ୟେସ୍ ବ୍ୟାଙ୍କ ଉପରେ ଆରବିଆଇର ପ୍ରତିବନ୍ଧକ, ୫୦ହଜାରରୁ ଅଧିକ ଟଙ୍କା ଉଠାଣ ଉପରେ ରୋକ
5/03/2020 at 9:34 PM

ନୂଆଦିଲ୍ଲୀ ୦୫|୦୩: ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗୁରୁବାର କ୍ଷତିରେ ଚାଲୁଥିବା ୟେସ୍ ବ୍ୟାଙ୍କ ଉପରେ ୫୦ ହଜାର ଟଙ୍କାରୁ ଅଧିକ ଉଠାଣ ଓ ଋଣ ପ୍ରଦାନକୁ ନେଇ ରୋକ ଲଗାଇଛି।
ଆରବିଆଇ କହିଛି ଯେ, ୟେସ୍ ବ୍ୟାଙ୍କର ବୋର୍ଡ ପାଖରେ ଥିବା ଅନେକ କ୍ଷମତାକୁ ସଙ୍କୁଚିତ କରାଯାଇଛି। ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ଆର୍ଥିକ ଅଧିକାରୀ ପ୍ରଶାନ୍ତ କୁମାରଙ୍କୁ ୟେସ୍ ବ୍ୟାଙ୍କର ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି। ୬ ମାସ ଭିତରେ ବ୍ୟାଙ୍କର ଏକ ବଡ ଦୁର୍ନୀତି ସାମ୍ନାକୁ ଆସିଥିଲା। ଏବେ ବ୍ୟାଙ୍କ ଋଣଭାରରେ ବୁଡି ରହିଛି।

ଏହା ପୂର୍ବରୁ ଏସବିଆଇ ସହ ଅନ୍ୟ କିଛି ଆର୍ଥିକ ସଂସ୍ଥା .ୟେସ୍ ବ୍ୟାଙ୍କକୁ ସାହାଯ୍ୟ କରିବେ ବୋଲି କହିଥିଲେ। ସରକାର ମଧ୍ୟ ଅଥିପାଇଁ କିଛି ପଦକ୍ଷେପ ନେବେ ବୋଲି କୁହାଯାଉଛି।