ନୂଆଦିଲ୍ଲୀ: ଅଷ୍ଟମ ଥର ପାଇଁ ରେପୋ ରେଟ୍ ସ୍ଥିର । ଭାରତୀୟ ରିଜର୍ଭ ବ୍ୟାଙ୍କ ରିପୋ ରେଟରେ କୌଣସି ପରିବର୍ତ୍ତନ କରି ନାହିଁ । ୬.୫ ପ୍ରତିଶତ ସହିତ ଅପରିବର୍ତ୍ତିତ ରହିଛି । ଶୁକ୍ରବାର ଆରବିଆଇର ମୁଦ୍ରା ନୀତି ବୈଠକରେ ଏହି ଘୋଷଣା କରାଯାଇଛି । ନିର୍ବାଚନ ପରେ ବି EMIରେ ଋଣ ଗ୍ରାହକଙ୍କୁ କୌଣସି ଆଶ୍ବସ୍ତି ମିଳିନାହିଁ ।
ସେଣ୍ଟ୍ରାଲ୍ ବ୍ୟାଙ୍କ୍ ମନିଟାରୀ ପଲିସି କମିଟି ଛଅ ଜଣିଆ ସଦସ୍ୟକୁ ନେଇ ବୈଠକ ବସିଥିଲା। ଏହି ମିଟିଂରେ MPC ସଦସ୍ୟମାନଙ୍କ ମଧ୍ୟରୁ ଚାରି ଜଣ, ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ଭୋଟ୍ ଦେଇଥିଲେ । ତେବେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରେ ଅଷ଼୍ଟମ ଥର ପାଇଁ ରେପୋ ରେଟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏନେଇ ଘୋଷଣା କରିଛନ୍ତି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।
RBIର ଏହି ଘୋଷଣା ପରେ ଭାରତୀୟ ଶେୟାର ମାର୍କେଟ ସ୍ଥିର ରହିଛି । ୭୫,୬୧୮ ପଏଣ୍ଟ ସହ ବମ୍ବେ ଷ୍ଟକ୍ ଏଜେନ୍ସି BSE ସେନ୍ସେକ୍ସ ୦.୭୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ NSE ନିଫ୍ଟି ୦.୭୪ ପ୍ରତିଶତ ବୃଦ୍ଧି ହୋଇ ୨୨, ୯୯୧ ପଏଣ୍ଟରେ ପହଞ୍ଚିଛି। ଗତ ବର୍ଷ ଫେବୃଆରୀରେ ଶେଷ ଥର ପାଇଁ ରେପୋ ରେଟ୍ ପରିବର୍ତ୍ତନ ହୋଇଥିଲା। ଏହା ପରଠାରୁ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ରେପୋ ହାରରେ କୌଣସି ପରିବର୍ତ୍ତନ ନହେବା ଫଳରେ ଘର ଏବଂ କାର ଲୋନ୍ ସମେତ ସମସ୍ତ ପ୍ରକାରର ଲୋନର EMI ପୂର୍ବ ପରି ସମାନ ରହିଛି । ନିର୍ବାଚନରେ ପରେ ଋଣ ଗ୍ରହିତାଙ୍କୁ ଆଶ୍ବସ୍ତି ମିଳିନାହିଁ ।