ମେ’ ମାସରେ ୧୩ଦିନ ବନ୍ଦ ରହିବ ବ୍ୟାଙ୍କ, RBI ଜାରି କଲା ଛୁଟି ତାଲିକା

Published By : Prameya-News7 Bureau | April 22, 2022 IST

ନୂଆଦିଲ୍ଲୀ ୨୨।୪: ଯଦି ଆପଣଙ୍କର ମେ’ ମାସରେ କିଛି ବ୍ୟାଙ୍କ କାମ ଅଛି ତେବେ ସେଥିପାଇଁ ଏବେଠୁ ପ୍ଲାନିଂ କରନ୍ତୁ । କାରଣ ଯେମିତି ଆପଣଙ୍କୁ କିଛି ସମସ୍ୟା ହେବନାହିଁ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେ’ ୨୦୨୨ର ଛୁଟି ତାଲିକା ଜାରି କରିଛି ।

ଆରବିଆଇ କ୍ୟାଲେଣ୍ଡର ଅନୁସାରେ ମେ’ ମାସ ଆରମ୍ଭରେ ଲଗାତର ୪ଦିନ ବ୍ୟାଙ୍କ ଛୁଟି ରହିବ । ଏହି ଛୁଟି ରାଜ୍ୟ ଏବଂ ସେଠାକାର ପର୍ବପର୍ବାଣୀ ହିସାହରେ ଭିନ୍ନ ଭିନ୍ନ ହୋଇପାରେ । ବ୍ୟାଙ୍କର ଛୁଟି ତାଲିକା ଆରବିଆଇ ତରଫରୁ ୪ଟି ଆଧାରରେ ଜାରି କରାଯାଇଥାଏ । ଏହି ତାଲିକା ଦେଶବ୍ୟାପୀ ପାଳନ ହେଉଥିବା ପର୍ବପର୍ବାଣୀ ଏବଂ ରାଜ୍ୟ ହିସାବରେ ହୋଇଥାଏ ।

ରାଷ୍ଟ୍ରୀୟ ଛୁଟି ବ୍ୟତୀତ ରାଜ୍ୟ ହିସାବରେ କିଛି ଛୁଟି ରହିଥାଏ । ରିପୋର୍ଟ ଅନୁସାରେ ମେ’ ମାସରେ ଅଲଗା ଅଲଗା ଜୋନ୍‌ରେ ମୋଟ୍ ୩୧ ଦିନରୁ ୧୩ଦିନ ବ୍ୟାଙ୍କ ବନ୍ଦ ରହିବ ।

ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ଅନୁରୋଧ କରାଯାଉଛି ଯେ, ମେ’ ମାସରେ ବ୍ୟାଙ୍କ ଯିବା ପୂର୍ବରୁ ସବୁ ଛୁଟି ଗୁଡିକୁ ଧ୍ୟାନରେ ରଖିବା ଉଚିତ ।

ମେ' ମାସରେ ବ୍ୟାଙ୍କ ଛୁଟିର ତାଲିକା :

୧ ମେ’ ୨୦୧୧ - ଶ୍ରମ ଦିବସ / ମହାରାଷ୍ଟ୍ର ଦିବସ । ସାରା ଦେଶରେ ବ୍ୟାଙ୍କ ବନ୍ଦ । ଏହି ଦିନ ରବିବାର ପାଇଁ ମଧ୍ୟ ଛୁଟି ରହିବ ।

୨ ମେ’ ୨୦୨୨ - ମହର୍ଷି ପର୍ଶୁରାମ ଜୟନ୍ତୀ । ଅନେକ ରାଜ୍ୟରେ ଛୁଟି ।

୩ ମେ’ ୨୦୨୨ - ଇଦ୍-ଉଲ୍-ଫିତର, ବସଓ୍ବା ଜୟନ୍ତୀ (କର୍ଣ୍ଣାଟକ) ।

୪ ମେ’ ୨୦୨୨ - ଇଦ୍-ଉଲ୍-ଫିତର (ତେଲେଙ୍ଗାନା) ।

୯ ମେ’ ୨୦୨୨ - ଗୁରୁ ରବୀନ୍ଦ୍ରନାଥ ଜୟନ୍ତୀ (ପଶ୍ଚିମବଙ୍ଗ ଏବଂ ତ୍ରିପୁରା) ।

୧୪ ମେ’ ୨୦୨୨ - ଦ୍ବିତୀୟ ଶନିବାର ବ୍ୟାଙ୍କ ଛୁଟି ।

୧୬ ମେ’ ୨୦୨୨ - ବୁଧ ପୂର୍ଣ୍ଣିମା ।

୨୪ ମେ’ ୨୦୨୨ - କାଜୀ ନଜାରୁଲ ଇସମାଲ ଜନ୍ମଦିନ (ସିକ୍କିମ) ।

୨୮ ମେ’ ୨୦୨୨ - ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟି ।

ମେ’ ମାସରେ ସପ୍ତାହାନ୍ତ ବ୍ୟାଙ୍କ ଛୁଟିଦିନ ତାଲିକା :

୧ ମେ’ ୨୦୨୨ - ରବିବାର ।

୮ ମେ’ ୨୦୨୨ - ରବିବାର ।

୧୫ ମେ’ ୨୦୨୨ - ରବିବାର ।

୨୨ ମେ’ ୨୦୨୨ - ରବିବାର ।

୨୯ ମେ’ ୨୦୨୨ - ରବିବାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.