ଗୁଜରାଟ ବିରୋଧରେ ବାଙ୍ଗଲୋର ସହଜ ବିଜୟ; ମାତ୍ର ଦୁଇ ୱିକେଟ୍ ହରାଇ ମ୍ୟାଚ୍ ଜିତିଲା ଦଳ, ବିରାଟ କୋହଲିଙ୍କ ଜବରଦସ୍ତ ପ୍ରଦର୍ଶନ
19/05/2022 at 11:23 PM

ମୁମ୍ବାଇ: ଗୁଜରାଟ ଟାଇନନ୍ସର ୧୬୯ ରନ୍ର ଟାର୍ଗେଟ୍କୁ ସହଜରେ ପୂରା କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର। ୧୮.୪ ଓଭର୍ରେ ମାତ୍ର ୨ ୱିକେଟ୍ ହରାଇ ୧୭୦ ରନ୍ କରି ମ୍ୟାଚ୍ ଜିତିଲା ଦଳ। ଆଜିର ହିରୋ ବିରାଟ କୋହଲି। ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିବା ବିରାଟ ୫୪ ବଲ୍ ଖେଳି ସର୍ବାଧିକ ୭୪ ରନ୍ କରିଛନ୍ତି। ସେହିପରି ଟିମ୍ର ଫାପ୍ ଡୁପ୍ଲେସିସ୍ ୪୪ ରନ୍ କରିଥିବା ବେଳେ, ଦିନେଶ କାର୍ତ୍ତିକ ୨ ଓ ଗ୍ଲେନ୍ ମାକ୍ସୱେଲ୍ ଜବରଦସ୍ତ ୪୦ ରନ୍ କରି ନଟ୍ଆଉଟ୍ ରହି ଟିମ୍କୁ ଜିତାଇଛନ୍ତି।
ବାଙ୍ଗଲୋର ପକ୍ଷରୁ ଓପନିଂ ଆସିଥିବା ବିରାଟ ଓ ଡୁପ୍ଲେସିସ୍ ଯୋଡ଼ି ଭଲ ପ୍ରଦର୍ଶନ କରିଥିଲା। ଉଭୟ ମିଶି ୧୪ .୩ ଓଭର ପର୍ଯ୍ୟନ୍ତ ୧୧୫ ରନ୍ କରିଥିଲେ। ଏହାପରେ ଡୁପ୍ଲେସିସ୍ଙ୍କ ୱିକେଟ୍ ପଡ଼ିଥିଲା। ସେହିପରି ୧୬.୪ ଓଭରରେ ବିରାଟ କୋହଲିଙ୍କ ୱିକେଟ ଯାଇଥିଲା। ଏହାପରେ ଦିନେଶ କାର୍ତ୍ତିକ ଓ ଗ୍ଲେନ୍ ମାକ୍ସୱେଲ୍ ମିଶି ନଟ୍ଆଉଟ ରହିବା ସହିତ ମ୍ୟାଚ୍ ଜିତାଇଥିଲେ। ସେହିପରି ଗୁଜୁରାଟ ପକ୍ଷରୁ ରଶିଦ ଖାନ ଦୁଇଟି ୱିକେଟ୍ ନେଇଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ୱିକେଟ୍ ନେଇପାରି ନଥିଲେ।