ବଜାରରୁ ଗାଏବ ହେଉଛି କି ୫୦୦ ଟଙ୍କିଆ ନୋଟ୍ ? ମିଡିଆ ରିପୋର୍ଟକୁ ନେଇ କ'ଣ କହିଲା RBI?

Published By : Prameya-News7 Bureau | June 18, 2023 IST

ନୂଆଦିଲ୍ଲୀ: ବଜାରରୁ ୫୦୦ ଟଙ୍କିଆ ନୋଟ୍ ଗାଏବ ହୋଇଯିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବରକୁ ଭୁଲ୍ ବୋଲି କହିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଏନେଇ ଆର୍‌ବିଆଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଆର୍‌ବିଆଇ କହିଛି ଯେ ୮୮,୦୩୨ କୋଟି ଟଙ୍କା ମୂଲ୍ୟର ୫୦୦ ଟଙ୍କିଆ ନୋଟ୍‌ ବଜାରରୁ ଗାଏବ ହେବା ଖବର ମିଛ। ଆର୍‌ଟିଆଇରେ ମିଳିଥିବା ସୂଚନାରେ ଭୁଲ ବ୍ୟାଖ୍ୟା କରାଯାଉଥିବାରୁ ଏଭଳି ଖବର ପ୍ରଚାର ହୋଇଛି ବୋଲି ଆର୍‌ବିଆଇ କହିଛି।

ଦେଶର ତିନୋଟି ପ୍ରିଣ୍ଟିଂ ପ୍ରେସରୁ ୫୦୦ ଟଙ୍କିଆ ନୋଟ୍ ବିଷୟରେ ଆରଟିଆଇ ଅଧୀନରେ ଦିଆଯାଇଥିବା ସୂଚନାକୁ ଭୁଲ୍ ବ୍ୟାଖ୍ୟା କରାଯାଇଛି ବୋଲି ଆରବିଆଇ କହିଛି।

{"width":836,"height":627}
Trending news: RBI declared 500 rupee notes unfit! How to identify these  notes - Hindustan News Hub

ପଢ଼ନ୍ତୁ-ଦୁଇ ହଜାର ଟଙ୍କିଆ ନୋଟ୍ ପରେ ପ୍ରତ୍ୟାହାର ହେବ କି ୫୦୦ ଟଙ୍କିଆ ନୋଟ୍ ? RBI ଗଭର୍ଣ୍ଣର ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା

ଗତକାଲି ଅନେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ମନୋରଂଜନ ରୟ ସୂଚନା ଅଧିକାର ଆଇନ ବଳରେ କିଛି ପ୍ରଶ୍ନ ପଚାରିଥିଲେ। ଉତ୍ତରରେ କୁହାଯାଇଥିଲା ଯେ ନୂଆ ଡିଜାଇନ୍‌ ବାଲା ଲକ୍ଷାଧିକ ଟଙ୍କାର ୫୦୦ ଟଙ୍କା ନୋଟ୍ ଗାଏବ ହୋଇଯାଇଛି। ଯାହାର ମୂଲ୍ୟ ୮୮,୦୩୨.୫ କୋଟି ଟଙ୍କା ହେବ।

ମିଳିଥିବା ସୂଚନା ଅନୁସାରେ, ଦେଶର ୩ଟି ପ୍ରିଣ୍ଟିଂ ପ୍ରେସ୍‌ରେ ୮୮୧୦.୬୫ କୋଟି ଟଙ୍କାର ନୂଆ ଡିଜାଇନ୍ ହୋଇଥିବା ୫୦୦ ଟଙ୍କିଆ ନୋଟ୍ ଛାପିଥିଲେ। କିନ୍ତୁ ଆର୍‌ବିଆଇ ଏଥିରୁ ୭୨୬ କୋଟି ନୋଟ୍ ମିଳିଥିବା ବେଳେ ବାକି ୧୭୬୦,୬୫ କୋଟି ୫୦୦ ଟଙ୍କିଆ ନୋଟ୍‌ ଗାୟବ ହୋଇଛି। ଯାହାର ମୂଲ୍ୟ ୮୮,୦୩୨.୫ କୋଟି ହେବ। ଯାହାର ଅର୍ଥ ଭୁଲ ବାହାର କରି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

Fortune India: Business News, Strategy, Finance and Corporate Insight

ପଢ଼ନ୍ତୁ-ଅଚଳ ନୁହେଁ ୨୦୦୦ ଟଙ୍କିଆ ନୋଟ୍, କେବଳ ଫେରାଇ ନିଆଯାଉଛି; କହିଲେ ଆରବିଆଇ ଗଭର୍ଣ୍ଣର

ଏ ନେଇ ଆର୍‌ବିଆଇ ପ୍ରେସ୍‌ ରିଲିଜ୍ ଜାରି କରିବା ସହ ଟ୍ୱିଟ୍ କରି ମଧ୍ୟ ସ୍ପଷ୍ଟୀକରଣ ଦେଇଛି। ଆର୍‌ବିଆଇ କହିଛି ଯେ ବଜାରରୁ ୫୦୦ ଟଙ୍କିଆ ନୋଟ୍ ପ୍ରଚଳନରୁ ଗାଏବ ହୋଇଯାଇଥିବା ମିଡିଆରେ ଖବର ପ୍ରକାଶ ହେଉଛି। ଯାହା ସମ୍ପୂର୍ଣ୍ଣ ଭୁଲ। ପ୍ରିଣ୍ଟିଂ ପ୍ରେସ୍‌ରୁ ସୂଚନା ଅଧିକାର ଆଇନ ବଳରେ ଅଣାଯାଇଥିବା ତଥ୍ୟକୁ ଭୁଲ୍ କରି ବ୍ୟାଖ୍ୟା କରାଯାଇଛି। ଏହା ଜାଣିବା ନିହାତି ଦରକାର ଯେ ଯେଉଁ ନୋଟ୍‌ଗୁଡ଼ିକ ପ୍ରିଣ୍ଟିଂ ପ୍ରେସ୍‌ରେ ଛପାଯାଉଛି ସେଗୁଡ଼ିକ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଆର୍‌ବିଆଇ କହିଛି।

ଆର୍‌ବିଆଇର କଡ଼ା ସୁରକ୍ଷା ସହିତ ବ୍ୟାଙ୍କ ନୋଟ୍‌ର ପ୍ରଡକ୍ସନ,ଷ୍ଟୋରେଜ୍‌ ଓ ଡିଷ୍ଟ୍ରିବ୍ୟୁସର ମନିଟରିଂ କରାଯାଇଥାଏ। ଏଥିପାଇଁ ମଜଭୁତ ସିଷ୍ଟମ ବନା ଯାଇଛି। ଏହିଭଳି କୌଣସି ସୂଚନା ପାଇଁ ଆର୍‌ବିଆଇ ଦ୍ୱାରା ପ୍ରକାଶିତ ସୂଚନା ଉପରେ ହିଂ ଭରସା କର ବୋଲି ବ୍ୟାଙ୍କ ଚିଫ୍‌ ଜେନେରାଲ୍ ମ୍ୟାନେଜର ଯୋଗେଶ୍ୱର ଦୟାଲ ସୂଚନା ଦେଇଛନ୍ତି।  

fake indian currency notes: Around 91,110 pieces of fake Rs 500 notes  detected in FY23: RBI report - The Economic Times

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.