ଜମି ବିକ୍ରି ଆଳରେ ଲକ୍ଷ ଲକ୍ଷ ଟଙ୍କା ନେଇ ରିଅଲ ଇଷ୍ଟେଟ ମାଲିକ ଛୁ, ନାକେଦମ ପରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଲୋକେ

Published By : Prameya-News7 Bureau | December 17, 2022 IST

ଢେଙ୍କାନାଳ: ଢେଙ୍କାନାଳ ସହରରେ ଜାଗା ଯୋଗାଇ ଦେବା ପାଇଁ  ଲକ୍ଷ ଲକ୍ଷ ଟଙ୍କା ଆଦାୟ ପରେ ଫେରାର ହୋଇଯାଇଛନ୍ତି ଜଣେ ରିଅଲ ଇଷ୍ଟେଟ ମାଲିକ । ଫଳରେ ଦୀର୍ଘ ୧୦ରୁ ଉର୍ଦ୍ଧ ବର୍ଷ ଧରି ନିଜ ଜାଗା ନପାଇ ଟଙ୍କା ଫେରସ୍ତ ପାଇଁ ନାକେ ଦମ ହେଲେନି । ଏ ସମ୍ପର୍କରେ ଟାଉନ ଥାନାରେ  ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୁଲିସ ମାମଲା ରୁଜୁ କରିଦେଇ ହାତ ବାନ୍ଧି ବସିଥିବା ଠକାମୀ ର ଶିକାର ଲୋକ ମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଠକାମୀ ଶିକାର  ଜମି କ୍ରେତା ମାନେ ଢେଙ୍କାନାଲ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । 

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁଲିସର ନିଷ୍କ୍ରିୟତା ନେଇ  ପ୍ରତିବାଦ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଗୁହାରି କରିଥିବା ଜଣାପଡ଼ିଛି। ସେମାନଙ୍କ ଅଭିଯୋଗ ମୁତାବକ ଢେଙ୍କାନାଳ ସହର କୁଞ୍ଜକାନ୍ତ ଅଂଚଳର ରମେଶ ପଣ୍ଡା ନାମକ ଜଣେ ବ୍ୟକ୍ତି ପିପି ଡେଭଲପର ଓ ରିୟଲ ଇଷ୍ଟେଟ ନାମକ ଏକ ସଂସ୍ଥା ଖୋଲି ଲୋକମାନଙ୍କୁ ସହରର ଶ୍ୟାମଚରଣପୁର, କାଠଗଡା ଆଦି ଅଞ୍ଚଳରେ ଜାଗା ଦେଖାଇ ବିକ୍ରି ସୂତ୍ରରେ ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି । ତେବେ କେତେକଙ୍କୁ ଜାଗା ବିକ୍ରି କରି କବଲା କରିଥିବା ବେଳେ ଉକ୍ତ ଜାଗାକୁ ଏକାଧିକ ଲୋକଙ୍କୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ପ୍ରକାଶ କରିଛନ୍ତି ।

ଆଉ କେତେକଙ୍କୁ ଜାଗା ଯୋଗାଇ ଦେବା ଆଳରେ ଅଗ୍ରୀମ ଆକାରରେ ଲକ୍ଷ ଲକ୍ଷ ଟଙ୍କା ନେଇ  ଜାଗା ଯୋଗାଉଥିବା ତ ଦୂରେ ଥାଉ  ଟଙ୍କା ମଧ୍ୟ ଫେରସ୍ତ କରୁନାହାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା କିଛି ଲୋକଙ୍କୁ ଟଙ୍କା ଫେରାଇବା ଆଳରେ ଚେକ ପ୍ରଦାନ କରିଥିଲେ ମଧ୍ୟ ତାହା ବାଉନସ ହୋଇଯାଇଛି। ଏହାକୁ ନେଇ ଚେକ ବାଉନସ ଘଟଣାରେ ଟାଉନ ଥାନାରେ ମାମଲା ହୋଇଥିଲେ ମଧ୍ୟ ପୁଲିସ ଚୁପ ରହିଛି । ଏହାର ସୁଯୋଗର ଉକ୍ତ ରିୟଲ ଇଷ୍ଟେଟ ମାଲିକ  ରାଜ୍ୟର ଗଂଜାମ, ଯାଜପୁର, ଅନୁଗୁଳ, ଢେଙ୍କାନାଲ ଓ ନୟାଗଡ଼ ଆଜି ଜିଲ୍ଲାର ଅଂନ୍ୟୁନ ୨୦ରୁ ୨୫ଜଣ ଲୋକଙ୍କୁ ଠକେଇ କରି କେଉଁ ଆଡେ ଫେରାର ହୋଇଯାଇଛନ୍ତି।  ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି ଠକାମୀ ଶିକାର ଲୋକେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.