suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରିଅଲ ଇଷ୍ଟେଟ୍ ଉଦ୍ୟୋଗରେ ଆସନ୍ତା ଦୁଇ ବର୍ଷରେ ୧୨-୧୩ ବିଲିୟନ ଡଲାର ନିବେଶ ସମ୍ଭାବନା: ରିପୋର୍ଟ

27/03/2023 at 11:02 PM

ନୂଆଦିଲ୍ଲୀ: ରିଅଲ ଇଷ୍ଟେଟ୍ ଉଦ୍ୟୋଗକୁ ଗତ ପାଞ୍ଚ ବର୍ଷରେ ୩୨ ବିଲିୟନ ଡଲାରର ଇକ୍ୱିଟି କ୍ୟାପିଟାଲ ମିଳିଛି । ଆସନ୍ତା ଦୁଇ ବର୍ଷରେ ଏହି ଉଦ୍ୟୋଗକୁ ଆହୁରି ୧୨-୧୩ ବିଲିୟନ ଡଲାର ନିବେଶ ଆସିବାର ଅନୁମାନ କରାଯାଉଛି । ରିିଅଲ ଇଷ୍ଟେଟ୍ ପରାମର୍ଶ ଫାର୍ମ ସିବିଆରଇ ଏହି ଅନୁମାନ କରିଛି ।

ସିବିଆରଇ ନୂଆ ରିପୋର୍ଟରେ କହିଛି ଯେ ୨୦୨୩ ଏବଂ ୨୦୨୪ରେ ରିଅଲ ଇଷ୍ଟେଟ୍ ଉଦ୍ୟୋଗରେ ସବୁଠୁ ଅଧିକ ନିବେଶ କାର୍ଯ୍ୟାଳୟ ସ୍ଥଳକୁ ମିଳିବାର ସମ୍ଭାବନା ରହିଛି । ମୋଟ ନିବେଶରେ କାର୍ଯ୍ୟାଳୟ ପରେ ଶିଳ୍ପ ଏବଂ ଲଜିଷ୍ଟିକ୍ କ୍ଷେତ୍ର ଏବଂ ଭୂମିକୁ ମିଳିପାରେ । ଏହାଛଡ଼ା ଡାଟା କେନ୍ଦ୍ରକୁ ମଧ୍ୟ ବଡ଼ ନିବେଶ ମିଳିବାର ସମ୍ଭାବନା ରହିଛି ।

ସିବିଆରଇ ନିଜ ରିପୋର୍ଟରେ କହିଛି ଯେ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଇକ୍ୱିଟି ପ୍ରବାହ ଆଗକୁ ମଧ୍ୟ ଜାରି ରହିବାର ସମ୍ଭାବନା ରହିଛି । ଆସନ୍ତା ଦୁଇ ବର୍ଷରେ ପ୍ରାୟ ୧୨-୧୩ ବିଲିୟନ ଡଲାର ନିବେଶର ସମ୍ଭାବନା ରହିଛି । ୨୦୨୪ ସୁଦ୍ଧା ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ବାର୍ଷିକ ହାରାହାରି ୬-୭ ବିଲିୟନ ଡଲାରର ଇକ୍ୱିଟି ନିବେଶର ଅନୁମାନ ରହିଛି ।

ରିପୋର୍ଟ ଅନୁସାରେ ଭାରତରେ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଇକ୍ୱିଟି ନିବେଶ ୨୦୧୮ରେ ୫.୯ ବିଲିୟନ ଡଲାର ରହିଥିଲା, ଯାହା ୨୦୧୯ରେ ବଢି ୬.୪ ବିଲିୟନ ଡଲାର ହୋଇଥିଲା । ୨୦୨୦ରେ ଏହା ଛଅ ବିଲିୟନ ଡଲାର, ୨୦୨୧ରେ ୫.୯ ବିଲିୟନ ଡଲାର ଏବଂ ୨୦୨୨ରେ ୭.୮ ବିଲିୟନ ରହିଥିଲା ।

   Related Posts