ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

IPL 2021 : ମୟଙ୍କ ଅଗ୍ରଓ୍ବାଲଙ୍କ ଅର୍ଦ୍ଧଶତକ ବେକାର୍‌, ଚହଲଙ୍କ ଚତୁର ବୋଲିଂ, ୬ ରନରେ ଜିତିଲା ଆର୍‌ସିବି

3/10/2021 at 7:21 PM

ଦୁବାଇ ୦୩/୧୦ : ଆଇପିଏଲରେ ଆଜିର ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ୧୬୫ ରନର ପିଛା କରିବାକୁ ଯାଇ ପଞ୍ଜାବ କିଙ୍ଗସ୍‌ ୬ ଓ୍ବିକେଟ ହରାଇ ୧୫୮ ରନରେ ସୀମିତ ରହିଛି । ମୟଙ୍କ ଅଗ୍ରଓ୍ବାଲ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ସୁଦ୍ଧା ଦଳ ପରାଜିତ ହୋଇଛି ।

ଦଳ ପକ୍ଷରୁ ଲୋକେସ ରାହୁଲ ଏବଂ ମୟଙ୍କ ଅଗ୍ରଓ୍ବାଲ ଚମତ୍କାର ଆରମ୍ଭ କରିଥିଲେ ସୁଦ୍ଧା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ସାଥ୍‌ ଦେଇନଥିଲେ । ଲୋକେସ ରାହୁଲ ୩୫ ବଲ ଖେଳି ୩୯ ରନ କରି ଆଉଟ ହୋଇଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ ୪୨ ବଲ ଖେଳି ୫୭ ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନିକୋଲାସ ପୁରଣ ୩, ମାର୍କରମ ୨୦, ଶାହାରୁଖ ଖାନ ୧୬ରନ,  ସର୍ଫରାଜ ଖାନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ହରପ୍ରୀତ ବରାର୍‌ ୩ ଏବଂ ହେନରିକ୍ସ ୧୨ ରନ କରି ଅପରାଜିତ ଅଛନ୍ତି ।

ବେଙ୍ଗାଲୁରୁ ପକ୍ଷରୁ ମହମ୍ମଦ ସୀରାଜ ୪ ଓଭରରେ ୩୩ ରନ ଦେଇଥିବା ବେଳେ, ଜର୍ଜ ଗାର୍ଟୋନ୍‌ ୪ ଓଭରରେ ୨୭ରନ ୧ ଓ୍ବିକେଟ, ସେହବାଜ ଅହମ୍ମଦ ୩ ଓଭରରେ ୨୯ରନ ୧ ଓ୍ବିକେଟ, ହର୍ଷଲ ପଟେଲ ୪ ଓଭରରେ ୨୭ ରନ , ୟୁଜବେନ୍ଦ୍ର ଚହଲ ୪ ଓଭରରେ ୨୯ରନ ୩ ଓ୍ବିକେଟ, କ୍ରିଷ୍ଟିଆନ୍‌ ୧ ଓଭରରେ ୧୧ ରନ ଦେଇଛନ୍ତି ।

   Related Posts