କୃଷି ଆଇନ ପ୍ରତ୍ୟାହାରକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା, ଜାଣନ୍ତୁ କିଏ କହିଛନ୍ତି କ’ଣ ?

Published By : Prameya-News7 Bureau | November 19, 2021 IST

ନୂଆଦିଲ୍ଲୀ ୧୯।୧୧: ଅଖିଳ ଭାରତୀୟ ଟ୍ରେଡ ୟୁନିୟନ କଂଗ୍ରେସ (ଏଆଇଟିୟୁସି) ଶୁକ୍ରବାର କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣାରେ ପ୍ରତିକ୍ରିୟା ରଖିଛି। ଏ ସମ୍ପର୍କିତ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ଏଆଇଟିୟୁସି କାଫି କମ ଓ ଢେର ବିଳମ୍ବରେ ବୋଲି କହିଛି। ସେହିପରି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସମର୍ଥିତ ଚାଷୀ ସଙ୍ଗଠନ ଅଖିଳ ଭାରତୀୟ କୃଷକ ସଭା ଏହା ଚାଷୀଙ୍କ ଅଧା ବିଜୟ ବୋଲି କହିଛି। ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀ ୩ କୃଷି ଆଇନକୁ ସମାପ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ଘୋଷଣା କରିଥିଲେ।

{"id":546687,"sizeSlug":"full","linkDestination":"none"}

ଏହି ଘୋଷଣା ସହ ଆଇନକୁ ବିରୋଧ କରି ଦିଲ୍ଲୀ ସୀମାକୁ ଘେରି ରହିଥିବା ଚାଷୀଙ୍କୁ ନିଜନିଜ ଘରକୁ ଫେରିଯିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ତେବେ ଟ୍ରେଡୟୁନିୟନ କଂଗ୍ରେସ ଏହା କୌଣସି ନିର୍ବାଚନୀ ପ୍ରତିଶ୍ରୁତି ନୁହେଁ ବରଂ ଏକ ସଂସ୍କାରାତ୍ମକ ପଦକ୍ଷେପ ବୋଲି କହିଛନ୍ତି। ତେବେ ଏଥିରେ ସଂଶୋଧିତ ବିଦ୍ୟୁତ ବିଧେକ ଓ ଏମଏସପିର ଆଇନଗତ ଗ୍ୟାରେଣ୍ଟି ନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇ ନଥିବା, ଯାହା ଚାଷୀଙ୍କ ମୂଳଦାବି ବୋଲି ଏଆଇଟିୟୁସି କହିଛନ୍ତି।

{"id":546688,"sizeSlug":"full","linkDestination":"none"}

ତେବେ ଏଆଇଟିୟୁସି ମିଳିତ କୃଷକ ମୋର୍ଟ୍ଟା (ଏସକେଏମ)କୁ ଆନ୍ଦୋଳନର ନେତୃତ୍ୱ ଲାଗି ଅଭିନନ୍ଦନ ଜଣାଇଥିବା ବେଳେ କୃଷକ ସଙ୍ଗଠନ ପ୍ରତି ନିରନ୍ତର ସହଯୋଗର ପ୍ରତିଶ୍ରୁତି ମଧ୍ୟ ଦେଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.