ଆରବିଆଇ ଗଭର୍ଣ୍ଣରଙ୍କ ଚେତାବନୀ, କରୋନା ନୁହେଁ ଏହି କାରଣରୁ ଆସିବ ମାନ୍ଦାବସ୍ଥା

Published By : Prameya-News7 Bureau | December 21, 2022 IST

ନୂଆଦିଲ୍ଳୀ, ୨୧/୧୨:  ଚୀନରେ କରୋନା ସଂକ୍ରମଣ ବୃଦ୍ଧି ଏବଂ ଏହି କାରଣରୁ ଆର୍ଥିକ ସଙ୍କଟକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି। ଏହାରି ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସମଗ୍ର ଦୁନିଆ ଚେତାବନୀ ଦେଇଛନ୍ତି। ଆରବିଆଇ ଗଭର୍ଣ୍ଣର ଭବିଷ୍ୟବାଣୀ କରିଛନ୍ତି ଯେ ଆଗାମୀ ଆର୍ଥିକ ସଙ୍କଟ ଘରୋଇ କ୍ରିପ୍ଟୋକରେନ୍ସୀ କାରଣରୁ ହେବ। ଏକ ସମ୍ମିଳନୀ ଏହାକୁ ନେଇ କହିବା ସହ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଦାବି କରିଛନ୍ତି ଏଭଳି ପ୍ରାଇଭେଟ୍ କ୍ରିପ୍ଟୋକରେନ୍ସୀର କୌଣସି ମୂଲ୍ୟ ନାହିଁ। ଏହା ସୂକ୍ଷ୍ମ ଅର୍ଥନୀତି ଏବଂ ଆର୍ଥିକ ସ୍ଥିରତା ପାଇଁ ବିପଦପୂର୍ଣ୍ଣ ହୋଇଥାଏ।

ଗଭର୍ଣ୍ଣର ଦାସ କହିଛନ୍ତି କୌଣସି ଅନ୍ୟ ସମ୍ପତ୍ତି କିମ୍ବା ଅନ୍ୟ ଉତ୍ପାଦ ଅପେକ୍ଷା କ୍ରିପ୍ଟୋକରେନ୍ସୀ ଆମ ପାଇଁ ଚିନ୍ତାର କାରଣ। ଏହା ଉପରେ କୌଣସି ପ୍ରକାରର ନିୟନ୍ତ୍ରଣ ନାହିଁ। ସେ ଆହୁରି କହିଛନ୍ତି କ୍ରିପ୍ଟୋକରେନ୍ସୀକୁ ବ୍ୟାନ୍ କରିବା ଜରୁରୀ କାରଣ ଯଦି ଏହାକୁ ବଢ଼ିବାକୁ ଦିଆଯିବ ତେବେ ଆଗାମୀ ଆର୍ଥିକ ସଙ୍କଟ ଆସିବ।

ଏହା ସହ ଆରବିଆଇ ଗଭର୍ଣ୍ଣର ୟୁପିଆଇ ଏବଂ ସିବିଡିସି ମଧ୍ୟରେ ପାର୍ଥକ୍ୟ ବିଷୟରେ କହିଛନ୍ତି। ସେ କହିଛନ୍ତି ୟୁପିଆଇ ହେଉଛି ପେମେଣ୍ଟ ସିଷ୍ଟମ ଏବଂ ସିବିଡିସି ହେଉଛି ମୁଦ୍ରା। ୟୁପିଆଇରେ ବ୍ୟାଙ୍କର ମଧ୍ୟସ୍ଥତା ରହିଛି କିନ୍ତୁ ସିବିଡିସି କରେନ୍ସୀ ନୋଟ୍ ଭଳି। ସିବିଡିସି ଶସ୍ତା ଅଟେ, ଯେତେବେଳେକି ନୋଟ୍‌ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥିାଏ। ଏହା ବ୍ୟତୀତ ସିବିଡିସି ଦୁଇ ଦେଶ ମଧ୍ୟ ଇନଷ୍ଟାଣ୍ଟ ଫଣ୍ଡ୍ ଟ୍ରାନ୍ସଫର ଅନୁମତି ଦେଇଥାଏ। ଦାସ କହିଛନ୍ତ ଯେ ସିବିଡିସି ଭବିଷ୍ୟତ ମୁଦ୍ରା ଅଟେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.