ସ୍ତ୍ରୀର ମାନ୍ୟତା ପାଇଁ ଡାକ୍ତରଙ୍କ ଘର ଆଗରେ ମହିଳାଙ୍କ ଧାରଣା : ମୁହଁ ଖୋଲିଲେ ଶ୍ବଶୁର

Published By : Prameya-News7 Bureau | November 24, 2021 IST

ବ୍ରହ୍ମପୁର ୨୪।୧୧: ସ୍ତ୍ରୀର ମାନ୍ୟତା ପାଇବା ପାଇଁ ସ୍ବାମୀଙ୍କ ଘର ଆଗରେ ମହିଳାଙ୍କ ଧାରଣା । ବ୍ରହ୍ମପୁର ବ୍ରହ୍ମାନଗର ଦ୍ବିତୀୟ ଲାଇନରେ ମହିଳା ଜଣଙ୍କ ଡାକ୍ତରଙ୍କ ଘର ସମ୍ମୁଖରେ ଧାରଣାରେ ବସିବା ଘଟଣାରେ ମୁହଁ ଖୋଲିଛନ୍ତି ଶ୍ବଶୁର । ତପସ୍ବିନୀଙ୍କ ସହ ସୁମିତଙ୍କ ସମ୍ପର୍କ ଥିବା ନେଇ ପ୍ରମାଣ ରଖିଛନ୍ତି । ଏ ଘଟଣା ନ୍ୟାୟାଳୟରେ ବିଚାର ହେବ । ଘର ସମ୍ମୁଖରେ ଏଭଳି ଧାରଣା ଦେବା ଦ୍ବାରା ସ୍ତ୍ରୀ ଓ ମା’ଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ରହିଛି । ସମସ୍ତ ପରିବାରବର୍ଗ ଭୟଭୀତ ଅବସ୍ଥାରେ ଅଛନ୍ତି । ମୌଳିକ ସୁବିଧାରୁ ବଞ୍ଚିତ ହେଉଛୁ । ଏହା ଆପଣମାନେ ବିଚାର କରିବେ ବୋଲି ସୁମିତଙ୍କ ବାପା ପ୍ରମୋଦ ସାହୁ ପ୍ରତିକ୍ରିୟା ରଖିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.