ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଦେଶର ଆର୍ଥିକ ପ୍ରବାହ ଜାରି ରଖିବାକୁ RBI ଦେବେ ୩.୭୪ଲକ୍ଷ କୋଟି ଟଙ୍କା : ଶକ୍ତିକାନ୍ତ ଦାସ

27/03/2020 at 4:29 PM

ମୁମ୍ବାଇ : କରୋନା ଓ ଏହାକୁ ନେଇ ଜାରି ପ୍ରତିବନ୍ଧକରେ ଦେଶର ଅର୍ଥବ୍ୟବସ୍ଥା ଲାଗି  ଉପୁଜିବାକୁ ଥିବା ପରିସ୍ଥିତିର ମୁକାବିଲା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପ୍ରସ୍ତୁତ ଅଛନ୍ତି।  ଏଥିଲାଗି ଆର୍ଥିକ ସଂସ୍ଥାନମାନଙ୍କରେ ଆରବିଆଇ ଅତିରିକ୍ତ ୩.୭୪ ଲକ୍ଷ କୋଟି ଟଙ୍କା ଦେବେ ବୋଲି  ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଏଠାରେ କହିଛନ୍ତି।

ଅତିରିକ୍ତ ଧନ ପ୍ରବାହ ଲାଗି ଆରବିଆଇଙ୍କ ଏପରି ବ୍ୟବସ୍ଥା ବ୍ୟାଙ୍କମାନଙ୍କ ଋଣଦାନ କ୍ଷମତା ବୃଦ୍ଧିରେ ସହାୟକ ହେବ ବୋଲି ଦାସ କହିଛନ୍ତି। ପୂର୍ବରୁ ଆରବିଆଇଙ୍କ ମୌଦ୍ରିକ ନୀତି ସମିତି (ଏମପିସି) ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ହୋଇତିବା ନିଷ୍ପତ୍ତି ଅନୁସାରେ ଗଭର୍ଣ୍ଣର ନୀତିଗତ ସୁଧହାର ହ୍ରାସ ଘୋଷଣା କରିଛନ୍ତି। ଏହା ସହ ବ୍ୟାଙ୍କମାନଙ୍କ ନିକଟରେ ଋଣ ଦାନ ଲାଗି ଅତିରିକ୍ତ ଧନ ଉପଲବ୍ଧ କରାଯିବ ବୋଲି ଘୋଷଣା ମଧ୍ୟ କରିଛନ୍ତି। 

ଏମପିସିଙ୍କ  ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଦାସ କହିଛନ୍ତି ଯେ ଦେଶର ଆର୍ଥିକ ବଜାର ଏବେ ଚାପରେ ରହିଛି ଓ ବଜାରର ସ୍ଥିରତା, ଆର୍ଥିକ ଅଭିବୃଦ୍ଧିକୁ ରାସ୍ତାକୁ ଆଣିବା ନିତ୍ୟାନ୍ତ ଜରୁରି। ଏଣୁ ଆରବିଆଇଙ୍କୁ ପଦକ୍ଷେପ ନେବେ ବୋଲି କହିଛନ୍ତି ଦାସ। ଏଥିଲାଗି ନଗଦ ବଢାଇବା ଲାଗି ଆରବିଆଇ ୧ଲକ୍ଷ କୋଟି ଟଙ୍କାର ରେପୋ ଆଧାରିତ ବଣ୍ଡ ନିଲାମ କରିବାକୁ ଯୋଜନା କରିଛନ୍ତି। ଏହା ଛଡା ସମସ୍ତ ବ୍ୟାଙ୍କ ଲାଗି ନଗଦ ସଂରକ୍ଷିତ ଅନୁପାତ (ସିଆରଆର)କୁ ଗୋଟିଏ ପ୍ରତିଶତ ହ୍ରାସ କରି ୩ ପ୍ରତିଶତ କରାଯାଇଥିବା ଦାସ କହିଛନ୍ତି। ଆରବିଆଇଙ୍କ ଏହି ନିଷ୍ପତ୍ତି ମାର୍ଚ୍ଚ ୨୮ରୁ ୧ ବର୍ଷ ପର୍ଯ୍ୟନ୍ତ ପ୍ରଭାବି ରହିବ।

   Related Posts