Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୪ ବର୍ଷ ତଳର ଦୁଷ୍କର୍ମ ମାମଲାକୁ ରଫାଦଫା କରିଦେଇଥିଲା ପୋଲିସ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜଣେ ଗିରଫ, ଅନ୍ୟଜଣେ ଫେରାର

7/10/2021 at 10:23 PM

ଢେଙ୍କାନାଳ, ୦୭/୧୦: ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅଂଚଳର ଜଣେ ଦଳିତ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ରଂଜାଗୋଳ ଗ୍ରାମର ଗୌତମ ପ୍ରଧାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ଅଭିଯୁକ୍ତ ବାସୁଦେବ ପ୍ରଧାନ ଫେରାର ହୋଇଯାଇଥିବା ଜଣାପଡିଛି । ଏହି ମାମଲାକୁ ଢେଙ୍କାନଳ ପୋଲିସ ଦଫା ରଫା କରିଦେଇଥିବାବେଳେ ପିଡିତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଫଳରେ ଦୀର୍ଘ ୪ବର୍ଷ ତଳର ଏହି ମାମଲାକୁ ପୁଣି ବିଚାର ପାଇଁ ତଳକୋର୍ଟକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଅଭିଯୁକ୍ତମାନେ ହରଡ଼ଘଣାରେ ପଡିଛନ୍ତି ।

ଗତ ୨୦୧୮ମସିହା ଏପ୍ରିଲ ୧୭ତାରିଖର ବାଲିମି ଥାନା ଅଂଚଳର ଜଣେ ଦଳିତ ନାବାଳିକାକୁ ଏହି ଦୁଇଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଦଳିତ ପୀଡ଼ିତାଙ୍କ ଏହି ମାମଲାକୁ ଜଣେ ଡ଼ିଏସପି ପାହ୍ୟା ପୋଲିସ ଅଧିକାରୀ ତଦନ୍ତ କରିଥିଲେ । ମାତ୍ର ଏପରି ସଙ୍ଗିନ ମାମଲାକୁ ମିଥ୍ୟା ବୋଲି ଦର୍ଶାଇ ଦଫାରଫା କରିଦେଇଥିଲା ପୋଲିସ । ତେବେ ଏହି ଅସହାୟ ଦଳିତ ନାବାଳିକା ପୀଡିତା ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ ମାନ୍ୟବର ହାଇକୋର୍ଟ ପିଡିତାର ଏପରି ସମ୍ବେଦନଶୀଳ ଅଭିଯୋଗର ଗୁରୁତ୍ୱକୁ ଉପଲବ୍ଧି କରିଛନ୍ତି । ଫଳରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଢେଙ୍କାନଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ସ୍ୱତନ୍ତ୍ର ପୋକ୍ସୋ ଅଦଲତଙ୍କ ପକ୍ଷରୁ ମାମଲାକୁ ବିଚାରକୁ ନିଆଯାଇଛି ।

ଏପରିକି ଅଦଲତ ଅଭିଯୁକ୍ତ ଦୁଇଜଣଙ୍କ ନାମରେ ଗତ ସେପ୍ଟେମ୍ବର ମାସରେ ଗିରଫ ପରୱାନା ଜାରି କରିଥିଲେ । ଦୀର୍ଘ ଚାରି ବର୍ଷ ପରେ ମଧ୍ୟ ମାନ୍ୟବର ଅଦାଲତ ଜଣେ ଅସାହାୟ ଦଳିତ ନାବାଳିକା ଦୁଷ୍କର୍ମ ପିଡ଼ିତାର ଦୁଃଖ ଶୁଣିଥିବାରୁ ତାଙ୍କ ନ୍ୟାୟ ପାଇବା ଆଶା ଦୃଢ଼ୀଭୂତ ହେଉଥିବା ପୀଡ଼ିତାଙ୍କ ଓକିଲ ପ୍ରକାଶ କରିଛନ୍ତି ।

   Related Posts