krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

RBI ଲଞ୍ଚ କଲା ଉଦ୍‌ଗମ ପୋର୍ଟାଲ୍‌, ସହଜରେ ଜାଣିହେବ ବ୍ୟାଙ୍କ୍‌ରେ ଥିବା ଅନ୍‌କ୍ଲେମ୍‌ ଡିପୋଜିଟ୍‌

17/08/2023 at 10:04 PM

ନୂଆଦିଲ୍ଲୀ, ୧୭/୦୮: ବ୍ୟାଙ୍କ୍‌ରେ ହଜାର ହଜାର କୋଟି ଟଙ୍କା ଏଭଳି ଜମା ରହିଛି ଯାହାର କେହି ଦାବିଦାର ନୁହାଁନ୍ତି । ଆଉ ସାଧାରଣ ଲୋକ କିପରି ଏହା ବିଷୟରେ ଜାଣିପାରିବେ ସେନେଇ ଏକ ପଦକ୍ଷେପ ନେଇଛି ଆରବିଆଇ। ଏହି ଅନକ୍ଲେମ୍‌ ଡିପୋଜିଟ୍‌ (ଦାବିଦାର ନଥିବା ଜମାରାଶି) ବିଷୟରେ ଜାଣିବା ପାଇଁ RBI UDGAM (Unclaimed Deposits – Gateway To Access Information) ବା ଉଦ୍‌ଗମ ନାମରେ ଏକ ଓ୍ବେବ୍‌ ପୋର୍ଟାଲ ଲଞ୍ଚ କରିଛି । ଯାହାଦ୍ବାରା କେହି ଗ୍ରାହକ ଅନକ୍ଲେମ୍ ଡିପୋଜିଟ୍ ବିଷୟରେ ଜାଣିପାରିବେ।

ଗୁରୁବାର ଏନେଇ ଆରବିଆଇ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛି। ଏଥିରେ କୁହାଯାଇଛି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଓ୍ବେବ୍ ପୋର୍ଟାଲକୁ ଲଞ୍ଚ କରିଛନ୍ତି। ଏହି ଓ୍ବେବ୍‌ ପୋର୍ଟାଲ୍‌କୁ ଆରବିଆଇ ବିକଶିତ କରିଛି। ଏହି ଓ୍ବେବ ପୋର୍ଟାଲ ଜରିଆରେ ସାଧାରଣ ଲୋକେ ବ୍ୟାଙ୍କ୍‌ରେ ନିଜର କିମ୍ବା ନିଜ ସମ୍ପର୍କୀୟଙ୍କ ଅନକ୍ଲେମ୍ଡ ଡିପୋଜିଟ୍‌ ଜାଣିବାରେ ସାହାଯ୍ୟ ମିଳିବ। ପୋର୍ଟାଲ୍‌ରେ ଏକାଧିକ ବ୍ୟାଙ୍କ୍‌ରେ ଥିବା ଅନକ୍ଲେମ୍‌ ରାଶି ମଧ୍ୟ ଜାଣିପାରିବେ।

କ’ଣ ଏହି ଅନ୍‌କ୍ଲେମ୍‌ ଡିପୋଜିଟ୍‌ ?

ଯେଉଁ ସଞ୍ଚୟ ଖାତା କିମ୍ବା ଚାଲୁ ଖାତାରେ ଥିବା ଜମାରାଶି ୧୦ ବର୍ଷରୁ ଅଧିକ ସମୟ ପାଇଁ ପରିଚାଳିତ ହୁଏ ନାହିଁ, କିମ୍ବା କୌଣସି ଟର୍ମ ଡିପୋଜିଟ୍‌ ମ୍ୟାଚୁରିଟି ତାରିଖର ୧୦ ବର୍ଷ ପରେ ବି କ୍ଲେମ୍‌ ହୋଇନଥାଏ। ଏହାକୁ ଅନ୍‌କ୍ଲେମ୍‌ ଡିପୋଜିଟ୍‌ ହୋଇଯାଏ। ତେବେ ବର୍ତ୍ତମାନ ଆରବିଆଇ ଦ୍ବାରା ଓ୍ବେବ ପୋର୍ଟାଲ ଜରିଆରେ ଗ୍ରାହକମାନେ ଅନକ୍ଲେମ୍ ଡିପୋଜିଟ୍ ଆକାଉଣ୍ଟ ବିଷୟରେ ଜାଣିବା ସହ ତାହାକୁ କ୍ଲେମ୍‌ କରିପାରିବେ କିମ୍ବା ଡିପୋଜିଟ୍‌ ଆକାଉଣ୍ଟକୁ ବ୍ୟାଙ୍କ୍‌ ଯାଇ ପୁଣି ଥରେ କାର୍ଯ୍ୟକ୍ଷମ କରିପାରିବେ।

