କଂଗ୍ରେସ ଭବନରେ ବାଉନ୍ସର ଜଗିବା ଘଟଣା : ସୁର କହିଲେ ଆମକୁ ବଳେଇଯିବେନି ବାଉନ୍ସର, କାହ୍ନୁ କହିଲେ ବାଉନ୍ସର କଳା ପୋଷାକ ପିନ୍ଧା ଗୁଣ୍ଡା

Published By : Prameya-News7 Bureau | January 18, 2020 IST

ଭୁବନେଶ୍ବର ୧୮।୧: ରାଜ୍ୟ କଂଗ୍ରେସ ଭବନରେ ଗତକାଲି ବୈଠକ ସମୟରେ ବାହାରେ ବାଉନ୍ସର ଜଗିବାକୁ ନେଇ ଜତେଜୁଛି ରାଜନୀତି । ବରିଷ୍ଠ ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ରଖି କହିଛନ୍ତି, ରାଜନୀତିରେ ଏମିତି ହେବା ଉଚିତ୍ ନୁହେଁ । ଆମକୁ କଣ ବଳେଇଯିବେ ବାଉନ୍ସର । ଆମେ ଡାକିଦେଲେ ୫ହଜାର ଲୋକ ପଳାଇଆସିବେ । ପୁରୁଣା ନେତା ଡାଇରେକ୍ଟର ହୁଅନ୍ତୁ । ନୂଆ ଟୋକା ହିରୋ ହୁଅନ୍ତୁ । ଆମେ ଗୁଣ୍ଡା ଶାସନ ସହ୍ୟ କରିବୁନାହୁଁ ବୋଲି ସୁର କହିଛନ୍ତି । ଭବିଷ୍ୟତରେ ଏମିତି ନ ହେଉ ବୋଲି ଦଳର ନେତାଙ୍କୁ ସେ ନିବେଦନ କରିଛନ୍ତି ।

{"id":212829,"sizeSlug":"large"}

ସେହିପରି କଂଗ୍ରେସ ନେତା କାହ୍ନୁ ଲେଙ୍କା କହିଛନ୍ତି ଏହା ଏକ ଦୁଃଖଦ ଘଟଣା । ବାଉନ୍ସର ହେଉଛନ୍ତି କଳା ପୋଷାକ ପିନ୍ଧା ଗୁଣ୍ଡା ବୋଲି କହିଲେ କାହ୍ନୁ ଲେଙ୍କା । ଅନ୍ୟପଟେ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ତେବେ ବଡ ଦଳରେ ଏଭଳି ଘଟିବା କିଛି ନୂଆ ନୁହେଁ l ସେହିପରି କାହାର କିଛି ଅଭିଯୋଗ ଥିଲେ ହାଇକମାଣ୍ଡଙ୍କୁ ଅବଗତ କରନ୍ତୁ ବୋଲି କହିଛନ୍ତି ବିଧାୟକ ତାରା ବାହିନୀପତି ।

{"id":212830,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି କଂଗ୍ରେସ ଭବନରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଥିଲା । କଂଗ୍ରେସ ଭବନରେ ମୁତୟନ ହୋଇଥିଲେ ବାଉନ୍ସର। ନିରଞ୍ଜନ ହଟାଅ, ମୋକିମ ଜିନ୍ଦାବାଦରେ କମ୍ପିଥିଲା କଂଗ୍ରେସ ଭବନ। କଂଗ୍ରେସ ଭବନରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ନିର୍ବାଚନ ପରବର୍ତ୍ତୀ ଜିଲ୍ଲାଓ୍ବାରୀ ସମୀକ୍ଷା ବୈଠକ ନେଉଥିବାବେଳେ ବୈଠକ ଭିତରେ ଏବଂ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ କର୍ମୀ । କଟକ ସିଟିର ସଙ୍ଗଠନ ନେଇ ଆଲୋଚନା ବେଳେ ନିରଞ୍ଜନଙ୍କୁ ହଟାଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସଭାପତି କରିବା ପାଇଁ ଦାବି କରିଥିଲେ କର୍ମୀ । ଏପଟେ ବାହାରେ ନିରଞ୍ଜନଙ୍କ ସପକ୍ଷ ଓ ବିପକ୍ଷ ଗୋଷ୍ଠୀର କର୍ମୀମାନଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା । ସ୍ଥିତି ଏମିତି ହେଲା ଯେ ଶେଷରେ ସୁରକ୍ଷା ପାଇଁ କଂଗ୍ରେସ ଭବନରେ ବାଉନ୍ସର ନିୟୋଜିତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.