ଆରସିବିକୁ ମ୍ୟାଚ୍ ହରାଇଲା କଳା ବିଲେଇ ! ବ୍ୟାଟିଂ ବେଳେ ଷ୍ଟାଡିୟମକୁ ଚାଲିଆସିଲା... ଦେଖନ୍ତୁ ଭିଡିଓ

Published By : Prameya-News7 Bureau | May 14, 2022 IST

ନୂଆଦିଲ୍ଲୀ ୧୪/୦୫: ଆଇପିଏଲରେ ଶୁକ୍ରବାର ମୁହାଁମୁହିଁ ହୋଇଥିଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗସ । ମୁକାବିଲାକୁ ୫୪ ରନରେ ଜିତି ନେଇଛି ପଞ୍ଜାବ । ମୁମ୍ବାଇର ଐତିହାସିକ ବ୍ରେବୋର୍ଣ୍ଣ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଥିଲା । ମ୍ୟାଚ୍ ବେଳେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା । କାରଣ ଏକ ବିଲେଇ ସାଇଡ୍ ସ୍କ୍ରିନ୍ ପାଖରେ ଯାଇ ବସିଥିଲା ।

ଏହି ଘଟଣା ଆରସିବିର ପ୍ରଥମ ପାଳିରେ ଘଟିଥିଲା । ଏତିକି ବେଳେ କ୍ରିଜରେ ବିରାଟ କୋହଲି ଓ ଫ୍ଲାପ୍ ଡୁପ୍ଲେସିସ୍ ଥିଲେ । ବିଲେଇଟି କ୍ରିଜର ସାମ୍ନାରେ ବସିଥିଲା । ଯାହାକୁ ଦେଖି ଡୁପ୍ଲେସିସ୍ ଚକିତ ହୋଇଯାଇଥିଲେ । କିଛି ସମୟ ଧରି ବିଲେଇଟି ସେଠାରେ ବସି ରହିଥିଲା । ଫଳରେ ଖେଳ ରୋକିବାକୁ ପଡିଥିଲା । ସେ ଚାଲିଯିବା ପରେ ମ୍ୟାଚ୍ ଆରମ୍ଭ ହୋଇଥିଲା ।

ସୋସିଆଲ ମିଡିଆରେ ବିଲେଇର ଭିଡିଓ ଭାଇରାଲ ହୋଇଛି । କେହି କେହି ଏହା ଆରସିବି ପାଇଁ ଅଶୁଭ ବୋଲି କହିଛନ୍ତି । ଆଉ କେହି କେହି ମଜାରେ ଆରସିବି ହାରିବା ପଛରେ ବିଲେଇ ଦାୟୀ ବୋଲି ମଧ୍ୟ କହିଛନ୍ତି ।

wp:html /wp:html

୫୪ ରନରେ ହାରିଲା ବାଙ୍ଗାଲୋର

ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ପଞ୍ଜାବ । ୨୦୯ ରନ୍ ଥିଲା ଦଳ । ଜନି ବେୟରୋଷ୍ଟୋ ୨୯ ବଲରୁ ୬୬ ରନ୍ କରିଥିଲେ । ଏଥିରେ ୭ ଛକା ଓ ୪ ଚଉକା ସାମିଲ ଥିଲା । ସେହିପରି ଲିଆମ ଲିଭିଂଷ୍ଟୋନ ୪୨ ବଲରୁ ୭୦ ରନ୍ କରିଥିଲେ ।

ଟାର୍ଗେଟର ପିଛା କରୁଥିବା ଆରସିବି ୧୫୫ ରନ ହିଁ କରିପାରିଥିଲା । ମ୍ୟାକ୍ସଓ୍ୱେଲ ସର୍ବାଧିକ ୩୫ ରନ୍ କରିଥିବା ବେଳେ ରଜତ ପଟିଦାର ୨୬ ରନ୍ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.