scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

Paytm ପେମେଣ୍ଟ୍ସ ବ୍ୟାଙ୍କ ପାଇଁ ସବୁ ରାସ୍ତା ବନ୍ଦ ! RBI ଗଭର୍ଣ୍ଣରଙ୍କ ବଡ଼ ବୟାନ

12/02/2024 at 9:23 PM

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୋମବାର ପେଟିଏମ ପେମେଣ୍ଟ୍ସ ବ୍ୟାଙ୍କ ବିରୋଧରେ ନିଆଯାଇଥିବା ଆକ୍ସନ ଉପରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ପେଟିଏମ୍ ପେମେଣ୍ଟ୍ସ ବିରୋଧରେ ଗ୍ରହଣ କରାଯାଇଥିବା ଆକ୍ସନ ଉପରେ ସମୀକ୍ଷାର କୌଣସି ସମ୍ଭାବନା ଦେଖାଯାଉ ନାହିଁ ।

ଆରବିଆଇ ପେମେଣ୍ଟ୍ସ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଫେବ୍ରୁଆରୀ ୨୯ ପରଠୁ ଏହା କୌଣସି ଜମା ଗ୍ରହଣ କରିପାରିବ ନାହିଁ ବୋଲି କହିଛି । ଦିଲ୍ଲୀରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଆରବିଆଇ ବ୍ୟାପକ ସମୀକ୍ଷା ପରେ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ପଢନ୍ତୁ: Paytm Payments Bankର ଇନ୍‌ଡିପେଣ୍ଟ ଡାଇରେକ୍ଟର ଦେଲେ ଇସ୍ତଫା, ପେଟିଏମ୍‌ କଲା କନଫର୍ମ

ଶକ୍ତିକାନ୍ତ ଦାସ ଏହା ଉପରେ ଜୋର ଦେଇ କହିଛନ୍ତି ଯେ ଆଇବିଆଇ ଫିନଟେକ୍ ସେକ୍ଟରକୁ ସମର୍ଥନ କରୁଛି । ଏହାସହ ସେ ଗ୍ରାହକଙ୍କ ହିତର ରକ୍ଷା ସହ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମଧ୍ୟ ପ୍ରତିବଦ୍ଧ ଅଟେ । ଅନୁମାନ କରାଯାଉଛି ଯେ କେନ୍ଦ୍ରୀୟ ବ୍ୟାଙ୍କ ଖୁବଶୀଘ୍ର ପେଟିଏମ୍ ମାମଲାରେ ଏଫଏକ୍ୟୁ ଜାରି କରିବ ।   

   Related Posts