ନୂଆଦିଲ୍ଲୀ ୦୫/୧୨ : ଭାରତୀୟ ରିଜର୍ଭ ବ୍ୟାଙ୍କର ମୌଦ୍ରିକ ନୀତି କମିଟି ଦ୍ବାରା ଜାରି ରହିଥିବା ୩ ଦିନିଆ ବୈଠକ ଶେଷ ହୋଇଛି । ଏହି ବୈଠକ ଶେଷ ହେବା ପରେ RBI ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ମୁଦ୍ରା ନୀତି ସମୀକ୍ଷାରେ ରିଜର୍ଭ ବ୍ୟାଙ୍କ୍, ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ । ସାଧାରଣ ଲୋକ ସେମାନଙ୍କ ଲୋନ୍ ଇଏମଆଇ ପୈଠ କରିବା ଉପରେ କୌଣସି ମୁକ୍ତି ପାଇବେ ନାହିଁ । ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ୪ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତ ରଖିଛନ୍ତି ।
{"id":372954,"sizeSlug":"large"}ରିଜର୍ଭ ବ୍ୟାଙ୍କ୍ କହିଛି ଯେ, କଣ୍ଟାକ୍ଟଲେସ୍ କାର୍ଡ ପେମେଣ୍ଟକୁ ୨ ହଜାରରୁ ବୃଦ୍ଧି କରାଯାଇ ୫ ହଜାର କରାଯିବ । ଏହି ନିୟମ ୨୦୨୧ ଜାନୁୟାରୀ ୧ରୁ ଲାଗୁ ହେବ । ଆଗାମୀ କିଛି ଦିନ ମଧ୍ୟରେ RTGS ଦ୍ବାରା ଟଙ୍କା କାରବାର ୨୪ ଘଣ୍ଟିଆ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ।
{"id":372955,"sizeSlug":"large"}ରିଜର୍ଭ ବ୍ୟାଙ୍କ୍ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି, ଦେଶର ଅର୍ଥବ୍ୟବସ୍ଥା ଧିରେ ଧିରେ ସୁଧୁରିବାରେ ଲାଗିଛି । ଆର୍ଥି ଗତିବିଧି ବୃଦ୍ଧି ପାଉଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଜିଡିପି ମାଇନସ୍ ୭.୫ ପ୍ରତିଶତ ରହିବ ବୋଲି । ଆଗାମୀ ତ୍ରୈମାସିକ ପାଇଁ ଜିଡିପି ୦.୧ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି । ସେହିପରି ଚତୁର୍ଥ ତ୍ରୈମାସିକରେ ଜିଡିପି ୦.୭ ପ୍ରତିଶତରେ ପହଞ୍ଚିପାରେ ।
କିନ୍ତୁ ଦେଶରେ ମହଙ୍ଗା ଦର ଉଚ୍ଚା ରହିବ । ରିଜର୍ଭ ବ୍ୟାଙ୍କ୍ ଅନୁମାନ କରିଛି ଯେ, ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ମହଙ୍ଗା ଦର ୫.୨ ପ୍ରତିଶତରୁ ୪.୬ ପ୍ରତିଶତ ମଧ୍ୟରେ ରହିବ ।