oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଆଜି ୪୫ ଟି ସ୍ଥାନରେ ହେବ ରି-ପୋଲିଂ, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ବିଭ୍ରାଟ ହୋଇଥିବା ସ୍ଥାନରେ ହେବ ସାନି ମତଦାନ

23/02/2022 at 8:48 AM

ଭୁବନେଶ୍ୱର ୨୩/୦୨: ଆଜି ୪୯ ଟି ସ୍ଥାନରେ ରି-ପୁଲିଂ ହେଉଛି । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଯେଉଁ ସ୍ଥାନରେ ମତଦାନ ବିଭ୍ରାଟ ଓ ବାଧାପ୍ରାପ୍ତ ହୋଇଥିଲା ସେସବୁ ସ୍ଥାନରେ ସାନି ମତଦାନ ହେଉଛି। ଆଜି ମୋଟ ୧୦ଟି ଜିଲ୍ଲାର ୧୮ଟି ବ୍ଲକରେ ସାନି ଭୋଟ ଚାଲିଛି । ଭଦ୍ରକରେ ୩ଟି ବ୍ଲକ ଭଦ୍ରକ , ବନ୍ତ ଓ ଚାନ୍ଦବାଲିରେ ସାନି ମତଦାନ ହେଉଛି । ସେହିପରି ଯାଜପୁର ଜିଲ୍ଲାର ୪ଟି ବ୍ଲକରେ ସାନି ମତଦାନ ହେଉଛି ।

ସେଗୁଡିକ ହେଲା ଯାଜପୁର, ଧର୍ମଶାଳା, ଦଶରଥପୁର, ବଡ଼ଚଣା । ପୁରୀ ଜିଲ୍ଲାର ବ୍ରହ୍ମଗିରି, କୃଷ୍ଣ ପ୍ରସାଦ ଓ କଣାସରେ ଆଜି ସାନି ମତଦାନ ଚାଲିଛି । ବାଲେଶ୍ବର ବସ୍ତା, ଢେଙ୍କାନାଳ ଗନ୍ଦିଆ , ବୌଦ୍ଧର ରୋକ୍ସାରେ ମଧ୍ୟ ରି ପୋଲିଂ ଚାଲିଛି । ସେହିପରି ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ, ଜଗତସିଂହପୁରର ଜଗତପୁର ବ୍ଲକ, କେନ୍ଦୁଝରର ତେଲକୋଇ, ମୟୂରଭଞ୍ଜ କପ୍ତିପଦା ଓ ସୁଲିଆପଦାରେ ସାନି ମତଦାନ ଚାଲିଛି ।

ସେହିପରି ତୃତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣରେ ବାଧାପ୍ରାପ୍ତ ହୋଇଥିବା ୩୦ ଟି ସ୍ଥାନରେ ଆସନ୍ତା ୨୫ ତାରିଖରେ ସାନି ମତଦାନ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ସେପଟେ ରାଜ୍ୟରେ ସରିଛି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ । ଚତୁର୍ଥ ପର୍ଯ୍ୟାୟରେ ୭୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । କିଛି ସ୍ଥାନରେ ବାଲଟ ପେପରରେ ତ୍ରୁଟି ପାଇଁ ଭୋଟଦାନ ବାଧାପ୍ରାପ୍ତ ହୋଇଛି । ଆସନ୍ତାକାଲି ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ।

   Related Posts