ଆରମ୍ଭ ହେଲା RBIଙ୍କ ଏମପିସି ବୈଠକ, ଜୁନ ୮ରେ ମିଳିପାରେ EMIକୁ ନେଇ ଖୁସି ଖବର
6/06/2023 at 2:43 PM

ମୁମ୍ବାଇ ୬।୬: ପ୍ରତ୍ୟେକ ଦୁଇମାସରେ ଅନୁଷ୍ଠିତ ହେଉଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ଙ୍କ ମନିଟାରୀ ପଲିସି କମିଟି (ଏମପିସି) ବୈଠକ ମଙ୍ଗଳବାର ଆରମ୍ଭ ହୋଇଛି। ୩ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକର ନିଷ୍କର୍ସ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଜୁନ ୮ ତାରିଖ ଗୁରୁବାର ଘୋଷଣା କରିବେ। ଗତ ବୈଠକରେ ଆରବିଆଇ ସୁଧହାର ଅପରିବର୍ତ୍ତିତ ରଖିଥିଲେ। ଏଣୁ ଆରମ୍ଭ ହୋଇଥିବା ବୈଠକରେ ଇଏମଆଇ ପୈଠ କରୁଥିବା ଲୋକେ ବେଶ୍ ଆଶା ବାନ୍ଧିଛନ୍ତି।
SBIଙ୍କ ରିପୋର୍ଟରେ ସମସ୍ତେ ଆଶ୍ଚର୍ଯ୍ୟ, ଜାଣନ୍ତୁ ଲୋକେ ୨ହଜାର ଟଙ୍କା ନୋଟ୍ର କରୁଛନ୍ତି କ’ଣ?
ଲୋକଙ୍କ ଆଶା ଏଥର ଆରବିଆଇ ସୁଧହାର ହ୍ରାସ କରିପାରନ୍ତି। ଯଦି ଏପରି ହୁଏ ତେବେ ପ୍ରାୟ ୧ ବର୍ଷ ପରେ ସୁଧହାର ହ୍ରାସ ହେବ। ତେବେ ବିଶେଷଜ୍ଞ କିନ୍ତୁ ଭିନ୍ନ କଥା କହୁଛନ୍ତି। ଅନୁଷ୍ଠିତ ହେଉଥିବା ଏମପିସି ବୈଠକରେ ଆରବିଆଇ ସୁଧହାର ସ୍ଥିର ରଖି ପାରନ୍ତି ବୋଲି ଅନୁମାନ କରୁଛନ୍ତି। ଗତବର୍ଷ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିରେ ଆରବିଆଇ ପାଖାପାଖି ୨ ବର୍ଷ ପରେ ଅଚାନକ ରେପୋ ରେଟରେ ପିରବର୍ତ୍ତନ ଆଣିଥିଲେ। ସେବେଠାରୁ ଏପର୍ଯ୍ୟନ୍ତ ଲଗାତାର ଲୋନ ମହଙ୍ଗା ହେବାରେ ଲାଗିଛି।