ଆହୁରି ପଢ଼ନ୍ତୁ: ୧୫ ମାସରେ ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି; ଜୁଲାଇରେ ଖାଦ୍ୟ ସାମଗ୍ରୀ ଦର ଆକାଶ ଛୁଆଁ

ଏହା ପୂର୍ବରୁ ଏପ୍ରିଲ ୬ ତାରିଖରେ ଆରବିଆଇ ଏହି ଅନକ୍ଲେମ୍ ଡିପୋଜିଟ୍ ବିଷୟରେ ଜାଣିବା ପାଇଁ ସେଣ୍ଟ୍ରାଲାଇଜ୍ଡ ଓ୍ବେବ୍ ପୋର୍ଟାଲ ବିକଶିତ କରିବା ପାଇଁ ଘୋଷଣା କରିଥିଲା। ଅନକ୍ଲେମ୍ ଡିପୋଜିଟ୍‌ର ବଢ଼ୁଥିବା ଚର୍ଚ୍ଚାକୁ ଦୃଷ୍ଟିରେ ରଖି ଏହାକୁ କ୍ଲେମ୍‌ କରିବା ପାଇଁ ଆରବିଆଇ ସଚେତନତା ଅଭିଯାନ ମଧ୍ୟ ଚଳାଇଛି। ଆରବିଆଇ ସାଧାରଣ ଲୋକଙ୍କୁ ବ୍ୟାଙ୍କ ଯାଇ ଅନକ୍ଲେମ୍ ଡିପୋଜିଟ୍‌କୁ କ୍ଲେମ୍‌ କରିବା ପାଇଁ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛି।

ବର୍ତ୍ତମାନ ୭ ବ୍ୟାଙ୍କ୍‌ରେ ଥିବା ଅନ୍‌କ୍ଲେମ୍‌ ରାଶିର ସୂଚନା ରହିଛି:

ଆରବିଆଇ ବର୍ତ୍ତମାନ ୭ ବ୍ୟାଙ୍କ୍‌ରେ ଥିବା ଅନ୍‌କ୍ଲେମ୍‌ ଜମାରାଶି ବିଷୟରେ ଓ୍ବେବ୍‌ସାଇଟ୍‌​‌ରେ ତଥ୍ୟ ଉପଲବ୍ଧ କରିଛି। ଅନ୍ୟ ବ୍ୟାଙ୍କ୍‌ରେ ଥିବା ଏହି ରାଶିର ତଥ୍ୟ ପର୍ଯ୍ୟାୟକ୍ରମେ ଅକ୍ଟୋବର ୧୫ ସୁଦ୍ଧା ଅପଲୋଡ୍‌ କରାଯିବ । ନିକଟରେ ସରକାର ସଂସଦରେ କହିଥିଲେ ଯେ, ସରକାରୀ ବ୍ୟାଙ୍କ୍‌ରେ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା, ଡିପୋଜିଟର ଏଜୁକେଶନ ଆଣ୍ଡ୍‌ ଆଓ୍ବାରନେସ୍‌ ଫଣ୍ଡରେ ୩୬,୧୮୫ କୋଟି ଟଙ୍କାର ଅନ୍‌କ୍ଲେମ୍‌ ଡିପୋଜିଟ୍‌ ଟ୍ରାନ୍ସଫର କରିଛି। ଯେତେବେଳେକି ୨୦୧୯ରେ ଏହା କେବଳ ୧୫,୦୯୦ କୋଟି ଟଙ୍କା ଥିଲା। ଯେତେବେଳେକି ପ୍ରାଇଭେଟ୍‌ ବ୍ୟାଙ୍କ୍‌ ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ଏହି ଫଣ୍ଡରେ ୬,୦୮୭ କୋଟି ଟଙ୍କା ଟ୍ରାନ୍ସଫର କରଯାଇଥିଲା।

   Related Posts