scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବ୍ୟାଙ୍କ୍‌କୁ ଫେରିଲା ୯୩ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍; ସରି ଆସୁଛି ସମୟ, ତୁରନ୍ତ ଫେରାଇବାକୁ ଆର୍‌ବିଆଇର ଅନୁରୋଧ

1/09/2023 at 5:08 PM

2,000 notes returned

ନୂଆଦିଲ୍ଲୀ: ୨୦୨୩ ଅଗଷ୍ଟ ୩୧ ତାରିଖ ସୁଦ୍ଧାବ୍ୟାଙ୍କ୍‌କୁ ଫେରିଛି ୯୩ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍। ଶୁକ୍ରବାର ଏନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍‌ବିଆଇ) ପକ୍ଷରୁ ସୂଚନା ଦିଆଯାଇଛି।ଫେରିଥିବା ୨ ହଜାର ଟଙ୍କିଆ ନୋଟ୍‌ର ମୂଲ୍ୟ ୩.୩୨ ଲକ୍ଷ କୋଟି ହେବ ବୋଲି ଆର୍‌ବିଆଇ କହିଛି।  

ଆର୍‌ବିଆଇର ସୂଚନା ଅନୁସାରେ, ଏବେ ବି (ଅଗଷ୍ଟ ୩୧ ତାରିଖ ସୁଦ୍ଧା) ବଜାରରେ ୦.୨୪ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ପଡ଼ି ରହିଛି। ୨୦୨୩ ମେ ୧୯ ତାରିଖ ସୁଦ୍ଧା ବଜାରରେ ୯୩ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ରହିଥିଲା। ଯାହା ଏବେ ଫେରିଆସିଛି। ଫେରିଥିବା ଟଙ୍କା ମଧ୍ୟରୁ ୮୭ ପ୍ରତିଶତ ଡିପୋଜିଟ୍ ଆକାରରେ ଫେରିଥିବା ବେଳେ ୧୩ ପ୍ରତିଶତ ବଦଳି ହୋଇଛି ବୋଲି ଆର୍‌ବିଆଇ କହିଛି।

ପଢ଼ନ୍ତୁ-UPI ଛୁଇଁଲା ୧୦ ବିଲିୟନ୍ ଟ୍ରାଞ୍ଜାକ୍ସନ, ଶୁଭେଚ୍ଛା ଜଣାଇଲେ ମୋଦୀ

ଏଥିସହିତ ୨୦୦୦ ଟଙ୍କିଆ ନୋଟ୍ ଫେରାଇବାର ତାରିଖ ପାଖେଇ ଆସୁଥିବାରୁ ଆର୍‌ବିଆଇ ସାଧାରଣ ଲୋକଙ୍କୁ ସମୟ ଅନୁସାରେ ନୋଟ୍ ଫେରାଇବାକୁ ଅନୁରୋଧ କରିଛି। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୨୦୦୦ ଟଙ୍କିଆ ନୋଟ୍‌ ଡିପୋଜିଟ୍ କିମ୍ବା ବଦଳି ଆକାରରେ ଫେରାଇବାକୁ ଆର୍‌ବିଆଇ କହିଛି।

ସୂଚନା ଥାଉକି ଚଳିତ ବର୍ଷ ମେ ମାସରେ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନରୁ ହଟାଇବାକୁ ଘୋଷଣା କରାଯାଇଥିଲା। ଆର୍‌ବିଆଇର ‘କ୍ଲିନ୍‌ ନୋଟ୍ ପଲିସି’ ଅନୁସାରେ ନୋଟ ପ୍ରତ୍ୟାହାର ନେଇ ଘୋଷଣା କରାଯାଇଥିଲା। ଏହାର କିଛି ମାସ ପରେ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ଭାରତୀୟ ବ୍ୟାଙ୍କିଙ୍କ ସିଷ୍ଟମ୍‌ ପାଇଁ ଶୁଭ ସଂକେତ ବୋଲି ଏସ୍‌ବିଆଇର ଏକ ସର୍ଭେ ରିପୋର୍ଟରେ କୁହାଯାଇଥିଲା। ଏହି ନିଷ୍ପତ୍ତି ଦ୍ୱାରା ବ୍ୟାଙ୍କ ଡିପୋଜିଟ୍ ବଢ଼ିବ। ଋଣ ଚୁକାଇବା ଓ ସେଣ୍ଟ୍ରାଲ୍ ବ୍ୟାଙ୍କ ଡିଜିଟାଲ୍ କରେନ୍ସ ପାଇଁ ବି ଏହା ଶୁଭ ସଂକେତ ବୋଲି ଏସ୍‌ବିଆଇ କହିଥିଲା।

ପଢ଼ନ୍ତୁ-ଅଗଷ୍ଟରେ ୧୧ ପ୍ରତିଶତ ବଢ଼ିଲା GST ସଂଗ୍ରହ, ରାଜସ୍ୱ ସଚିବଙ୍କ ସୂଚନା

   Related Posts