ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

କାହିଁକି ରାଗିଗଲେ ରାଣୀ ପଣ୍ଡା… ଆଇଟମ୍ ଡ୍ୟାନ୍ସ ନହେଲେ ଖଣ୍ଡଗିରି ପେଣ୍ଡାଲ ଜମିବ ତ ?

25/01/2020 at 10:56 AM

ଭୁବନେଶ୍ବର ୨୫।୧: ଚଳିତବର୍ଷ ଖଣ୍ଡଗିରି କୁମ୍ଭ ମେଳାରେ ଦେଖିବାକୁ ମିଳିବ ନାହିଁ ନିଆଁ ଲଗା ଡ୍ୟାନ୍ସ । ସେଥିପାଇଁ ଭୁବନେଶ୍ବର ମହାନଗର ନିଗମ ଯାତ୍ରା ଆୟୋଜକଙ୍କୁ ପରାମର୍ଶ ଦେଇଛି । ଏଥିରେ ଯାତ୍ରା ଆୟୋଜକମାନେ ରାଜି ହୋଇଥିବା ସୂଚନା ମିଳିଛି । ତେଣୁ ଏଥର ଖଣ୍ଡଗିରି ମେଳାରେ ପଡୁଥିବା ଯାତ୍ରାପାର୍ଟିରେ ରାଣୀ ପଣ୍ଡା କିମ୍ବା ତାଙ୍କ ଭଳି ଅଶ୍ଳୀଳ ଡ୍ୟାନ୍ସ ପ୍ରଦର୍ଶନ କରୁଥିବା ଡ୍ୟାନ୍ସରଙ୍କୁ ଦେଖିବାକୁ ମିଳିନପାରେ ।

ତେବେ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ଆଇଟମ୍ ଡ୍ୟାନ୍ସର ରାଣୀ ପଣ୍ଡା । ତେବେ ଏନେଇ କ’ଣ କହୁଛନ୍ତି ରାଣୀ ପଣ୍ଡା ଖୁଣନ୍ତୁ…

ଫେବୃଆରୀ ୧ତାରିଖରୁ ଆରମ୍ଭ ହେଉଛି ଖଣ୍ଡଗିରି କୁମ୍ଭ ମେଳା । ମେଳାରେ ପଡୁଥିବା ଯାତ୍ରାପାର୍ଟି ଗୁଡିକ ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ତାଙ୍କର ଯାତ୍ର ପରିବେଷଣ କରିବେ । ଏଥର ମୈଦାନକୁ ଓହ୍ଲାଇବେ ଅନେକ ଅପେରା ପାର୍ଟି । ସେଥିପାଇଁ ସଜେଇ ହେଉଛି ଖଣ୍ଡଗିରି । କିନ୍ତୁ ଚଳିତବର୍ଷ ନିଆଁ ଲଗା ଡ୍ୟାନ୍ସ ଦେଖିବାକୁ ମିଳିବ ନାହିଁ । ଏନେଇ ବିଏମସି ପ୍ରଶାସକଙ୍କ ପକ୍ଷରୁ ଯାତ୍ରା କମିଟିର ସଦସ୍ୟଙ୍କ ସହିତ ଆଲୋଚନା କରିଛନ୍ତି । ମଞ୍ଚରେ ଅଶ୍ଲୀଳ ନାଚ ହେବ ନାହିଁ ବୋଲି ଆୟୋଜକମାନେ ମତ ରଖିଛନ୍ତି ।

ଗତବର୍ଷ ଖଣ୍ଡଗିରି ଯାତ୍ରାରେ ବିଭିନ୍ନ ଅପେରା ପାର୍ଟିଙ୍କ ଦ୍ବାରା ଆୟୋଜିତ ରେକର୍ଡ଼ ଡ୍ୟାନ୍ସରେ ଆଇଟମ୍ ଗାର୍ଲଙ୍କ ଅଶ୍ଳୀଳ ନୃତ୍ୟ ପୂରା ସୀମା ଟପିଥିଲା । ଯାହାକୁ ନେଇ ନିଜ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ ପରିବାର ସହ ଯାତ୍ରା ଦେଖିବାକୁ ଆସୁଥିବା ସାଧାରଣ ଲୋକ । ଲୋକଙ୍କ ଅସନ୍ତୋଷକୁ ଦେଖି ସେତେବେଳେ ଏଭଳି ଅଶ୍ଳୀଳତା ବିରୋଧରେ ସ୍ବର ଉତ୍ତୋଳନ କରିଥିଲା ନ୍ୟୁଜ୍ ୭ । ଆଉ ବାରମ୍ବାର ଖବର ପ୍ରସାରଣ ପରେ ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ବ୍ୟାନ୍ କରିବାକୁ ବାଧ୍ୟ ହୋଇଥିଲା ପ୍ରଶାସନ ।

   Related Posts