ମେଗା ନିଲାମ ପୂର୍ବରୁ ଏହି ୪ ଖେଳାଳିଙ୍କୁ ରିଟେନ୍ କରିପାରେ RCB, ବାଦ୍ ପଡ଼ି ପାରନ୍ତି ମ୍ୟାକ୍ସଓ୍ଵେଲ୍

Published By : Prameya-News7 Bureau | May 23, 2024 IST

abp live

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ୍ ୨୦୨୪ରେ ଦମଦାର ପ୍ରଦର୍ଶନ କରି ପ୍ଲେ ଅଫ୍‌ରେ ପ୍ରବେଶ କରିଥିଲେ ହେଁ ଏଲିମିନେଟରରେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି। ଆଉ ଦଳର ପୁଣି ଥରେ ଟ୍ରଫି ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି। ଲିଗ୍ ପର୍ଯ୍ୟାୟରେ ଶେଷ ଆଡ଼କୁ ଲଗାତାର ୬ଟି ମ୍ୟାଚ୍ ଜିତି ଏବଂ ଚେନ୍ନାଇକୁ  ହରାଇ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା। କିନ୍ତୁ ଶେଷରେ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡ଼ିଛି। 

Also read: ସୁନୀଲ ନାରାୟଣଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ଵିନ, IPL ଇତିହାସର ସବୁଠୁ ସଫଳ ଟପ୍-୫ ବୋଲରରେ ସାମିଲ

୧୭ଟି ସିଜିନ ସରିବା ପରେ ବି ବେଙ୍ଗାଲୁରୁର ହାତ ଖାଲି। ପୁଣି ଅପେକ୍ଷା ଆଗାମୀ ସିଜିନକୁ। ତେବେ ଏଠି ପ୍ରଶ୍ନ ଉଠୁଛି କଣ ଫାଫ୍ ଡୁ ପ୍ଲେସିସ୍‌ ପୁଣି ଥରେ ଅଧିନାୟକ ହେବେ ?   କଣ ଆଗାମୀ ଆଇପିଏଲ୍‌ରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ। ଦଳ ନିଲାମରେ କେଉଁ ଖେଳାଳିଙ୍କୁ ରଖିବ ଏବଂ କେଉଁ ଖେଳାଳିଙ୍କୁ ଛାଡ଼ିବ ? ଆସନ୍ତୁ ଜାଣିବା ଆରସିବି ୨୦୨୫ ଆଇପିଏଲ୍‌ ପୂର୍ବରୁ କେଉଁ ଖେଳାଳିଙ୍କୁ କରିପାରେ ରିଟେନ୍।

ବିରାଟ କୋହଲି

ଆରସିବି ଫ୍ରାଞ୍ଚାଇଜ ବିରାଟ କୋହଲିଙ୍କୁ ପୁଣି ଥରେ ରିଟେନ କରିବାର ପୁରା ସମ୍ଭାବନା ରହିଛି। କାରଣ ତାଙ୍କର ପ୍ରଦର୍ଶନ ଦମରେ  ହିଁ ଆରସିବି ୨୦୨୪ରେ ପ୍ଲେ ଅଫ୍‌ରେ ପହଞ୍ଚି ପାରିଥିଲା। ଏହି ସିଜିନରେ ୧୫ଟି ମ୍ୟାଚ୍ ଖେଳି ୧୫୪.୭୧ ଷ୍ଟ୍ରାଇକ ରେଟ୍‌ରେ ୭୪୧ ରନ କରିଛନ୍ତି।

ଓ୍ଵିଲ  ଜ୍ୟାକ୍ସ

ଆଉ ଏକ ନାଁ ଯାହାଙ୍କୁ ଫ୍ରାଞ୍ଜାଇଜ ଛାଡ଼ିବାକୁ ଚାହିଁବ ନାହିଁ। ସେ ହେଉଛନ୍ତି ଇଂଲଣ୍ଡର ୨୫ ବର୍ଷୀୟ ଖେଳାଳି ଓ୍ଵିଲ ଜ୍ୟାକ୍ସ। ଏହି ସିଜିନରେ ସେ ୮ଟି ମ୍ୟାଚ୍ ଖେଳି ୧୭୫.୫୭ର ଦମଦାର ଷ୍ଟ୍ରାଇକ ରେଟରେ ୨୩୦ ରନ କରିଥିଲେ। ଏଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ। ହେଲେ ଏହି ସିଜିନରେ ତାଙ୍କୁ ବୋଲିଂ କରିବାର ସୁଯୋଗ ମିଳି ନାହିଁ। ୨୦୨୫ ଆଇପିଏଲ୍ ପୂର୍ବରୁ ଓ୍ଵିଲଙ୍କୁ ରିଟେନ୍ କରିବାର ପୂରା ସମ୍ଭାବନା ରହିଛି।

ମହମ୍ମଦ ସିରାଜ

୨୦୧୮ରୁ ମହମ୍ମଦ ସିରାଜ ବେଙ୍ଗାଲୁରୁ ଫ୍ରାଞ୍ଚାଇଜ ସହ ଜଡ଼ିତ ଅଛନ୍ତି। ସେ ନିଜର ବୋଲିଂରେ ଏ ପର୍ଯ୍ୟନ୍ତ ସଭିଙ୍କୁ ପ୍ରଭାବିତ କରି ଆସିଛନ୍ତି। ଏଥର ୧୪ଟି ମ୍ୟାଚ୍‌ରୁ ସେ ୧୫ଟି ଓ୍ଵିକେଟ୍ ଅକ୍ତିକାର କରିଥିଲେ। ହେଲେ ତାଙ୍କର ବୋଲିଂ ଇକୋନୋମି ସେତେଟା ଖାସ୍ ନୁହେଁ। ତାଙ୍କୁ ଆରସିବି ନିଜ ଦଳରେ ରଖିପାରେ। 

ରଜତ ପାଟିଦାର

ରଜତ ପାଟିଦାର ଏକ ବଡ ହିଟର ଭାବେ ନିଜକୁ ପ୍ରତିଷ୍ଠା କରିଛନ୍ତି। ସେ ଭାଗିଦାରୀ ଯୋଡ଼ିବା ଓ ଆବଶ୍ୟକ ପଡ଼ିଲେ ବଡ଼ ସଟ୍ ଲଗାଇବାର କ୍ଷମତା ରଖିଛନ୍ତି। ପାଟିଦାର ଏଥର ସିଜିନରେ ୧୫ଟି ମ୍ୟାଚ୍ ଖେଳି ୧୭୭ ଷ୍ଟ୍ରାଇକ ରେଟ୍‌ ସହ ୩୯୫ ରନ କରିଛନ୍ତି। ସେ ବେଙ୍ଗାଲୁରୁ ଲାଇନଅପ୍‌ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ସାବ୍ୟସ୍ତ ହୋଇଛନ୍ତି। ତେଣୁ ରିଟେନସନ ତାଲିକାରେ ତାଙ୍କ ନାଁ ରହିପାରେ। 

 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.