ଗୋଟିଏ ବର୍ଷ ମଧ୍ୟରେ ରେପୋରେଟ ହାର ୨.୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଯାହାର ପ୍ରଭାବ ଘର ଓ କାର ଋଣ ଉପରେ ପଡିଛି। ଋଣ ମହଙ୍ଗା ହେବା ଯୋଗୁ ଇଏମଆଇ ବୋଝ ମଧ୍ୟ ବଢୁଛି। ଗତବର୍ଷ ପର୍ଯ୍ୟନ୍ତ ୭ ପ୍ରତିଶତ ହାରରେ ମିଳୁଥିବା ହୋମ ଲୋନ ଓ କାର ଲୋନ ଏବେ ଦୁଇ ଅଙ୍କରେ ପହଞ୍ଚି ଗଲାଣି। ଏଥିରେ ପର୍ସନାଲ ଲୋନ ଇଏମଆଇ ମଧ୍ୟ ବଢି ବଢି ଚାଲିଛି। ଅପରପଟେ ସାଧାରଣ ନିବେଶକ ସେମାନଙ୍କ ମିଆଦି ଜମାରୁ ବେଶ ଉଚ୍ଚ ହାରରେ ସୁଧ ଅର୍ଜନ କରୁଛନ୍ତି।
ଭାରତୀୟ ରିଜର୍ଭ ବ୍ୟାଙ୍କଙ୍କ ମୌଦ୍ରିକ ନୀତି କମିଟି (ଏମପିସି) ବୈଠକ ପ୍ରତ୍ୟେକ ଦ୍ୱିତୀୟ ମାସରେ ଅନୁଷ୍ଠିତ ହେଉଛି। ଏଥିରେ ଚଳିତମାସରେ ୩ ଦିବସୀୟ ବୈଠକ ମଙ୍ଗଳବାର ଅର୍ଥାତ ୬ ଜୁନରୁ ଆରମ୍ଭ ହୋଇଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏମପିସି ସଦସ୍ୟ ସାଂପ୍ରତିକ ଆର୍ଥିକ ପରିସ୍ଥିତିକୁ ନଜରରେ ରଖି ସୁଧହାରକୁ ନେଇ ଆଲୋଚନା କରିବେ। ଜୁନ ୮ ତାରିଖ ଦିନ ଆରବିଆଇ ରେପୋ ହାରକୁ ନେଇ ତାଙ୍କ ନିଷ୍ପତ୍ତି ଜଣାଇବେ। ତେବେ ବୈଠକରେ ଆରବିଆଇ ରେପୋ ହାରରେ କୌଣସି ପରିବର୍ତ୍ତନ ନ କରି ଲୋକଙ୍କୁ ଆଶ୍ୱସ୍ତ କରିପାରନ୍ତି ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

ଗତ ଏପ୍ରିଲରେ ଅନୁଷ୍ଠିତ ଏମପିସି ବୈଠକରେ ଆରବିଆଇ ରେପୋ ହାରକୁ ୬.୫ ପ୍ରତିଶତରେ ସ୍ଥିର ରଖିଛନ୍ତି। ଏଣୁ ଆର୍ଥିକ ମାମଲାରେ ବିଶେଷଜ୍ଞ ମୁଦ୍ରାସ୍ପିତି ହାରକୁ ନଜରରେ ରଖି ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଉଥିବା ବୈଠକରେ ପୁଣି ଥରେ ରେପୋହାର ସ୍ଥିର ରଖିବାକୁ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଏପ୍ରିଲ ମାସ ପର୍ଯ୍ୟନ୍ତ ରେପୋ ହାର ୪ ପ୍ରତିଶତରେ ସ୍ଥିର ଥିଲା। ତେବେ ବର୍ଷତମାମ ବୃଦ୍ଧି ପରେ ଏହି ହାର ଏବେ ୬.୫ ପ୍ରତିଶତକୁ ପହଞ୍ଚି ଯାଇଛି।
ଏଲନ୍ ମସ୍କଙ୍କ ଡବଲ୍ ସେଞ୍ଚୁରୀ, ୨୦୦ ଡଲାର ଟପିଲା ଟେସଲା ସିଇଓଙ୍କ ସମ୍ପତ୍ତି
ଗତବର୍ଷ ଯେତେବେଳେ ମୁଦ୍ରାସ୍ପିତି ବୃଦ୍ଧି ହୋଇଥିଲା ଆରବିଆଇ ସୁଧହାର ବୃଦ୍ଧି କରୁଥିଲେ। ତେବେ ଚଳିତବର୍ଷ ମୁଦ୍ରାସ୍ପିତି ନିୟନ୍ତ୍ରଣରେ ଥିବାରୁ ଆରବିଆଇ ଋଣ ବୋଝ ତଳେ ଦବି ଯାଇଥିବା ଲୋକଙ୍କୁ ଆଶ୍ୱସ୍ତ କରିପାରନ୍ତି ବୋଲି ଆଶା କରାଯାଉଛି। ଏପ୍ରିଲ ୨୦୨୩ରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ପିତି ୧୮ ମାସର ସର୍ବନିମ୍ନ ସ୍ତର ୪.୭ ପ୍ରତିଶତକୁ ପହଞ୍ଚି ଯାଇଛି। ଏଥିରେ ଜିଡିପି ଅଭିବୃଦ୍ଧି ହାର ୬ ପ୍ରତିଶତରୁ ଅଧିକ ଅଛି। ଏହାକୁ ଦେଖି ହୁଏତ ଆରବିଆଇ ହୋମ ଲୋନ ଓ କାର ଲୋନରେ ରିହାତି ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି।