CIIରେ RBI ଗଭର୍ଣ୍ଣରଙ୍କ ବଡ଼ ବୟାନ, କହିଲେ- ଭଲ ସ୍ଥିତିରେ ଅଛି ଦେଶର ଅର୍ଥବ୍ୟବସ୍ଥା

Published By : Prameya-News7 Bureau | March 21, 2022 IST

ନୂଆଦିଲ୍ଲୀ ୨୧।୦୩:  ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଦେଶ ଅର୍ଥନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। ଆରବିଆଇ ଗଭର୍ଣ୍ଣର କହିଛନ୍ତି କେନ୍ଦ୍ରୀୟ ବ୍ୟାଙ୍କ ଦେଶର ଅର୍ଥନୀତିକୁ ମଜବୁତ କରିବା ପାଇଁ ପର୍ଯ୍ୟାପ୍ତ ନଗଦକୁ ସୁନିଶ୍ଚିତ କରିବ। ଅର୍ଥବ୍ୟବସ୍ଥା ବର୍ତ୍ତମାନ ସମୟରେ ତୈଳର ବୃଦ୍ଧି ଏବଂ ପ୍ରମୁଖ ବସ୍ତୁ ଗୁଡିକର ମୂଲ୍ୟ ବୃଦ୍ଧି ସହ ଅନ୍ୟ ସମସ୍ୟାର ମୁକାବିଲା କରୁଛି।

ସିଆଇଆଇର ଏକ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ଆରବିଆଇ ଗଭର୍ଣ୍ଣର କହିଛନ୍ତି, ୨୦୨୦ ମାର୍ଚ୍ଚରେ କରୋନାରେ ପ୍ରଭାବିତ ଦେଶର ଅର୍ଥବ୍ୟବସ୍ଥାରେ ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଛଡା ଯାଇଛି। ଏହାସହ ଆରବିଆଇ ଅର୍ଥବ୍ୟବସ୍ଥାରେ ପର୍ଯ୍ୟାପ୍ତ ନଗଦ ଉପଲବ୍ଧତା ସୁନିଶ୍ଚିତ କରିବ ବୋଲି ସିଆଇଆଇକୁ ସମ୍ୱୋଧିତ କରି କହିଛନ୍ତି । ଏହାସହ ସେ କହିଛନ୍ତି ଏନପିଏ ୬.୫ ପ୍ରତିଶତର ତଳ ସ୍ତରରେ ଥିବାରୁ ବ୍ୟାଙ୍କ ଗୁଡିକର ସ୍ଥିତି ଭଲ ରହିଛି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ୟୁକ୍ରେନ ଏହଂ ରୁଷ ଯୁଦ୍ଧରୁ ଉତ୍ପନ୍ନ ବିଷମ ପରିସ୍ଥିତି ସତ୍ତ୍ୱେ ବିଦେଶୀ ମୁଦ୍ରା ଭଣ୍ଡାର ଏବଂ କରେଣ୍ଟ ଆକାଉଣ୍ଟ ନିଅଣ୍ଟ ତଳସ୍ତରରେ ଥିବା ଯୋଗୁ ଅର୍ଥବ୍ୟବସ୍ଥା ଭଲ ସ୍ଥିତିରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.