ବ୍ରେନ୍ ଷ୍ଟ୍ରୋକ୍ ହେଲେ ଏତିକି ସମୟରେ ପହଞ୍ଚନ୍ତୁ ହସ୍ପିଟାଲ, ବଞ୍ଚିଯିବ ଜୀବନ
29/01/2023 at 6:47 PM

ନୂଆଦିଲ୍ଲୀ ୨୯।୧: ସାରା ଦେଶରେ ଏବେ ବ୍ରେନ ଷ୍ଟ୍ରୋକ୍ ମାମଲା ବୃଦ୍ଧି ହେଉଛି। ତେବେ ସଚେତନତାର ଅଭା, ଅବହେଳା ଓ ବିଳମ୍ବରେ ଚିକିତ୍ସା ଯୋଗୁ ଅଧିକାଂଶ ରୋଗୀଙ୍କ ଲାଗି ଏହା ପ୍ରାଣ ଘାତକ ହେଉଛି। ଏଥିରେ ଯେଉଁ ରୋଗୀ ବଞ୍ଚିବି ଯାଉଛନ୍ତି ସେମାନେ ବୁଝିବା, ବିଚାରିବା, କହିବା ଓ ମନେ ପକାଇବାର କ୍ଷମତା ହରେଇ ବସୁଛନ୍ତି। ଏଥିରେ ଅନେକ ରୋଗୀଙ୍କ ମୁହଁ ବଙ୍କା ହୋଇ ଯାଉଛି ବା ଶରୀରର ଗୋଟିଏ ପଟ ଅଙ୍ଗ ଅଚଳ ହୋଇପଡୁଛି। ଏପରି ପରିସ୍ଥିତିରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡୁଛି।
ନୋଏଡା ଫୋର୍ଟିସ୍ ହସ୍ପିଟାଲରେ ନ୍ୟୁରୋ ଓ ସ୍ପାଇନ ସର୍ଜରୀ ଡାଇରେକ୍ଟର ତଥା ଚଣ୍ଡିଗଡ ପିଜିଆଇର ପୂର୍ବତନ କନସଲଟାଣ୍ଟ ଡା. ରାହୁଲ ଗୁପ୍ତା ବ୍ରେନ ଷ୍ଟ୍ରୋକ୍ ହେବାର ତୁରନ୍ତ ବାଦ ଯଦି ରୋଗୀକୁ କୌଣସି ଭଲ ହସ୍ପିଟାଲ ପହଞ୍ଚାଇ ଦିଆଯାଏ ତେବେ ରୋଗୀଙ୍କ ଜୀବନ ବଞ୍ଚାଯାଇପାରେ ବୋଲି କହିଛନ୍ତି। ଘଣ୍ଟେ ଦୁଇ ଘଣ୍ଟା ମଧ୍ୟରେ ଯଦି ରୋଗୀ ହସ୍ପିଟାଲ ପହଞ୍ଚି ପାରିଲା ତେବେ ଆହୁରି ଭଲ। ଏଥିରେ ରୋଗୀ ଯଦି ଦୂର ଦୂରାନ୍ତ ଗ୍ରାମୀଣ କ୍ଷେତ୍ରରେ ରହୁଥାନ୍ତି ତେବେ ତାଙ୍କୁ ୪ରୁ ୬ ଘଣ୍ଟା ମଧ୍ୟରେ ହସ୍ପିଟାଲ ପହଞ୍ଚା ଯାଇ ପାରିଲେ ଜୀବନ ବଞ୍ଚାଯାଇ ପାରିବ। ରୋଗୀଙ୍କ ଲାଗି ଏହା ଗୋଲ୍ଡେନ ଆୱାର ଓ ସଠିକ ଚିକିତ୍ସା ମିଳିପାରିଲେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇପାରିବେ ବୋଲି ସେ କହିଛନ୍ତି।

ଡା. ଗୁପ୍ତା କହିଛନ୍ତି ଯେ ଇସ୍କିମିକ୍ ବ୍ରେନ ଷ୍ଟ୍ରୋକ୍ ରୋଗୀକୁ ୪ରୁ ୬ ଘଣ୍ଟା ମଧ୍ୟରେ ଏକ ଇଞ୍ଜେକ୍ସନ ଦିଆଯାଇଥାଏ। ଫଳରେ ମସ୍କିଷ୍କର ନର୍ଭସର ରକ୍ତବାହିକାରେ ଥିବା ବ୍ଲକେଜ୍ ଦୂର ହୋଇପାରେ ଓ ୨ରୁ ୩ ମାସର ଚିକିତ୍ସାରେ ରୋଗୀ ପୁଣି ସ୍ୱଭାବିକ ଜୀବନ ଯାପନ କରିପାରିବ। ଏଥିରେ ଯଦି କାହାରିକୁ ଆକ୍ୟୁଟ୍ ଇସ୍କିମିକ୍ ବ୍ରେନଷ୍ଟ୍ରୋକ୍ ହୁଏ ତେବେ ରୋଗୀକୁ ମେକାନିକାଲ ଥ୍ରମ୍ବକ୍ଟମୀ ଦିଆଯାଏ। ଫଳରେ ରୋଗୀର ମସ୍ତିଷ୍କକୁ ପୁଣି ରକ୍ତ ପ୍ରବାହ ଆରମ୍ଭ ହେବା ସହ ରୋଗୀ ସୁସ୍ଥ ହୋଇପାରେ।
ତେବେ ଆସନ୍ତୁ ଜାଣିବା କଣ ପାଇଁ ହୁଏ ବ୍ରେନଷ୍ଟ୍ରୋକ୍
ଅନିୟମିତ ଖାଦ୍ୟ ପାନୀୟ, ଅନିୟମିତ ଜୀବନ ଶୈଳୀ, ସିଗାରେଟ୍ ଓ ଧୂମ୍ରପାନ ଅଭ୍ୟାସ, ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମୋବାଇଲ ଓ ଟିଭି ଦେଖିବା ଯୋଗୁ ଅତ୍ୟାଧିକ ଷ୍ଟ୍ରେସ୍ କାରଣରୁ ମସ୍ତିଷ୍କକୁ ରକ୍ତ ପହଞ୍ଚାଉଥିବା ଶିରାରେ ଚର୍ବି ଜମି ଯାଇଥାଏ, ଯାହାକୁ ବ୍ଲକେଜ୍ କୁହାଯାଏ। ଏଥିଯୋଗୁ ବ୍ରେନଷ୍ଟ୍ରୋକ୍ ହୁଏ। ଏହା ଏକ ଜୀବନଶୈଳୀ ଜନିତ ରୋଗ, ଯାହାକୁ ଇସ୍କିମିକ୍ ବ୍ରେନଷ୍ଟ୍ରୋକ୍ କୁହାଯାଏ। ୮୫ ପ୍ରତିଶତ ବ୍ରେନଷ୍ଟ୍ରୋକ୍ ଇସ୍କିମିକ୍ ହୋଇଥାଏ। ଏବେ ଯୁବବର୍ଗଙ୍କ ମଧ୍ୟରେ ଏହି ବେମାରୀ ବ୍ୟାପିବାରେ ଲାଗିଛି। ବ୍ରେନ ଷ୍ଟ୍ରୋକ୍ରେ ଶିକାର ହେଉଥିବା ୧୦ରୁ ୧୫ ପ୍ରତିଶତ ଲୋକଙ୍କ ଆୟୁ ୪୦ ବର୍ଷରୁ କମ୍ ବୋଲି ନ୍ୟୁରୋ ବିଶେଷଜ୍ଞ କହିଛନ୍ତି।