ଚେନ୍ନାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅସୁସ୍ଥ । ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁଯାୟୀ, ନଭେମ୍ବର ୨୬ ତାରିଖ ଅର୍ଥାତ୍ ଆଜି ସକାଳୁ ତାଙ୍କ ଦେହ ଅଚାନକ ଖରାପ ହୋଇଥିଲା । ତୁରନ୍ତ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ପେଟରେ ଗ୍ୟାସ୍ ଜନିତ ସମସ୍ୟା ପାଇଁ ସେ ଅସୁସ୍ଥତା ଅନୁଭବ କରିଥିଲେ । ଏବେ ଆରବିଆଇ ଗଭର୍ଣ୍ଣରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଆଗାମୀ ଘଣ୍ଟେ କିମ୍ବା ଦୁଇ ଘଣ୍ଟା ମଧ୍ୟରେ ହସ୍ପିଟାଲକୁ ଡିସଚାର୍ଜ କରାଯିବ ବୋଲି ଆରବିଆଇ ମୁଖପାତ୍ର କହିଛନ୍ତି ।