ଆରବିଆଇ ଏମପିସି ବୈଠକ : ରେପୋ ରେଟ୍ ଅପରିବର୍ତ୍ତିତ, -୭.୫ % ରହିବ ଚଳିତ ବର୍ଷର ଜିଡିପି ଅଭିବୃଦ୍ଧିିିିି

Published By : Prameya-News7 Bureau | December 04, 2020 IST

ନୂଆଦିଲ୍ଲୀ, ୦୪।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇର ମୁଦ୍ରା ନୀତି କମିଟି ବା ଏମପିସିର ନିଷ୍କର୍ସ ସାମ୍ନାକୁ ଆସିଛି । ବୈଠକ ପରେ ଆବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗଣମାଧ୍ୟମକୁ କହିଛନ୍ତି ଯେ, ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହାସହ ୨୦୨୦-୨୧ ଆର୍ଥିକ ବର୍ଷରେ ଜିଡିପି ଗ୍ରୋଥ୍ ହ୍ରାସ ପାଇବ ଓ ବିଯୁକ୍ତାତ୍ମକ ସ୍ତରକୁ ଯିବ ବୋଲି ସେ ସ୍ୱୀକାର କରିଛନ୍ତି । ଚଳିତ ବର୍ଷ ଜିଡିପି ଗ୍ରୋଥ୍ -୭.୫ ପ୍ରତିଶତ ରହିବ ବୋଲି ସେ କହିଛନ୍ତି ।

ସେହିପରି ଶକ୍ତିକାନ୍ତ କହିଛନ୍ତି ଯେ, ଏମପିସି ସର୍ବସମ୍ମତିରେ ପଲିସି ରେପୋ ରେଟକୁ ୪ ପ୍ରତିଶତ ରଖିବା ନେଇ ଭୋଟ୍ ଦେଇଥିଲେ । ସମିତି ମନିଟାରୀ ପଲିସିରେ ଆବଶ୍ୟକତା ଅନୁସାରେ କୋହଳ କରିବା ନେଇ ନିଷ୍ପତ୍ତି ନେଇଛି । ଚଳିତ ଓ ଆଗାମୀ ଆର୍ଥିକ ବର୍ଷ ଯାଏଁ ଏପରି ସ୍ଥିତି ଜାରି ରହିବ । ଏପରି ହେଲେ ଅଭିବୃଦ୍ଧି ହାସଲ କରିହେବ ।

ରିଜର୍ଭ ବ୍ୟାଙ୍କ କହିଛି ଯେ, ଏବେ ମହଙ୍ଗା ଦର ଅଧିକ ରହିବ । ତୃତୀୟ ତ୍ରୈମାସିକରେ ଖୁଚୁରା ମହଙ୍ଗା ୬.୮ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି । ଗତ କିଛି ଦିନ ଧରି ଖୁଚୁରା ମହଙ୍ଗା ଦର ୪ ପ୍ରତିଶତରୁ ଉପରେ ରହିଛି । ତେବେ ମାର୍ଚ୍ଚ ପରେ ଜିଡିପିରେ ସାମାନ୍ୟ ସୁଧାର ଆସିବ । ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଜିଡିପିରେ ୭.୫ ପ୍ରତିଶତ ହ୍ରାସ ପାଇଥିବା ବେଳେ ପ୍ରଥମ ତ୍ରୈମାସିକରେ ୨୩.୯ ପ୍ରତିଶତ ହ୍ରାସ ପାଇଥିଲା ।

ଆରବିଆଇ ଗଭର୍ଣ୍ଣର ଆହୁରି କହିଛନ୍ତି ଯେ, ପୂର୍ବପରି ରେପୋ ରେଟ୍ ୪ ପ୍ରତିଶତ ଓ ରିଭର୍ସ ରୋପେ ରେଟ ୩.୩୫ ପ୍ରତିଶତ ରହିବ । ରିଜର୍ଭ ବ୍ୟାଙ୍କ ତରଫରୁ ଅକ୍ଚୋବରରେ ଆଗତ କରିଥିବା ମୁଦ୍ରା ନୀତିର ସମୀକ୍ଷା ବେଳେ କହିଥିଲେ ଯେ, ୨୦୨୦-୨୧ରେ ଜିଡିପି ବୃଦ୍ଧି ଦର ୯.୫ ପ୍ରତିଶତ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.