Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଦାୟ ହେବନି ଆରବିଆଇଙ୍କ ଫଣ୍ଡ ଟ୍ରାନ୍ସଫର ଚାର୍ଜ, ଏବେ ଆରଟିଜିଏସ ଓ ଏନଇଏଫଟିରେ ମାଗଣାହେବ ଫଣ୍ଡ ଟ୍ରାନ୍ସଫର, ଏଟିଏମ ପାଇଁ ଲାଗିବନି ଦେୟ

6/06/2019 at 3:36 PM

ମୁମ୍ବାଇ ୬।୬:  ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର (ଏନଇଏଫଟି) ଓ ରିୟଲ ଟାଇମ ଗ୍ରସ ସେଟେଲମେଣ୍ଟ ସିଷ୍ଟମ  (ଆରଟିଜିଏସ) ରେ ଫଣ୍ଡ ଟ୍ରାନ୍ସଫର ପାଇଁ ଆରବିଆଇ ନେଉଥିବା ଚାର୍ଜ ଛାଡ କରିଛନ୍ତି।   ଏହାସହ ଗ୍ରାହକମାନଙ୍କୁ ଏହାର ଲାଭ ଦେବା ପାଇଁ  ବ୍ୟାଙ୍କମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଖୁବ ଶୀଘ୍ର ବ୍ୟାଙ୍କମାନଙ୍କ ନିମନ୍ତେ ଆରବିଆଇଙ୍କ ବିଜ୍ଞପ୍ତି ଜାରି ହେବ ବୋଲି ଜଣାପଡିଛି ।

ବଡବଡ ଟ୍ରାଞ୍ଜାକ୍ସନ ପାଇଁ ଫଣ୍ଡ ଟ୍ରାନ୍ସଫର ନିମନ୍ତେ ବ୍ୟବହାର ହେଉଥିବା ଆରଟିଜିଏସ କ୍ଷେତ୍ରରେ ଆରବିଆଇଙ୍କ ଶୁଳ୍କ ଲାଗୁ  ହେଉଥିଲା। ଏଥିରେ ଆରବିଆଇ ୨ରୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫଣ୍ଡ ଟ୍ରାନ୍ସଫର ନିମନ୍ତେ ୨୫ଟଙ୍କା ଓ ତାଠାରୁ ଅଧିକ ବଡ ଟ୍ରାଞ୍ଜାକ୍ସନ ନିମନ୍ତେ ୫୦ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରୁଥିଲେ। ତେବେ ଏଥିପାଇଁ ଆରବିଆଇ ୮ରୁ ୧୧ ଘଣ୍ଟା ପର୍ଯ୍ୟନ୍ତ କୌଣସି ଚାର୍ଜ ଦାବି କରୁନଥିଲେ। ହେଲେ ୧୩ ଘଣ୍ଟା ପାଇଁ ଅଧିକ ୨ଟଙ୍କା ଅସୁଲ କରୁଥିବା ବେଳେ ୧୩ ଘଣ୍ଟାରୁ ସାଢେ ୧୬ ଘଣ୍ଟା ପାଇଁ ୫ଟଙ୍କା ଓ ସାଢେ ୧୬ ଘଣ୍ଟାରୁ ଅଧିକ ସମୟ ନିମନ୍ତେ ୧୦ଟଙ୍କା ଚାର୍ଜ ଲାଗୁ ହେଉଥିଲା। ତେବେ ଆରବିଆଇଙ୍କ ନିଷ୍ପତ୍ତି ପରେ ଏବେ ଏହି ସମସ୍ତ ଦେୟ ମାଗଣା ହେବ। 

ସେହିପରି  ଏନଇଏଫିଟି କ୍ଷେତ୍ରରେ ଇଣ୍ଟରନେଟ୍ ମାଧ୍ୟମରେ ୧୦ ହଜାର ଟଙ୍କା ଫଣ୍ଡ ଟ୍ରାନ୍ସଫର ନିମନ୍ତେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗରେ ୧ଟଙ୍କା, ବ୍ୟାଙ୍କରୁ ଟ୍ରାନ୍ସଫର କଲେ ୨ ଟଙ୍କା ୫୦ ପଇସା ଶୁଳ୍କ ଲାଗୁ ହେଉଥିଲା। ୧୦ ହଜାର ଟଙ୍କାରୁ ଅଧିକ ହେଲେ ଯଥାକ୍ରମେ ୨ଟଙ୍କା ଓ ୫ ଟଙ୍କା ଅସୁଲ କରାଯାଉଥିବା ବେଳେ ପୃଥକ ଜିଏସଟି ଆଦାୟ କରାଯାଉଥିଲା। ତେବେ ବାଣିଜ୍ୟିକ ବ୍ୟାଙ୍କମାନେ ଆଗକୁ ଏଥିନିମନ୍ତେ ଆଉ ଶୁଳ୍କ ଅସୁଲ କରିବେ ନାହିଁ। ରେପୋ ହାର ହ୍ରାସ ଘୋଷଣା ପରେ ଆରବିଆଇ ମୁଦ୍ରାନୀତି ସମୀକ୍ଷା କରିବା ସହ ଗ୍ରାହକଙ୍କ ପାଇଁ ନୂଆ ସୁବିଧା ଯୋଗାଇ ଦେବାକୁ ହୋଇଥିବା ନିଷ୍ପତି ପରେ ବ୍ୟାଙ୍କମାନେ ଏଟିଏମ କାର୍ଡ ବ୍ୟବହାର ପାଇଁ ଆଦାୟ କରୁଥିବା ଦେୟ ଆଉ ଆଦାୟ କରିବେନି।

   Related Posts