ଲୋନ୍‌ ଆପ୍‌ ମାାଧ୍ୟମରେ ହେଉଥିବା ଠକାମୀ ଉପରେ ଲାଗିବ ରୋକ, RBI ଗଠନ କଲେ କାର୍ଯ୍ୟକାରୀ କମିଟି

Published By : Prameya-News7 Bureau | January 13, 2021 IST

ନୂଆଦିଲ୍ଲୀ, ୧୩/୦୧: ଦେଶର ବିଭିନ୍ନ ସହରରେ ମୋବାଇଲ୍ ଆପ୍ ଜରିଆରେ ଋଣ ଦେବା ଏବଂ ଲୋକଙ୍କୁ ଠକିବା ଅଭିଯୋଗ ଆସିବାପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ମାମଲା ଗୁଡ଼ିକୁ ଦେଖିବା ପାଇଁ ୧୩ ଜାନୁଆରୀରେ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି ।

ଆରବିଆଇର ସୂଚନା ମୁତାବକ ଅନଲାଇନ୍ ପ୍ଲାଟଫର୍ମ ଏବଂ ମୋବାଇଲ୍ ଆପ ଜରିଆରେ ଋଣ ଦେବା ସହିତ ଡିଜିଟାଲ୍ ଋଣ ଉପରେ ଏହି କାର୍ଯ୍ୟକାରୀ କମିଟି କାମ କରିବ । ଏହି କମିଟି ଲୋନ୍ ଦେବା ପକ୍ରିୟାକୁ ପରଖିବ ଏବଂ ଏହା ଉପରେ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ବିଚାର କରିବ ।

କମିଟି ଡିଜିଟାଲ୍ ଋଣ ଦେଉଥିବା ଅନୁଷ୍ଠାନର ଗତିବିଧି ଉପରେ ନଜର ରଖିବ । ଫର୍ମ ପୂରଣ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ପ୍ରୋସେସିଂକୁ ଅଧ୍ୟୟନ କରିବ । ଆରବିଆଇ ଏକ ବୟାନ ଜାରି କରି କହିଛନ୍ତି ଯେ, ବ୍ୟବସାୟିକ କ୍ଷେତ୍ରରେ ଡିଜିଟାଲ୍ ଋଣ ଏକ ଭଲ ପଦକ୍ଷେପ । କିନ୍ତୁ ଏଥିରେ ଅଧିକ ପରିମାଣରେ ଠକେଇ ହେବାର ଆଶଙ୍କା ରହିଛି । ଏହାଛଡ଼ା ଆପ୍ ଜରିଆରେ ଲୋନ୍ ଉପରେ ନଜର ରଖିବା ପାଇଁ ଏବଂ ତଥ୍ୟ ସୁରକ୍ଷା, ଗୋପନୀୟତା, ଉପଭୋକ୍ତା ସୁରକ୍ଷା ସୁନିଶ୍ଚିତ କରିବା ସହ କେନ୍ଦ୍ରୀୟ ବ୍ୟାଙ୍କ ନୂଆ ଡିଜିଟାଲ ଲୋନ୍ ଦେବାକୁ ସମର୍ଥନ କରୁଥିବା ଆରବିଆଇ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.