ଅଷ୍ଟମ ସମନକୁ ବି ଅଣଦେଖା; ମାର୍ଚ୍ଚ ୧୨ ପରେ ଇଡିରେ ହାଜର ହେବେ କେଜ୍ରିଓ୍ବାଲ

Published By : Prameya-News7 Bureau | March 04, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡିର ଅଷ୍ଟମ ସମନକୁ ବି କେଜ୍ରିଓ୍ବାଲଙ୍କ ଅଣଦେଖା । ଫେବ୍ରୁଆରୀ ୪ ତାରିଖ ଅର୍ଥାତ୍ ଆଜି ହାଜର ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ୍ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମାତ୍ର ସୋମବାର ଦିଲ୍ଲୀ ବିଧାନସଭା ବଜେଟ୍ ଅଧିବେଶନ ଥିବାରୁ ଇଡିରେ ହାଜର ହେବା ନାହିଁ କେଜ୍ରିଓ୍ବାଲ । ଏହାଛଡ଼ା ଯାଞ୍ଚ ଏଜେନ୍ସିର ସମନ ଅଣସାମ୍ବିଧାନିକ ତଥାପି ଆସନ୍ତା ମାର୍ଚ୍ଚ ୧୨ ତାରିଖ ପରେ ଜବାବ ଦେବେ । ଆମ୍ ଆଦମୀ ପାର୍ଟି ପ୍ରମୁଖ ଭିଡିଓ କନଫରେନ୍ସି ମାଧ୍ୟମରେ ଇଡିରେ ହାଜର ହେବେ ବୋଲି କହିଛନ୍ତି ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଷ୍ଟମ ସମନ ଜାରି କରିଛି । ମାତ୍ର କେଜ୍ରିଓ୍ବାଲ ଏହାକୁ ବାରମ୍ବାର ଅଣସାମ୍ବିଧାନିକ କହି ଅଣଦେଖା କରୁଛନ୍ତି । ଏହା ପୂର୍ବ ଇଡି ଫେବ୍ରୁଆରୀ ୨୨ ତାରିଖରେ ସମନ ଜାରି କରି ହାଜର ହେବାକୁ କହଥିଲା  । ସେପଟେ ବିଜେପି ପ୍ରରୋଚନାରେ ଯାଞ୍ଚ ଏଜେନ୍ସି ଏଭଳି କରୁଛି ଅଭିଯୋଗ କରିଛନ୍ତି ଆପ୍ ନେତା । ଆମ୍ ଆଦମୀ ପାର୍ଟିକୁ ଇଣ଼୍ଡିଆ ମେଣ୍ଟ ଛାଡ଼ିବା ପାଇଁ ଚାପ ପକାଯାଉଛି, ମାତ୍ର ଆପ୍ ମେଣ୍ଟ ଛାଡ଼ିବ ନାହିଁ ବୋଲି କହିଛନ୍ତି କେଜ୍ରିଓ୍ବାଲ କହିଛନ୍ତି ।

wp:embed {"url":"https://www.prameyanews7.com/2-arrested-in-haryana-politician-nafe-singh-rathees-murder-case-from-goa/","type":"wp-embed","providerNameSlug":"prameya-news-7"}
https://www.prameyanews7.com/2-arrested-in-haryana-politician-nafe-singh-rathees-murder-case-from-goa/
/wp:embed

ଏହାଛଡ଼ା ଆମ୍ ଆଦମୀ ପାର୍ଟି କହିଥିଲା, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଇଡିରେ ହାଜର ହେବେ ନାହିଁ, କାରଣ ଏହି ମାମଲାର ଶୁଣାଣି ଏବେ କୋର୍ଟ ଜାରି ରହିଛି । ବାରମ୍ବାର ସମନ ଜାରି କରିବା ଅପେକ୍ଷା କୋର୍ଟଙ୍କ ରାୟ ଆସିବା ଯାଏଁ ଅପେକ୍ଷା କରିବା ଜରୁରୀ ବୋଲି ଆପ୍ ନେତା କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.