oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ରେପୋ ରେଟ୍ ବଦଳାଇଲେନି ଶକ୍ତିକାନ୍ତ, ଦେଲେ ଜିଡିପି ଅଭିବୃଦ୍ଧିର ଭଲ ଖବର

5/02/2021 at 11:33 AM

ନୂଆଦିଲ୍ଲୀ,୦୫/୦୨: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟିର ବୈଠକ ଶୁକ୍ରବାର ଶେଷ ହୋଇଛି । ଏଥିରେ ଆରବିଆଇ ରେପୋ ରେଟକୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।ଏହାକୁ ନେଇ ମଧ୍ୟାହ୍ନ ୧୨ଟାରେ ସାମ୍ବାଦିକ ସମ୍ମିଳନୀ କରାଯିବ । ୬ ସଦସ୍ୟ ବିଶିଷ୍ଟ କମିଟିର ବୈଠକ ଗତ ୩ ତାରିଖରୁ ଆରମ୍ଭ ହୋଇଥିଲା ।

ରେପୋ ରେଟର ଅର୍ଥ ହେଉଛି ଆରବିଆଇ ବିଭିନ୍ନ ବ୍ୟାଙ୍କକୁ ଦେଉଥିବା ଲୋନ୍ ଉପରେ ସୁଦ୍ଧ ହାର । ତେବେ ଫେବ୍ରୁଆରୀ ୧ରେ ଆଗତ ବଜେଟ୍ ପରେ ଏହା ଆରବିଆଇର ପ୍ରଥମ ବୈଠକ ଅଟେ । ଆରବିଆଇ ଗତ ୨୦୨୦ ଫେବ୍ରୁଆରୀରୁ ଏବେସୁଦ୍ଧା ରେପୋ ରେଟରେ ୧୧୫ ବେସିସ୍ ପଏଣ୍ଟ ହ୍ରାସ କରିଛି ।

ଆରବିଆଇର କମିଟି ଗତ ୩ ଥର ବସିଥିବା ବୈଠକରେ ପ୍ରମୁଖ ନୀତିଗତ ଗରରେ କୌଣସି ପରିବର୍ତ୍ତନ କରିନଥିଲା । ଏବେ ରେପୋ ରେଟ ୪ ପ୍ରତିଶତ ରହିଛି । ଯାହା ୧୫ ବର୍ଷରେ ସର୍ବନିମ୍ନ ସ୍ତରରେ ରହିଛି । ସେହିପରି ଆରବିଆଇ ରିଭର୍ସ ରେପୋ ରେଟକୁ ମଧ୍ୟ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି । ଏହି ଦରରେ ବ୍ୟାଙ୍କ୍ ନିଜ ପାଖରେ ଜମା ରଖିଥିବା ଅର୍ଥକୁ ଆରବିଆଇରେ ଜମା ରଖିଥାଏ ।

ସେହିପରି ବ୍ୟାଙ୍କ୍ ରେଟ୍ ୪.୨୫ ପ୍ରତିଶତ ରହିଥିବା ବେଳେ ଏମଏସଏଫ ୪.୨୫ ପ୍ରତିଶତ ରହିଛି । ଏତତ୍ ବ୍ୟତୀତ ୨୦୨୧-୨୨ରେ ଜିଡିପି ୧୦.୫ ପ୍ରତିଶତ ବୃଦ୍ଧି ପାଇଥିବା ଅନୁମାନ କରାଯାଉଛି । ସେହିପରି ଆରବିଆଇ ଗଭର୍ଣ୍ଣର ଆହୁରି କହିଛନ୍ତି ଯେ, ୨୦୨୦-୨୧ର ଚତୁର୍ଥ ତ୍ରୈମାସିକରେ ମହଙ୍ଗା ଦର ୫.୨ ପ୍ରତିଶତ ହୋଇପାରେ । ଯାହା ଟଲରାନ୍ସ ଲେବୁଲ ତଳେ ରହିଛି । ଅର୍ବାନ ସହକାରୀ ବ୍ୟାଙ୍କକୁ ମଜବୁତ ପାଇଁ ଏକ୍ସପର୍ଟ ପ୍ୟାନେଲ୍ ଗଠନ କରାଯିବ ବୋଲି ସେ କହିଛନ୍ତି ।

   Related Posts