Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଗ୍ରାହକଙ୍କୁ RBI ଝଟକା, ୨୫ବେସିସ୍ ପଏଣ୍ଟ ବଢ଼ିଲା ରେପୋ ରେଟ୍, ମହଙ୍ଗା ହେବ କାର୍ ଓ ହୋମ୍ ଲୋନ୍

8/02/2023 at 11:11 AM

ମୁମ୍ବାଇ: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ । ଋଣକାରୀଙ୍କୁ ଝଟକା ଦେଲା ଆରବିଆଇ । ପୁଣି ବଢ଼ିଲା ରେପୋ ରେଟ୍ । ୨୫ ବେସିସ୍ ପଏଣ୍ଟ ରେପୋ ରେଟ୍ ବୃଦ୍ଧି ପାଇଛି । ମୋନିଟାରୀ ପଲିସିର ବୈଠକ ପରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଲଗାତାର ଷଷ୍ଠ ଥର ପାଇଁ ରେପୋ ରେଟ୍ ବୃଦ୍ଧି କରିଛି । ରେପୋ ରେଟ୍ ୦.୨୫ ପ୍ରତିଶତି ବୃଦ୍ଧି ପରେ ୬.୨୫ ପ୍ରତିଶତରୁ ବୃଦ୍ଧି ପାଇ ୬.୫୦ ପ୍ରତିଶତରେ ପହଞ୍ଚିଛି । ରେପୋ ରେଟ୍ ବୃଦ୍ଧି ଯୋଗୁ ସମସ୍ତ ପ୍ରକାର ଲୋନ୍  EMI ବୃଦ୍ଧି ପାଇବ । ବିଶେଷ କରି କାର୍, ହୋମ୍ ଲୋନ୍ ଓ ପର୍ଶନାଲ ଲୋନ୍ ମହଙ୍ଗା ହେବ । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ମହଙ୍ଗା ଦର ୪ ପ୍ରତିଶତ ବୃଦ୍ଧି ପାଇବା ବୋଲି ଆରବିଆଇ ମନିଟାରୀ ପଲିସି ବୈଠକରେ ଅନୁମାନ କରାଯାଇଛି ।  

   Related Posts