ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ବାନ୍ଧିଲା ED, କୋର୍ଟରେ ହାଜର ପରେ ଗିରଫ

Published By : Prameya-News7 Bureau | December 13, 2022 IST

ଭୁବନେଶ୍ୱର ୧୩/୧୨: ଶେଷରେ ED ଜାଲରେ ଫସିଲେ ନାଗ ଦମ୍ପତ୍ତି । ଅର୍ଚ୍ଚନା ନାଗ୍ ଓ ଜଗବନ୍ଧୁ ଚାନ୍ଦ୍‌ଙ୍କୁ ଗିରଫ କରିଛି ED । ଭୁବନେଶ୍ୱର କୋର୍ଟରେ ହାଜର ପରେ ଗିରଫ ହୋଇଛନ୍ତି ନାଗ ଦମ୍ପତ୍ତି । ସେପଟେ ପ୍ରିଭେନଶନ ଅଫ ମନିଲଣ୍ଡ୍ରିଙ୍ଗ ଆକ୍ଟରେ ଜଗବନ୍ଧୁ ଚାନ୍ଦ ଗିରଫ ହୋଇଛନ୍ତି । ପୂର୍ବରୁ ଅର୍ଚ୍ଚନାଙ୍କୁ ଗିରଫ କରି ୭ଦିନ ରିମାଣ୍ଡରେ ନେଇଥିଲା ଇଡି ।

ସୂଚନା ଥାଉକି, ଆଜି କଡା ସୁରକ୍ଷା ବଳୟରେ କୋର୍ଟରୋ ହାଜର ହୋଇଥିଲେ ଉଭୟ ଅର୍ଚ୍ଚନା ନାଗ୍ ଓ ଜଗବନ୍ଧୁ ଚାନ୍ତ । ଉଭୟଙ୍କୁ ଆଉଥରେ ରିମାଣ୍ଡରେ ନେବାକୁ ଆବେଦନ କରିଛି ଇଡି । ଆଜି ଅର୍ଚ୍ଚନା ହନିଟ୍ରାପ ମାମଲା ଉଭୟ ପକ୍ଷର ଶୁଣାଣି ହୋଇଥିଲା । ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର ପରେ ପୁଣି ୭ଦିନିଆ ରିମାଣ୍ଡ ଲାଗି ଆବେଦନ କରିଛି ଇଡି । ପୂର୍ବରୁ ୭ ଦିନିଆ ରିମାଣ୍ଡରେ ନେଇଥିଲା ଇଡି ।

ରିମାଣ୍ଡ ଅବଧି ଶେଷ ପରେ ପୁଣି ରିମାଣ୍ଡ ଲାଗି ଆବେଦନ କରିଛି ଇଡି । ତେବେ ଜେରା ସମୟରେ ଅର୍ଚ୍ଚନାଙ୍କ ପାଖରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ଅର୍ଚ୍ଚନାଙ୍କ ନିକଟରେ ଇଡି ଅନୁମତି ଦେଇନଥିଲେ । ଏଥିପାଇଁ କୋର୍ଟ ଇଡିକୁ ଭର୍ତ୍ସନା କରିଥିଲେ । ଆଗାମୀ ରିମାଣ୍ଡ ସମୟରେ ଅର୍ଚ୍ଚନାଙ୍କ ଓକିଲ ଅର୍ଚ୍ଚନାଙ୍କ ପାଖରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.