ଲିଙ୍ଗରାଜଙ୍କ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର, ସପରିବାର ନେଲେ ଦେବଦେବଙ୍କ ଆଶିଷ

Published By : Prameya-News7 Bureau | May 24, 2024 IST

ଭୁବନେଶ୍ୱର ୨୪/୦୫: ଲିଙ୍ଗରାଜଙ୍କ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସପରିବାର ନେଲେ ଦେବଦେବଙ୍କ ଆଶିଷ । କହିଲେ, ବହୁ ବର୍ଷ ପରେ ମିଳିଲା ପ୍ରଭୁଙ୍କ ଦର୍ଶନ ସୁଯୋଗ । 


ସୂଚନା ଥାଉକି, ଶୁକ୍ରବାର ସକାଳୁ ସକାଳୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ପରିବାର ବର୍ଗଙ୍କ ସହ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଶକ୍ତିକାନ୍ତ ଦାସ । ଅନେକ ବର୍ଷ ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନର ସୁଯୋଗ ମିଳିଥିବା ବେଳେ ଭଲରେ ଦର୍ଶନ ହୋଇଥିବା ସେ କହିଛନ୍ତି । ଏହି ଅବସରରେ ଲିଙ୍ଗରାଜ ମନ୍ଦିରର ସେବାୟତ ମାନଙ୍କ ପକ୍ଷରୁ ମଧ୍ୟ ଆରବିଆଇ ଗଭର୍ଣ୍ଣରଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.