RBIର ବଡ ନିଷ୍ପତ୍ତି, ଏବେ ୨୦ ଦେଶର ଯାତ୍ରୀ ବ୍ୟବହାର କରିପାରିବେ UPI...

Published By : Prameya-News7 Bureau | February 11, 2023 IST

ନୂଆଦିଲ୍ଲୀ ୧୧।୦୨: ବିଦେଶୀ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଏଣିକି ଭାରତରେ UPI ବ୍ୟବହାର କରିପାରିବେ ବିଦେଶୀ । ଏନେଇ ନିଷ୍ପତ୍ତି ନେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ।

ଭାରତରେ ରହିବା ସମୟରେ G-20 ଦେଶର ଯାତ୍ରୀମାନଙ୍କୁ UPI ବ୍ୟବହାର ନେଇ ଏକ ସର୍କୁଲାର ଜାରି କରାଯାଇଛି । ଭାରତ ଆସୁଥିବା ବିଦେଶୀ ନାଗରିକ ଏବଂ NRI ମାନଙ୍କୁ UPI ବ୍ୟବହାର ନେଇ ଆରବିଆଇ ଅନୁମତି ଘୋଷଣା କରିଛି ।  RBI ପକ୍ଷରୁ କୁହାଯାଇଛି ଯେ, ଏହି ସୁବିଧା ପ୍ରଥମେ ବଛା ବଛା କିଛି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆସିବାକୁ ଥିବା G-20 ଦେଶରୁ ଯାତ୍ରୀମାନଙ୍କ ପାଇଁ ଆରମ୍ଭ ହେବ ।  ଏହା ପରେ ଦେଶର ସମସ୍ତ ଏଣ୍ଟ୍ରି ପଏଣ୍ଟରେ ଏହି ସୁବିଧା ଦିଆଯିବ ।

ତେବେ ଏହି ସୁବିଧାରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଭାରତ ସାମିଲ ଅଛନ୍ତି । ସେହିପରି ଇଣ୍ଡୋନେସିଆ, ଇଟାଲୀ, ଜାପାନ, କୋରିଆ, ମେକ୍ସିକୋ, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ, ଆମେରିକା ଏବଂ ୟୁରୋପୀୟ ୟୁନିଅନ୍ ଅନ୍ତର୍ଭୁକ୍ତ ରହିଛି ।  ଆପଣଙ୍କୁ  କହିରଖୁଛୁ ଯେ, UPI ହେଉଛି ଏକ ପେମେଣ୍ଟ ପ୍ଲାଟଫର୍ମ, ଯେଉଁଥିରେ ଗୋଟିଏ ମୋବାଇଲ୍ ଆପରେ ଅନେକ ବ୍ୟାଙ୍କ ଆକାଉଣ୍ଟ୍ ଯୋଡି ହୋଇରହିଛି ।  ଯାହାଫଳରେ ଯେକୌଣସି ସ୍ଥାନରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିହେବେ । ତେବେ ଜାନୁଆରୀ ମାସରେ UPI ମାଧ୍ୟମରେ ମାସିକ ଦେୟ ୧.୩ ପ୍ରତିଶତ ବୃଦ୍ଧି ହୋଇ ପ୍ରାୟ ୧୩ ଲକ୍ଷ କୋଟିରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.