍‌କୁ ଏହା ପ୍ରଭାବିତ କରିପାରିନଥିଲା। ଟିମ୍ ପେନାଲ୍ଟି ସୁଟ୍ ଆଉଟ୍‌ରେ ଟାଇଟଲ ହାତେଇ ନେଇଛି।

   Related Posts