ଆର୍‌ବିଆଇ କୋହଳ କଲା ନିୟମ -ପିଏମ୍‌ସି ବ୍ୟାଙ୍କର ଗ୍ରାହକ ଉଠାଇ ପାରିବେ ଅଧିକ ଟଙ୍କା

Published By : Prameya-News7 Bureau | September 26, 2019 IST

ମୁମ୍ବାଇ - ଆର୍‌ବିଆଇ ପଞ୍ଜାବ ଓ ମହାରାଷ୍ଟ୍ର କୋ ଅପରେଟିଭ୍‌ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଏକ ବଡ ଘୋଷଣା କରିଛି । ଏହି ବ୍ୟାଙ୍କର ଗ୍ରାହକମାନଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ନଗଦ ଟଙ୍କା ଉଠାଇ ପାରିବେ ବୋଲି ଅନୁମତି ଦେଇଛି ।
ପଞ୍ଜାବ ଓ ମହାରାଷ୍ଟ୍ର କୋ ଅପରେଟିଭ୍‌ ବ୍ୟାଙ୍କର ଗ୍ରାହକ ପ୍ରତିଦିନ ୧୦ ହଜାର ଟଙ୍କା ଉଠାଇ ପାରିବେ ।

wp:core-embed/twitter {"url":"https://twitter.com/RBI/status/1177165377014353920","type":"rich","providerNameSlug":"twitter","className":""}
https://twitter.com/RBI/status/1177165377014353920
/wp:core-embed/twitter

ପୂର୍ବରୁ ଏହା କେବଳ ଏକ ହଜାର ଟଙ୍କା ଥିଲା । ଗତ ମଙ୍ଗଳବାରରେ ଆର୍‌ବିଆଇ ଏହି ବ୍ୟାଙ୍କରେ ଅନେକ ଅନିୟମିତତା ଯୋଗୁଁ ନଗଦ ଟଙ୍କା ଉଠାଣ ଓ ଅନ୍ୟ କାରବାର ଉପରେ କଟକଣା ଜାରି କରିଥିଲେ । ବ୍ୟାଙ୍କିଙ୍ଗ୍‌ ରେଗୁଲେସନ୍‌ ଆକ୍ଟ ୧୯୪୯ ଧାରା ୩୫ କ ଅନୁସାରେ ଆର୍‌ବିଆଇ ଏହି କଟକଣା ଲଗାଇଥିଲେ ।

ଏଥିଯୋଗୁଁ ଗ୍ରାହକମାନଙ୍କର ଅସୁବିଧା ବଢିଯାଇଥିଲା । ଗ୍ରାହକମାନେ ବ୍ୟାଙ୍କର ଶାଖାମାନଙ୍କ ବାହାରେ ପ୍ରଦର୍ଶନ କରିଥିଲେ । କଟକଣା ଅନୁସାରେ ଏବେ ଗ୍ରାହକମାନେ ସ୍ଥାୟୀ ଜମା ବା ଫିକ୍ସ ଡିପୋଜିଟ୍‌ର ଖାତା ବା ଆକାଉଣ୍ଟ ଖୋଲିପାରିବେ ନାହିଁ । ଏହା ବ୍ୟତୀତ ଅନେକ କଟକଣା ଆର୍‌ବିଆ ଲାଗୁ କରିଥିଲେ । ଆସନ୍ତା ୬ ମାସ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.