ସିଏମ ନୀତୀଶ କୁମାରଙ୍କ ସହ ବିବାଦ ଭିତରେ ଜେଡିୟୁ ଛାଡିଲେ ଆରସିପି ସିଂ, ନୂଆ ଦଳ ଗଠନ କରିବା ନେଇ କଲେ ଘୋଷଣା

Published By : Prameya-News7 Bureau | August 06, 2022 IST

ପାଟନା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂ ଜେଡିୟୁର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ଶନିବାର ସକାଳେ ଦଳ ତାଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଆଣିଥିଲା । ଏହାସହ ନୋଟିସ ପଠାଇ ଏହା ଉପରେ ଜବାବ ମାଗିଥିଲା । ନିଜ ଗାଁରୁ ଇସ୍ତଫା ଘୋଷଣା କରି ଆରସିପି ସିଂ ଜେଡିୟୁକୁ ଏକ ବୁଡୁଥିବା ଜାହାଜ ବୋଲି କହିଛନ୍ତି । ଆରସିପି ସିଂ ମୁସ୍ତଫାପୁରରେ ଏକ ସାମ୍ୱାଦିକ ସମ୍ମିଳନୀ କରି ଦଳ ଛାଡିବା ନେଇ ଘୋଷଣା କରିଛନ୍ତି। ଏହାସହ ନିଜର ଦଳ ଗଠନ କରିବା କଥା ଘୋଷଣା କରିଛନ୍ତି।

ଏହା ପୂର୍ବରୁ ଜେଡିୟୁ ତାଙ୍କ ଉପରେ ଅଭିଯୋଗ ଆଣି ରାଜ୍ୟସଭା ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ଥିବା ସମୟରେ ଅଚଳାଚଳ ସମ୍ପତ୍ତି କରିଥିବା କହିଥିଲା । ଏହି ଅର୍ଥ ଭୁଲ ମାର୍ଗରେ ଏକାଠି କରାଯାଇଥିବା ଦଳ ଅଭିଯୋଗ କରିଥିଲା। ରାଜ୍ୟସଭାର ସଦସ୍ୟତା ଶେଷ ହେବା ପରେ ଆରସିପି ସିଂ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରସିପି ସିଂଙ୍କ ମଧ୍ୟରେ କିଛି ମାସ ଧରି ବିବାଦ ଅଧିକ ହୋଇଥିଲା । ଏହି କାରଣରୁ ମନ୍ତ୍ରୀ ପଦ ଯିବା ପରେ ନିଜ ଦଳ ଏତେ ବଡ଼ ଅଭିଯୋଗ ଲଗାଇବା ଅନେକ ପ୍ରଶ୍ନ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.