ସୁପରଟେକ୍ ଲିମିଟେଡ୍ ମାଲିକ ଆର୍କେ ଅରୋରାଙ୍କୁ ଗିରଫ
27/06/2023 at 10:44 PM

ନୂଆଦିଲ୍ଲୀ: ଆର୍ଥିକ ହେର୍ଫେର୍ ଅଭିଯୋଗରେ ଗରିଫ ହେଲେ ରିୟଲ ଇଷ୍ଟେଟ୍ କମ୍ପାନୀ ସୁପରଟେକ୍ର ଚେୟାରମ୍ୟାନ୍ ଆର୍.କେ ଅରୋରା। ଅପରାଧିକ ଧାରା ମନିଲଣ୍ଡରିଂ ନିରୋଧକ ଆଇନ୍(ପିଏମ୍ଏଲ୍ଏ)ରେ ମଙ୍ଗଳବାର ତାଙ୍କୁ ହେପାଜତରେ ନିଆଯାଇଛି ବୋଲି ସୂଚନା ମିଳିଛି। ମନି ଲଣ୍ଡରିଂ ମାମଲାରେ ଗତ ୩ ଧରି ପଚରାଉଚରା କରିବା ପରେ ଶେଷରେ ଦିଲ୍ଲୀ ସ୍ଥିତି ତାଙ୍କ ଅଫିସ୍ରୁ ଅରୋରାଙ୍କୁ ଗରିଫ କରିଛି ଇଡି। ବିଳମ୍ବିତ ରାତିରେ ଗିରଫ ସମ୍ପର୍କରେ ଅରୋରାଙ୍କ ପରିବାରକୁ ଜଣାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ସୁପରଟେକ୍ ଗ୍ରୁପ୍, ଏହାର ନିର୍ଦ୍ଦେଶକ, ପ୍ରମୋଟର ବିରୋଧରେ ମନି ଲଣ୍ଡରିଂ ମାମଲା ହୋଇଛି। ଦିଲ୍ଲୀ, ହରିଆଣା ଓ ଉତ୍ତର ପ୍ରଦେଶ ଥାନାରେ ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ସୁପରଟେକ୍ ଗ୍ରୁପ୍ ଘର କିଣୁଥିବା ଗ୍ରାହକଙ୍କୁ ଠକିଥିବା ଅଭିଯୋ ହୋଇଛି। ସଂସ୍ଥା ଗ୍ରାହକଙ୍କୁ ଘର ଦେବାରେ ଅସମର୍ଥ ରହିଛି ବୋଲି ସୁପରଟେକ୍ ବିରୋଧରେ ମାମଲା ହୋଇଛି।
ପଢ଼ନ୍ତୁ-ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ୍ଙ୍କୁ ବଡ ଆଶ୍ଵସ୍ତି, ମିଳିଲା ବିଦେଶ ଯିବାକୁ ଅନୁମତି
ଗତ ଏପ୍ରିଲ ମାସରେ ଇଡି ରିୟଲ ଇଷ୍ଟେଟ୍ ଗ୍ରୁପ୍ ଏବଂ ଏହାର ନିର୍ଦ୍ଦେଶକଙ୍କର ୪୦ କୋଟି ଟଙ୍କା ଜବତ କରିଥିଲା। ଗତବର୍ଷ ସୁପରଟେକ୍ ନୋଏଡ଼ାରେ ବେଆଇନ ଭାବେ ତିଆରି କରିଥିବା ଟ୍ୱିନ୍ ଟାୱରକୁ ଭଙ୍ଗା ଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ୩ ହଜାର କେଜି ବିସ୍ଫୋରକ ଲଗାଇ ଦୁଇଟି ଉଚ୍ଚ ଅଟ୍ଟାଳିକାଙ୍କୁ ଭାଙ୍ଗି ଦିଆଯାଇଥିଲା।