ନୂଆଦିଲ୍ଲୀ ୧୪।୦୬: RBI ଗଭର୍ଣ୍ଣର ତଥା ଓଡ଼ିଆ ପୁଅଙ୍କୁ ଶ୍ରେଷ୍ଠ ସମ୍ମାନ । ‘ଗଭର୍ଣ୍ଣର ଅଫ୍ ଦ ଇୟର ଆୱାର୍ଡ’ରେ ସମ୍ମାନିତ ହେଲେ ଶକ୍ତିକାନ୍ତ ଦାସ୍ । ସେଣ୍ଟ୍ରାଲ ବ୍ୟାଙ୍କିଂ ଲଣ୍ଡନ ଦ୍ୱାରା ତାଙ୍କୁ ଗଭର୍ଣ୍ଣର ଅଫ୍ ଦ ଇୟର ଭାବେ ବିବେଚିତ କରାଯାଇଛି । ୨୦୧୮ ଡିସେମ୍ବର ୧୧ ରେ ଭାରତର ୨୫ତମ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଥିଲେ ଶକ୍ତିକାନ୍ତ ଦାସ । ଏହି ପଦ ହାସଲ କରିବାରେ ଶକ୍ତିକାନ୍ତ ହେଉଛନ୍ତି ପ୍ରଥମ ଓଡ଼ିଆ ।
{"id":803246,"width":840,"height":473,"sizeSlug":"full","linkDestination":"none"}ମୁଦ୍ରାସ୍ଫୀତିର ପରିଚାଳନା ଏବଂ କୋଭିଡ ମହାମାରୀ ପରି ସଙ୍କଟ ସମୟରେ ଭାରତର ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଦକ୍ଷ ପରିଚାଳନା ପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ଶ୍ରୀ ଦାସଙ୍କୁ ପ୍ରଦାନ କରିଛି ଏହି ପୁରସ୍କାର । ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ କୁହାଯାଉଛି, ଶକ୍ତିକାନ୍ତ ଅନେକ ଗୁରୁତ୍ୱପୂର୍ଣ ସଂସ୍କାର ଆଣିଛନ୍ତି, କଷ୍ଟଦାୟକ ସମୟ ମଧ୍ୟରେ ଭାରତକୁ ଆଗେଇ ନେଇଛନ୍ତି ।
{"id":803247,"width":840,"height":630,"sizeSlug":"full","linkDestination":"none"}ଖବର ଅନୁଯାୟୀ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଶକ୍ତିକାନ୍ତ ଦାସ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି । ନିକଟରେ ସେ ଦୁଇ ହଜାର ଟଙ୍କିଆ ନୋଟର ପ୍ରଚଳନ ବନ୍ଦ କରିବା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଥି ସହିତ ବିଶ୍ୱ ବଜାରରେ ଅସ୍ଥିରତା ମଧ୍ୟରେ ମୁଦ୍ରାସ୍ଫୀତିର ମୁକାବିଲା କରିବା ନିମନ୍ତେ ସେ ଅତ୍ୟନ୍ତ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଛନ୍ତି । କରୋନା ସଙ୍କଟ ସମୟରେ ମଧ୍ୟ ତାଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ପ୍ରଶଂସା ସାଉଣ୍ଟିଥିଲେ । ସେହି ସମୟ ମଧ୍ୟରେ ସେ ବ୍ୟାଙ୍କ ଗୁଡ଼ିକୁ କିଛି ମାସ ପାଇଁ ଇଏମଆଇ ସମୟସୀମା କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।