ଆଇପିଏଲ ପାଇଁ ଅଭ୍ୟାସ କଲେଣି କୋହଲି, ଟାର୍ଗେଟ୍ ଆରସିବିକୁ କରିବେ ଚାମ୍ପିଅନ

Published By : Prameya-News7 Bureau | August 10, 2020 IST

ନୂଆଦିଲ୍ଲୀ, ୧୦|୦୮: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଇପିଏଲ ପାଇଁ ଉତ୍ସାହିତ ଅଛନ୍ତି । ସେପ୍ଟେମ୍ବର ୧୯ରୁ ଆଇପିଏଲ-୧୩ ଆରମ୍ଭ ହେବାକୁ ଯାଉଛି । ବିରାଟ ନିଜ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପ୍ରଥମ ଥର ପାଇଁ ଚାମ୍ପିଅନ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

କୋହଲିଙ୍କ ନେତୃତ୍ୱାଧିନ ଆରସିବି ଇତିହାସରେ ଏବେସୁଦ୍ଧା ୩ ଥର ପାଇନାଲରେ ପହଁଚିଛି । କିନ୍ତୁ କେବେ ହେଲେ ଚାମ୍ପିଅନ ହୋଇପାରି ନାହିଁ । ତିନିଥର ଦଳ ରନର୍ସ ଅପରେ ସନ୍ତୁଷ୍ଟ ରହିଛି ।

କୋହଲି ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ସେ ସାଥି ଖେଳାଳିଙ୍କ ସହ ଖୁସି ମନାଉଥିବା ଦେଖିବାକୁ ମିଳିଛି । ଭିଡିଓ କ୍ୟାପସନରେ ସେ ଲେଖିଛନ୍ତି ଯେ, ସବୁଠୁ ଉପରେ ହେଉଛି ବିଶ୍ୱାସ । ଅପେକ୍ଷା କରିହେଉ ନାହିଁ ଯାହା ଆସୁଅଛି । ସେ ଇନଷ୍ଟାଗ୍ରାମରେ ଦକ୍ଷିଣ ଆଫ୍ରିକା ଖେଳାଲି ଏବି ଡିଭିଲର୍ସଙ୍କ ସହ ଆଲୋଚାନ କରି କହିଥିଲେ ଯେ, ସେମାନେ ଫ୍ରାଞ୍ଚାଇଜି ଛାଡିବେ ନାହିଁ । ଦଳକୁ ଚାମ୍ପିଅନ କରିବା ପାଇଁ ପ୍ରୟାସ ଜାରି ରଖିବେ । ଦଳକୁ ଛାଡିବା କଥା ସେ କେବେହେଲେ ଚିନ୍ତା କରିପାରିବେ ନାହିଁ । ଆଇପିଏଲ ଖେଳିବା ଯାଏଁ ବିଶ୍ୱସ୍ତ ହୋଇ ରହିବେ ।

ସୂଚନାଯୋଗ୍ୟ, ଆଇପିଏଲ-୧୩ ପାଇଁ ବିରାଟ କଠିନ ପରିଶ୍ରମ କରୁଛନ୍ତି । ସେ ନିକଟରେ ଇନଷ୍ଟାଗ୍ରାମରେ ଓ୍ୱାର୍କଆଉଟର ଭିଡିଓ ସେୟାର କରିଥିଲେ। ସେ ଭିଡିଓରେ ଟ୍ରେଡ୍ ମିଲ୍ ଉପରେ ଦୌଡୁଥିବା ନଜର ଆସିଥିଲା । ସେ ଫିଟ୍ ଥିବା ଦେଖିବାକୁ ମିଳିଥିଲା । ଏହାସହ ଆଇପିଏଲ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ମଧ୍ୟ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.