କୁଲଡିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ମୁଖ୍ୟ ବନ ସଂରକ୍ଷକ
3/03/2023 at 4:23 PM

ନୀଳଗିରି ୦୩/୦୩: ଏକ ହାତୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ) କୁଲଡିହା ଅଭୟାରଣ୍ୟରେରେ ପହଞ୍ଚିଛନ୍ତି। ଏହା ସହିତ ସେଠାରେ କିଛି ଦିନହେଲା ଅସୁସ୍ଥ ହୋଇ ବୁଲୁଥିବା ଏକ ହାତୀର ଚିକିତ୍ସାକୁ ନେଇ ମଧ୍ୟ ସେ ସ୍ଥିତି ପରଖିବା ଅନ୍ୟପଟେ କେଉଁ କାରଣ ପାଇଁ ହାତୀର ମୃତ୍ୟୁ ହେଲା ସେନେଇ ମଧ୍ୟ ସେ ତଦନ୍ତ କରିବେ ବୋଲି ଜଣାପଡିଛି। ତାଙ୍କ ସହ ପ୍ରାଣୀ ଚିକିତ୍ସା ବିଭାଗର ସ୍ୱତନ୍ତ୍ର ଟିମ ଆସିଛନ୍ତି। ଏହି ଟିମ୍ ଅସୁସ୍ଥ ହୋଇ ବୁଲୁଥିବା ହାତୀକୁ ଉତ୍ତମ ଚିକିତ୍ସା ଯୋଗାଇବ ବୋଲି ଜଣାପଡିଛି।
ସୂଚନାଥାଉକି, ନୀଳଗିରି କୁଳଡିହା ଅଭୟାରଣ୍ୟ ପଞ୍ଚଲିଙ୍ଗେଶ୍ଵର ବିଟ୍ ନିକଟ ବଡମ୍ବା ଠାକୁରାଣୀ ନିକଟ ଜଙ୍ଗଲରେ ଗତ ସୋମବାର ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା। ଏହା ସହିତ ଆଉ ଏକ ଦନ୍ତା ହାତୀ ଅସୁସ୍ଥ ଥିବା ମଧ୍ୟ ଦେଖିବାକୁ ମିଳିଥିଲା। ସେପଟେ ଜିଲ୍ଲା ବନଖଣ୍ଡ ଅଧିକାରୀ, ରେଞ୍ଜର, ସ୍ଥାନୀୟ ଫରେଷ୍ଟର, ପ୍ରାଣିଚିକିତ୍ସକ ମିଳିତ ଭାବେ ହାତୀର ମୃତଦେହ କରି ବ୍ୟବଚ୍ଛେଦ ପରେ ହାତୀଟିକୁ ପୋଡ଼ି ଦେଇଥିଲେ।