ଡୁପ୍ଲେସିସ୍‌ଙ୍କ ଅର୍ଦ୍ଧଶତକ ସହ କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ, ପଞ୍ଜାବକୁ ୨୦୬ ରନ ଟାର୍ଗେଟ୍ ଦେଲା ବେଙ୍ଗାଲୁରୁ

Published By : Prameya-News7 Bureau | March 27, 2022 IST

ମୁମ୍ବାଇ ୨୭।୦୩: ରବିବାର ଖେଳାଯାଉଥିବା ଆଇପିଏଲର ଦ୍ଵିତୀୟ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବ୍ୟାଟସମ୍ୟାନ ବ୍ୟାଟିଂରେ ଜଲଓ୍ଵା ଦେଖାଇଛନ୍ତି। ଅଧିନାୟକ ଫାଫ ଡୁପ୍ଲେସିସଙ୍କ ୮୮ ରନର ବିସ୍ଫୋରକ ଇନିଂସ ବଳରେ ଆରସିବି ୨ ଓ୍ଵିକେଟ୍ ହରାଇ ୨୦୫ ରନ କରିଛି। ବିରାଟ କୋହଲି ୪୧ ରନ ଏବଂ ଦିନେଶ କାର୍ତ୍ତିକ ୩୨ ରନର ବିସ୍ଫୋରକ ଅପରାଜିତ ଇନିଂସ ଖେଳିଛନ୍ତି। ପଞ୍ଜାବକୁ ଜିତିବା ପାଇଁ ୨୦୬ ରନ ଦରକାର। ଏହା ପୂର୍ବରୁ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁକୁ ଦୁଇ ଓପନର ଅଧିନାୟକ ଫାପ ଡୁପ୍ଲେସିସ୍ ଓ ଅଞ୍ଜୁ ରାଓ୍ଵତ ୭ ଓଭରରେ ୫୦ ରନ ଯୋଡି ଭଲ ଆରମ୍ଭ ଦେଇଥିଲେ। ଅଞ୍ଜୁ ରାଓ୍ଵତ ୨୧ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଡୁପ୍ଲେସିସ୍ ଓ ବିରାଟ କୋହଲି ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଡୁପ୍ଲେସିସ୍ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଆକ୍ରମଣାତ୍ମକ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୧୧୮ ରନ ଯୋଡିଥିଲେ। ଡୁପ୍ଲେସିସ୍ ୫୭ ବଲ୍‌ରୁ ୩  ଚୌକା ଏବଂ ୭ ଛକା ସହ ୮୮ ରନର ଦମଦାର ଇନିଂସ ଖେଳିଥିଲେ। ଶେଷ ଆଡକୁ ଦିନେଶ କାର୍ତ୍ତିକ ଧୂଆଁଧାର ବ୍ୟାଟିଂ କରି ମାତ୍ର ୧୪ ବଲ୍‌ରୁ ୩ ଚୌକା ଏବଂ ୩ ଛକା ସହ ୩୨ ରନରେ ଅପରାଜିତ ଥିଲେ। ବିରାଟ କୋହଲି ୨୯ ବଲ୍‌ରୁ ୧ ଚୌକା ଏବଂ ୨ ଛକା ଜରିଆରେ ୪୧ ରନର ଅପରାଜିତ ଇନିଂସ ଖେଳିଥିଲେ। ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ବିଶାଳ ୨୦୫ ରନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.